ପଦ୍ମପୁର (ସୋମେଶ ମହାନ୍ତି): ୧୩ ମାସର ପୁଅକୁ ଅନାଥ କରିଦେଲା ବିଷାକ୍ତ ସାପ! ବାପା-ମାଆଙ୍କୁ ଚିହ୍ନିବା ପୂର୍ବରୁ ଅନାଥ ହୋଇଗଲା କୁନିପୁଅ। ସ୍ନେହ, ଭଲ ପାଇବା ଆଗରେ ଅଫେରା ରାଇଜକୁ ଚାଲିଗଲେ ବାପା-ମାଆ। ଏପରି ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଘଟିଛି। ସାପ ଦଂଶରେ ପମ୍ପତିଙ୍କ ମୃତ୍ୟୁ ଘଟିଛି।
ପାଇକମାଳ ଥାନା ଘିଟିକି ଗାଁରେ ଶଙ୍କର ପ୍ରଧାନ ଓ ଶାନ୍ତି ପ୍ରଧାନ ବୁଧବାର ରାତିରେ ଖାଇପିଇ ଶୋଇଥିଲେ। ହେଲେ ଗୁରୁବାର ସକାଳେ ସେମାନେ ଉଠିନଥିଲେ। ଉଭୟ ଚେତା ହରାଇଥିବା ବେଳେ ସାପ କାମୁଡ଼ିବାର ଚିହ୍ନ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏହା ପରେ ଉଭୟଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଶାନ୍ତି ପ୍ରଧାନଙ୍କ ଏବେ ୧୩ ମାସର ପିଲାଟିଏ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?
Events & Festivals
ମହାରାଜ କଂସଙ୍କ ନିମନ୍ତ୍ରଣ, ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ l
Miscellaneous
ନକ୍ସଲ ଡମ୍ପ ଠାବ; ବନ୍ଧୁକ ଓ ଗୁଳି ଜବତ
ସାଧାରଣ ଲୋକଙ୍କୁ ଅବା ସୁରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ଡମ୍ପକୁ ବ୍ୟବହାର କରିଥା’ନ୍ତେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମାଲକାନଗିରି ଏସ୍ପି।
Miscellaneous
ଆଜିଠୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ, ୧୬ରୁ ପୁଣି ଚାଲିବ
ଆସନ୍ତା ୧୬ ତାରିଖଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ।