ରାଜ୍ୟ ସମସ୍ତ ୩୦ ଜିଲ୍ଲାରେ ପହଞ୍ଚିଲା କରୋନା, ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲାରେ କରୋନା ଭାଇରସ୍ ପହଞ୍ଚି ଯାଇଛି। ଏଠାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଏହା ସହିତ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କରୋନା ପହଞ୍ଚି ଯାଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚି ଯାଇଛି।  ସେମାନଙ୍କ ମଧ୍ୟରୁ ୧୩୨୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୫୪ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ ଜଣ […]

odisha67

odisha67

Jitendra Garnayak
  • Published: Wednesday, 03 June 2020
  • Updated: 03 June 2020, 05:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲାରେ କରୋନା ଭାଇରସ୍ ପହଞ୍ଚି ଯାଇଛି। ଏଠାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଏହା ସହିତ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କରୋନା ପହଞ୍ଚି ଯାଇଛି।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚି ଯାଇଛି।  ସେମାନଙ୍କ ମଧ୍ୟରୁ ୧୩୨୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୫୪ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲେ ବି ସେମାନଙ୍କର କରୋନା ଯୋଗୁ ପ୍ରାଣହାନୀ ହୋଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ମୋଟ ୪୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୮ ସୁସ୍ଥ ହୋଇସାରିଛନ୍ତି ଓ ୧୫୮ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ଘଟିଛି।

ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା। ଏଠାରେ ୨୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୯ ଜଣ ସୁସ୍ଥ ହୋଇସାରିଛନ୍ତି। ୫୧ ଜଣ ଚିକିତ୍ସାଧୀନ ଅଛନ୍ତି।

ତୃତୀୟ ସ୍ଥାନରେ ରହିଛି ବାଲେଶ୍ୱର ଜିଲ୍ଲା। ଏଠାରେ ୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୭ ଜଣ ସୁସ୍ଥ ହୋଇସାରିଛନ୍ତି। ୫୦ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା ସେ କରୋନାରେ ପ୍ରାଣ ହରାଇ ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଜାଣନ୍ତୁ ଆଉ କେଉଁ ଜିଲ୍ଲାରେ କେତେ
• ଖୋର୍ଦ୍ଧା- ୧୭୦ (୭୨ ସୁସ୍ଥ, ୯୪ ଚିକିତ୍ସାଧୀନ, ୩ ମୃତ, ଅନ୍ୟ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ନୁହେଁ)
• କେନ୍ଦ୍ରାପଡ଼ା- ୧୬୧ (୮୫ ସୁସ୍ଥ, ୭୬ ଚିକିତ୍ସାଧୀନ)
• କଟକ- ୧୨୬ (୫୬ ସୁସ୍ଥ, ୬୯ ଚିକିତ୍ସାଧୀନ)
• ଭଦ୍ରକ- ୧୨୩ (୯୫ ସୁସ୍ଥ, ୨୮ ଚିକିତ୍ସାଧୀନ)
• ବଲାଙ୍ଗୀର- ୧୦୨ (୯ ସୁସ୍ଥ,୯୩ ଚିକିତ୍ସାଧୀନ)

• ପୁରୀ- ୯୬ (୬୫ ସୁସ୍ଥ, ୩୧ ଚିକିତ୍ସାଧୀନ)
• ଜଗତସିଂହପୁର- ୮୬ (୩୧ ସୁସ୍ଥ, ୫୫ ଚିକିତ୍ସାଧୀନ)
• ନୟାଗଡ଼- ୬୯ (୩୦ ସୁସ୍ଥ, ୩୯ ଚିକିତ୍ସାଧୀନ)
• ସୁନ୍ଦରଗଡ଼- ୬୯ (୩୬ ସୁସ୍ଥ, ୩୩ ଚିକିତ୍ସାଧୀନ)
• ନୂଆପଡ଼ା- ୬୦ (ସମସ୍ତେ ଚିକିତ୍ସାଧୀନ)
• ଗଜପତି- ୪୪ (୯ ସୁସ୍ଥ, ୩୫ ଚିକିତ୍ସାଧୀନ)
• ବୌଦ୍ଧ- ୩୪ (୩୩ ସୁସ୍ଥ, ୧ ଚିକିତ୍ସାଧୀନ)
• ଦେବଗଡ଼- ୩୩ (୨ ସୁସ୍ଥ, ୩୧ ଚିକିତ୍ସାଧୀନ)
• କେନ୍ଦୁଝର- ୩୦ (୧୧ ସୁସ୍ଥ, ୧୯ ଚିକିତ୍ସାଧୀନ)
• ମୟୂରଭଞ୍ଜ- ୩୫ (୧୪ ସୁସ୍ଥ, ୨୧ ଚିକିତ୍ସାଧୀନ)
• ଅନୁଗୋଳ- ୨୯ (୧୯ ସୁସ୍ଥ, ୧୦ ଚିକିତ୍ସାଧୀନ)
• କନ୍ଧମାଳ- ୨୨ (୫ ସୁସ୍ଥ, ୧୭ ଚିକିତ୍ସାଧୀନ)
• ଢେଙ୍କାନାଳ- ୨୧ (୨ ସୁସ୍ଥ, ୧୯ ଚିକିତ୍ସାଧୀନ)
• ମାଲକାନଗିରି- ୨୧ (୧୯ସୁସ୍ଥ, ୨ ଚିକିତ୍ସାଧୀନ)
• କଳାହାଣ୍ଡି- ୨୧ (୧୩ ସୁସ୍ଥ, ୮ ଚିକିତ୍ସାଧୀନ)
• ସମ୍ବଲପୁର- ୧୫ (୫ ସୁସ୍ଥ, ୧୦ ଚିକିତ୍ସାଧୀନ)
• ବରଗଡ଼- ୧୧ (ସମସ୍ତେ ଚିକିତ୍ସାଧୀନ)
• କୋରାପୁଟ- ୮ (୧ ସୁସ୍ଥ, ୭ ଚିକିତ୍ସାଧୀନ)
• ସୋନପୁର- ୨୫ (୩ ସୁସ୍ଥ, ୨୨ ଚିକିତ୍ସାଧୀନ )
• ଝାରସୁଗୁଡ଼ା- ୭ (୫ ସୁସ୍ଥ, ୨ ଚିକିତ୍ସାଧୀନ)
• ନବରଙ୍ଗପୁର- ୨ (୧ ସୁସ୍ଥ, ୧ ଚିକିତ୍ସାଧୀନ )

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos