କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କରୋନା

ବଲାଙ୍ଗିର (ଘଟେଶ୍ୱର ମିଶ୍ର ) ବଲାଙ୍ଗିର ଜିଲ୍ଲାରେ କାଳ ସାଜିଛି କରୋନା ରୋଗ । ଅନେକ ଲୋକଙ୍କ ଜୀବନ ନେଉଛି କରୋନା । ବିଶେଷ କରି କୋଭିଡ ଯୋଦ୍ଧାମାନେ କରୋନା ସଂକ୍ରମିତ ହୋଇ ଜୀବନ ହାରୁଛନ୍ତି । ଆଗଧାଡିରେ ରହି କରୋନା ବିରୋଧରେ ଯୁଦ୍ଧ କରୁଥିବା ମେଡିକାଲ ଷ୍ଟାଫ ମାନଙ୍କ ଜୀବନ ନେଉଛି କରୋନା । ବଲାଙ୍ଗିର ଜିଲ୍ଲା ଚୂଡାପାଲି ହସପିଟାଲରେ ଫାର୍ମାଶିଷ୍ଟ ଭାବରେ କାର‌୍ୟ୍ୟରତ ଦିବାକର ପରିଡାଙ୍କ ଜୀବନ ନେଇଛି କରୋନା । ହସପିଟାଲରେ ଡ୍ୟୁଟି […]

dib

Tapas Behera
  • Published: Wednesday, 05 May 2021
  • , Updated: 05 May 2021, 05:40 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର ) ବଲାଙ୍ଗିର ଜିଲ୍ଲାରେ କାଳ ସାଜିଛି କରୋନା ରୋଗ । ଅନେକ ଲୋକଙ୍କ ଜୀବନ ନେଉଛି କରୋନା । ବିଶେଷ କରି କୋଭିଡ ଯୋଦ୍ଧାମାନେ କରୋନା ସଂକ୍ରମିତ ହୋଇ ଜୀବନ ହାରୁଛନ୍ତି । ଆଗଧାଡିରେ ରହି କରୋନା ବିରୋଧରେ ଯୁଦ୍ଧ କରୁଥିବା ମେଡିକାଲ ଷ୍ଟାଫ ମାନଙ୍କ ଜୀବନ ନେଉଛି କରୋନା । ବଲାଙ୍ଗିର ଜିଲ୍ଲା ଚୂଡାପାଲି ହସପିଟାଲରେ ଫାର୍ମାଶିଷ୍ଟ ଭାବରେ କାର‌୍ୟ୍ୟରତ ଦିବାକର ପରିଡାଙ୍କ ଜୀବନ ନେଇଛି କରୋନା ।

ହସପିଟାଲରେ ଡ୍ୟୁଟି କରୁଥିବା ସମୟରେ ଗତ ସପ୍ତାହେ ତଳେ କରୋନା ସଂକ୍ରମଣର ଶିକାର ହୋଇଥିଲେ ଦିବାକର। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ କୋଭିଡ ଯୋଦ୍ଧା ଦିବାକର ପରିଡାଙ୍କ ଜୀବନ ଦୀପ ଲିଭିଯାଇଛି । ମୃତ ପରିଡାଙ୍କ ଶବକୁ ହସପିଟାଲ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା ।

ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ସି.ଡି.ଏମ.ଓ ଡାକ୍ତର ଭୀମ ସାହୁ ପ୍ରମୁଖ ଶ୍ରଦ୍ଧାଜଂଳୀ ପ୍ରଦାନ କରିଥିଲେ । ଓଡିଶା ଫାର୍ମାଶିଷ୍ଟ ଆସୋସିଏସନ ବଲାଙ୍ଗିର ଶାଖା ତରଫରୁ ମଧ୍ୟ ସ୍ୱର୍ଗତ ପରିଡାଙ୍କ ବିୟୋଗରେ ଶୋକସଭା କରାଯାଇଛି । ଦିବାକର ପରିଡା କରୋନାକୁ ଖାତିର ନକରି କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଦିନରାତି କାମ କରିଥିଲେ । ଗାଁକୁ ଗାଁ ଯାଇ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରାଉଥିଲେ । ତାଙ୍କ ଵିୟୋଗରେ ଚୁଡାପାଳି ଅଂଚଳରେ ଶୋକର ଛାୟା ଖେଲିଯାଇଛି । ଲୋକଙ୍କ ଜୀବନ ରକ୍ଷା ପାଇଁ କୋଭିଡ ଯୋଦ୍ଧା ସାଜି ଜୀବନ ଦେବୁ ବୋଲି କହିଛନ୍ତି ଓଡିଶା ଫାର୍ମାଶିଷ୍ଟ ଆସୋସିଏସନର ବଲାଙ୍ଗିର ଶାଖାର କର୍ମକର୍ତ୍ତା ।

Related story