ଇଏ କାଳେ ପାର୍କ ? ଖର୍ଚ୍ଚ ହୋଇଛି ୭ ଲକ୍ଷ

ବାଙ୍କୀ (ସଞ୍ଜୀପ କୁମାର ନାୟକ): ଗ୍ରାମବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଗାଁରେ ନିର୍ମିତ ହୋଇଛି ରୟାଲ ପାର୍କ। ଏଥିପାଇଁ ୭ ଲକ୍ଷ ଟଙ୍କା ବି ଖର୍ଚ୍ଚ ହୋଇଛି। ହେଲେ ଖୋଦ୍‌ ଗାଁ ଲୋକଙ୍କୁ ଏ ବିଷୟରେ କିଛି ଖବର ନାହିଁ। କାରଣ ଯେଉଁ ଜାଗାକୁ ପାର୍କ ବୋଲି କୁହାଯାଇ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଖାତାପତ୍ରରେ ଦର୍ଶାଯାଇଛି, ସେଠାରେ ପାର୍କର ଚିହ୍ନବର୍ଣ୍ଣ ନାହିଁ। ଏବେବି ତାହା ଏକ ଶ୍ମଶାନ ଥିବା ବେଳେ ଚାରିଆଡ଼େ ଉଠିଛି ଅନାବନା ଘାସ […]

park

park

Niharika Rout
  • Published: Saturday, 24 July 2021
  • Updated: 24 July 2021, 02:06 PM IST

Sports

Latest News

ବାଙ୍କୀ (ସଞ୍ଜୀପ କୁମାର ନାୟକ): ଗ୍ରାମବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଗାଁରେ ନିର୍ମିତ ହୋଇଛି ରୟାଲ ପାର୍କ। ଏଥିପାଇଁ ୭ ଲକ୍ଷ ଟଙ୍କା ବି ଖର୍ଚ୍ଚ ହୋଇଛି। ହେଲେ ଖୋଦ୍‌ ଗାଁ ଲୋକଙ୍କୁ ଏ ବିଷୟରେ କିଛି ଖବର ନାହିଁ। କାରଣ ଯେଉଁ ଜାଗାକୁ ପାର୍କ ବୋଲି କୁହାଯାଇ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଖାତାପତ୍ରରେ ଦର୍ଶାଯାଇଛି, ସେଠାରେ ପାର୍କର ଚିହ୍ନବର୍ଣ୍ଣ ନାହିଁ। ଏବେବି ତାହା ଏକ ଶ୍ମଶାନ ଥିବା ବେଳେ ଚାରିଆଡ଼େ ଉଠିଛି ଅନାବନା ଘାସ ଓ ଗଛ।

ଏପରି ଦୁର୍ନୀତି କେଉଁ ଆଦିବାସୀ ଅଧୁଷିତ ଜିଲ୍ଲା ନୁହେଁ, ଖୋଦ କଟକ ଜିଲ୍ଲାରେ ହୋଇଛି। ଜିଲ୍ଲାର ବାଙ୍କୀ ଡମପଡ଼ା ବ୍ଲକ ତାଳବସ୍ତ ପଞ୍ଚାୟତର ସାମନ୍ତରାୟପୁରରେ ଖୁଲମଖୁଲା ଏପରି ଗୋଟିଏ ପରେ ଗୋଟିଏ ଦୁର୍ନୀତି ଫର୍ଦ୍ଦ ଯୋଡ଼ି ହୋଇ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ନିକଟରେ କିଛି ଖବର ନାହିଁ ।  ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହି ଦାୟିତ୍ୱ ସାରିଛନ୍ତି କଟକ ପିଡି ଡିଆରଡିଏ ଅମ୍ବର କର।

କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇବା ସହ ଉନ୍ନୟନମୂଳକ କାମ ଲାଗି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ସାମନ୍ତରାୟପୁରରେ ବେଧଡ଼କ ଲମ୍ବି ଚାଲିଛି ଦୁର୍ନୀତିର ଚେର।  ଏଠାରେ ଶ୍ରମିକ କାମ କରିନାହାନ୍ତି, ହେଲେ ମଷ୍ଟର ରୋଲରେ ସେମାନଙ୍କ ଜବକାର୍ଡ ରହିବା ସହ ଟଙ୍କା ଉଠାଯାଇଛି । କୌଣସି କାମ ନ ହୋଇ ଟଙ୍କା କିଭଳି ଉଠିଛି ସେ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବାଙ୍କୀ ଡମପଡ଼ା ବ୍ଲକ୍ ତାଳବସ୍ତା ପଞ୍ଚାୟତର ସାମନ୍ତରାୟପୁର ଗାଁରେ ରହିଛି ରୟାଲ ପାର୍କ । ରୁର୍ବାନ ଯୋଜନାରେ ଏଠାରେ ନିର୍ମାଣ ହୋଇଛି ଏହି ପାର୍କ । ଆଉ ଉଠାଯାଇଛି ୭ଲକ୍ଷ ଟଙ୍କା। ହେଲେ ପାର୍କ କେବଳ କାଗଜକଲମରେ ଥିବା ବେଳେ ବାସ୍ତବରେ ସେହି ଜାଗା  ହେଉଛି ଗାଁର ଶ୍ମଶାନ, ଯେଉଁଠି ପାର୍କର କୌଣସି ଚିହ୍ନବର୍ଣ୍ଣ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏନେଇ ସାମନ୍ତରାୟପୁର ଗ୍ରାମର ଚଣ୍ଡେଶ୍ୱର ଜେନା ନାମକ ବ୍ୟକ୍ତି କହିଛନ୍ତି,   “ପୋଖରୀ କାମ ପାଇଁ ଟଙ୍କା ଆସିଲା, ହେଲେ ଯେଉଁ ପଙ୍କକୁ ସେହି ପଙ୍କ। ଆମଠୁ ଜବକାର୍ଡ ମାଗି ନେଇ କାମ କରିଛନ୍ତି। ଆମେ କିଛି ଜାଣିନୁ। ଜବକାର୍ଡରେ ମୋର ମଷ୍ଟର ରୋଲ ନମ୍ବର-୭୭୯୧ ରହିଛି।  ହେଲେ କାମ କଣ ମୁଁ ଜାଣିନି।”

[caption id="attachment_661283" align="aligncenter" width="650"]pond ପୋଖରୀ ଖନନ ପାଇଁ ୧୦ ଲକ୍ଷ ଆସିଥିବା ବେଳେ ଅବସ୍ଥା ଯାହାକୁ ତାହା।[/caption]

ସାମନ୍ତରାୟପୁରର ଅନ୍ୟ ଜଣେ ବାସିନ୍ଦା କହିଛନ୍ତି, ଆମ ଗାଁରେ ୭ ଲକ୍ଷ ଟଙ୍କାରେ ପାର୍କ ହୋଇଛି। ସେ ପଇସା ବି ଉଠି ଯାଇଛି।  ହେଲେ ତାହା କେଉଁଠି ଅଛି ଆମେ ଜାଣିପାରୁନୁ। ଯଦି ସରକାରୀ ଅଧିକାରୀ କେହି ଆସି ଦେଖାଇ ଦିଅନ୍ତେ, ତା’ ହେଲେ ଆମେ ଉପକୃତ ହୁଅନ୍ତୁ।

ସେହିପରି ଗାଁର ପ୍ରତାପ ସିଂ ରଥ  କହିଛନ୍ତି, ଶ୍ରମିକଙ୍କ ଦ୍ୱାରା ଉନ୍ନୟନମୂଳକ କାମ କରିବାର ନିୟମ ଥିବା ବେଳେ ଏଠାରେ କିନ୍ତୁ ସମସ୍ତଙ୍କ ଜାଣତରେ ମେସିନରେ କାମ ହୋଇଛି। ଗାଁ ଲୋକଙ୍କ ଜବକାର୍ଡ ନେଇଯାଇଛନ୍ତି। ସେମାନଙ୍କଠାରୁ ଟଙ୍କା ନେଇ କିଛି ଟଙ୍କା ସେମାନଙ୍କୁ ଦେଉଥିବା ଜଣାଯାଇଛି।

କେବଳ ଏତିକିରେ ସୀମିତ ରହିନି ଜାଲିଆତିର ଫର୍ଦ୍ଦ । ଗାଁରେ ଥିବା ଇନ୍ଦିରା ପ୍ରିୟଦର୍ଶିନୀ ହାଇସ୍କୁଲ ଖେଳପଡିଆର ଉନ୍ନତିକରଣ ନାମରେ ବି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି  । ଉନ୍ନତିକରଣ ଯୋଜନାରେ କେବଳ ୪ଟି ସିମେଣ୍ଟ ବେଞ୍ଚ ନିର୍ମାଣ ହୋଇଛି । ଆଉ ବିଲ୍‌ ଉଠାଯାଇଛି ୫ ଲକ୍ଷ ଟଙ୍କା।

[caption id="attachment_661284" align="aligncenter" width="650"]playground ଖେଳପଡିଆର ଉନ୍ନତିକରଣ ନାମରେ ଉଠା ସରିଛି ୫ ଲକ୍ଷ।[/caption]

ଏ ନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା DRDAର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର । ଏନେଇ  DRDA ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ସାମନ୍ତରାପୁର ଗାଁରେ କିଛି ଅନିୟମିତତା ଥିବା ନେଇ ଅଭିଯୋଗ ଆସିଲେ ଆମେ ପଦକ୍ଷେପ ନେବୁ । ଡିଆରଡିଏର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ପଠାଇ ତଦନ୍ତ କରିବୁ।  ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story