ଶୁଣୁନାହାନ୍ତି ସରକାର, ତିନିଦିନ ଧରି ଧାରଣାରେ କରୋନା ଯୋଦ୍ଧା

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଧାରଣାରେ ବସିଲେ କରୋନା ଯୋଦ୍ଧା। ବାଲେଶ୍ୱର ମେଡିକାଲ୍ ବାହାରେ ତିନିଦିନ ଧରି ଏହି ଆଗଧାଡ଼ିର କରୋନା ଯୋଦ୍ଧା ଧାରଣାରେ ବସିଛନ୍ତି। କରୋନା ସ୍ଥିତି ସାଙ୍ଘାତିକ ଥିଲା ବେଳେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ANM, GNM, ଟେକ୍ନୋସିଆନ ତଥା ପାରା ମେଡିକାଲ ଷ୍ଟାଫ, ବିଏସଇ ନର୍ସିଂ ଓ ନର୍ସିଂ ଅଫିସରମାନଙ୍କୁ ତିନି ମାସିଆ ଚୁକ୍ତି କରି ନିଯୁକ୍ତି ଦେଇଥିଲେ। କିନ୍ତୁ ଏମାନଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ମିଳିପାରିଲା ନାହିଁ। ଏଥିପାଇଁ ସେମାନେ […]

balasore

balasore

Ranjit Kumar Jena
  • Published: Monday, 21 December 2020
  • Updated: 21 December 2020, 05:36 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଧାରଣାରେ ବସିଲେ କରୋନା ଯୋଦ୍ଧା। ବାଲେଶ୍ୱର ମେଡିକାଲ୍ ବାହାରେ ତିନିଦିନ ଧରି ଏହି ଆଗଧାଡ଼ିର କରୋନା ଯୋଦ୍ଧା ଧାରଣାରେ ବସିଛନ୍ତି। କରୋନା ସ୍ଥିତି ସାଙ୍ଘାତିକ ଥିଲା ବେଳେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ANM, GNM, ଟେକ୍ନୋସିଆନ ତଥା ପାରା ମେଡିକାଲ ଷ୍ଟାଫ, ବିଏସଇ ନର୍ସିଂ ଓ ନର୍ସିଂ ଅଫିସରମାନଙ୍କୁ ତିନି ମାସିଆ ଚୁକ୍ତି କରି ନିଯୁକ୍ତି ଦେଇଥିଲେ। କିନ୍ତୁ ଏମାନଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ମିଳିପାରିଲା ନାହିଁ।

ଏଥିପାଇଁ ସେମାନେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ ହେଁ କେହି ସେମାନଙ୍କର ଦାବି ଶୁଣୁନାହାନ୍ତି। ଯାହା ଫଳରେ ବାଧ୍ୟହୋଇ ଏହି କରୋନା ଯୋଦ୍ଧା ଧାରଣାରେ ବସିଛନ୍ତି। ଏମାନଙ୍କୁ ଯଦି ପୁଣିଥରେ ଚୁକ୍ତି ଭିତ୍ତିକ ନିଯୁକ୍ତି କିମ୍ବା ସ୍ଥାୟୀ ନିଯୁକ୍ତି ନ ମିଳେ, ତାହେଲେ ଏହି ଆନ୍ଦୋଳନ ଏମିତି ଜାରି ରଖିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos