Advertisment

ଆଜି କରୋନା ଟିକାର ଡ୍ରାଏ ରନ୍, କେମିତି ହେବ ଟିକାକରଣ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ଆଜି ହେବ କୋଭିଡ ଟିକାକରଣ ଲାଗି ଡ୍ରାଏ ରନ୍ । ଟିକା ଆସିଲେ କିଭଳି ସୁରୁଖୁରୁରେ ବିତରଣ କରାଯିବ ସେଥିପାଇଁ ଡ୍ରାଏ ରନ୍ କରାଯିବ । ଏହି ଡ୍ରାଏ ରନ୍ ପାଇଁ କୋ-ୱିନ ୱେବ ପୋର୍ଟାଲାର ବ୍ୟବହାର କରାଯିବ । ସେଥିପାଇଁ ସାରାଦେଶରେ ଏହି ମକଡ୍ରିଲ କରାଯିବ । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ୩୧ଟି ପଏଣ୍ଟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବ । ଏଥିପାଇଁ ଓଡ଼ିଶାର ୩୦ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଜି କରୋନା ଟିକାର ଡ୍ରାଏ ରନ୍, କେମିତି ହେବ ଟିକାକରଣ?

corona-vaccine-dry-run

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ଆଜି ହେବ କୋଭିଡ ଟିକାକରଣ ଲାଗି ଡ୍ରାଏ ରନ୍ । ଟିକା ଆସିଲେ କିଭଳି ସୁରୁଖୁରୁରେ ବିତରଣ କରାଯିବ ସେଥିପାଇଁ ଡ୍ରାଏ ରନ୍ କରାଯିବ । ଏହି ଡ୍ରାଏ ରନ୍ ପାଇଁ କୋ-ୱିନ ୱେବ ପୋର୍ଟାଲାର ବ୍ୟବହାର କରାଯିବ । ସେଥିପାଇଁ ସାରାଦେଶରେ ଏହି ମକଡ୍ରିଲ କରାଯିବ । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ୩୧ଟି ପଏଣ୍ଟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବ ।

Advertisment

ଏଥିପାଇଁ ଓଡ଼ିଶାର ୩୦ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଡ୍ରାଏ ରନରୁ ଆରମ୍ଭ କରି ଟିକା ଆସିଲେ କେମିତି କୋଲ୍ଡ ଚେନର ବ୍ୟବହାର ହେବ ସେନେଇ ରାଜ୍ୟରେ ସମସ୍ତ ପ୍ରସ୍ତୁତି ସରିଛି । ପ୍ରତି ପଏଣ୍ଟରେ ୫ ଜଣ ଭ୍ୟାକ୍ସିନେଟର ରହିବେ ଓ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଡମି ଟିକାକରଣ କରାଯିବ।  ଏହି ମକଡ୍ରିଲ ପାଇଁ ୩ଟି ରୁମ ରହିବ।  ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଂଚ କରାଯିବ।  ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୱେଟିଂ ରୁମକୁ ଛଡ଼ାଯିବ।  ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଭ୍ୟାକ୍ସିନେସନ ରୁମକୁ ପଠାଯିବ।

ଟିକାକରଣ ପରେ ଅବଜରଭେସନ ରୁମରେ ୩୦ ମିନିଟ୍ ପର୍ଯ୍ୟନ୍ତ ରଖାଯିବ। ଏଠାରେ ୨ ଜଣ ଅଧିକାରୀ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ।  ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ ତେବେ ଦାୟିତ୍ୱରେ ଥିବା ଅଧିକାରୀ ଡାକ୍ତରଙ୍କୁ ଖବର ଦେବା ସହ ତୁରନ୍ତ ଚିକିତ୍ସା କରାଯିବ।  ଭ୍ୟାକ୍ସିନ ଆସିବା ପରେ ପ୍ରଥମେ ଏହାକୁ ଷ୍ଟେଟ୍ ଭ୍ୟାକ୍ସିନେସନ୍ ଷ୍ଟୋରରେ ରଖାଯିବ।

Advertisment

ଏହାପରେ ଟିକାକୁ ୯ଟି ଆଞ୍ଚଳିକ ଷ୍ଟୋରକୁ ପଠାଯିବ।  ଏଠାରୁ ୩୨ଟି ଜିଲ୍ଲାସ୍ତରୀୟ ଭ୍ୟାକସିନ୍ ଷ୍ଟୋରକୁ ଯିବ ଟିକା। ୧ ହଜାର ୨ ଶହ ୨୨ କୋଲ୍ଡ ଚେନ୍ ପଏଣ୍ଟକୁ ଯିବ ଭ୍ୟାକ୍ସିନ। ଏହାପରେ ଏଠାରୁ ୨୯ ହଜାର ୨୭୬ ଟିକାକରଣ କେନ୍ଦ୍ରକୁ ଭ୍ୟାକ୍ସିନ ନିଆଯାଇ ଟିକାକରଣ  କରାଯିବ।  ପ୍ରଥମ ପର୍ଯ୍ୟାୟରେ ପଞ୍ଜିକରଣ କରିଥିବା ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ ଯୋଦ୍ଧାଙ୍କୁ ଭ୍ୟାକ୍ସିନ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସରକାର ପୂର୍ବରୁ ୮୩ କୋଟି ସିରିଞ୍ଜ୍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଦ୍ ଆହୁରି ୩୫ କୋଟି ସିରିଞ୍ଜ୍ ଅର୍ଡର କରାଯିବ । ଏହାକୁ କୋଭିଡ୍ ଟିକାକରଣ ପାଇଁ ଉପଯୋଗ କରାଯିବ ।