Advertisment

ଓଡ଼ିଶାରେ ଉତ୍ପାଦନ ହେବ କୋଭିଡ୍‌ ଭ୍ୟାକସିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଏକ ଉନ୍ନତମାନର ‘ଟିକା ଉତ୍ପାଦନକାରୀ’ କେନ୍ଦ୍ର ସ୍ଥାପନ କରାଯିବ। ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିଃ ଏହି ଟିକା ଉତ୍ପାଦନକାରୀ କେନ୍ଦ୍ର ନିର୍ମାଣ କରିବ ଓ ଏଠାରୁ କୋଭିଡ-୧୯ ରୋଗ ସମେତ ୧୦ପ୍ରକାରର ଟିକା ଉତ୍ପାଦନ ହେବ। ଏଥିପାଇଁ ଭାରତ ବାୟୋଟେକ୍ ପକ୍ଷରୁ ପ୍ରାୟ ୩୦୦କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ଧାରୁଆଠାରେ ଏକ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଓଡ଼ିଶାରେ ଉତ୍ପାଦନ ହେବ କୋଭିଡ୍‌ ଭ୍ୟାକସିନ୍‌

cova

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଏକ ଉନ୍ନତମାନର ‘ଟିକା ଉତ୍ପାଦନକାରୀ’ କେନ୍ଦ୍ର ସ୍ଥାପନ କରାଯିବ। ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିଃ ଏହି ଟିକା ଉତ୍ପାଦନକାରୀ କେନ୍ଦ୍ର ନିର୍ମାଣ କରିବ ଓ ଏଠାରୁ କୋଭିଡ-୧୯ ରୋଗ ସମେତ ୧୦ପ୍ରକାରର ଟିକା ଉତ୍ପାଦନ ହେବ। ଏଥିପାଇଁ ଭାରତ ବାୟୋଟେକ୍ ପକ୍ଷରୁ ପ୍ରାୟ ୩୦୦କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ।

Advertisment

ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ଧାରୁଆଠାରେ ଏକ ଉନ୍ନତ ତଥା ବିକଶିତ ପ୍ରତିଷେଧକ ଟିକା ପ୍ରସ୍ତୁତକାରୀ ୟୁନିଟ୍ ସ୍ଥାପନ ନିମନ୍ତେ ତୃଣମୂଳସ୍ତରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି। ଅତ୍ୟାଧୁନିକ ବାୟୋଟେକ୍ ଇନକ୍ୟୁବେସନ କେନ୍ଦ୍ର, ସାଧାରଣ ସୁବିଧା ଓ ଆଇଟି କରିଡର ସ୍ଥାପନ ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀକୁ ଅନ୍ଧାରୁଆରେ ନିଜର ସମ୍ପ୍ରସାରଣ ନିମନ୍ତେ ଭବିଷ୍ୟତରେ ରାଜ୍ୟ ସରକାର ସବୁପ୍ରକାରର ସହାୟତା ଯୋଗାଇଦେବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନ୍ଧାରୁଆର ବାୟୋଟେକ୍ ପାର୍କଠାରେ ଜମି ଉପଲବ୍ଧ ଅଛି। କୋଠାର ନକ୍ସା ମଧ୍ୟ ଅନୁମୋଦିତ ହୋଇଛି। ସେଠାରେ ବିଭିନ୍ନ ଇନକ୍ୟୁବେସନ୍ ସେଣ୍ଟରରେ ୭୭୪ଟି ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି, ଯାହା ମଧ୍ୟରୁ ୬୫ଟି ଇନକ୍ୟୁବେଟର ପେଟେଣ୍ଟ, ଟ୍ରେଡ୍ ମାର୍କ ଓ କପି ରାଇଟ୍ ଆଦି ହାସଲ କରିଛନ୍ତି। ପ୍ରାୟ ୭୫ଟି ଷ୍ଟାର୍ଟଅପ୍ ବାୟୋଟେକ୍ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Advertisment

ଭାରତ ବାୟୋଟେକ୍ ନ୍ୟାସନାଲ ଲିିମିଟେଡ ଅଧ୍ୟକ୍ଷ ଡଃ କ୍ରିଷ୍ଣା ଇଲା କହିଛନ୍ତି ଯେ, ଏହି ପ୍ରସ୍ତାବିତ ୟୁନିଟରେ ଉନ୍ନତମାନର ଟେକ୍ନୋଲୋଜି ଉପଯୋଗ କରାଯିବ। କମ୍ପାନୀ ପ୍ରାୟ ୩୦୦କୋଟି ଟଙ୍କା ନିବେଶ କରିବ। ରୋଟାଭାଇରସ୍ , ମ୍ୟାଲେରିଆ, ଜାପାନିଜ୍ ଇନସିଫାଲିଟିସ୍‌, ରାବିସ୍ , ମହାମାରୀ ଇଞ୍ଜେକସନ୍ , କୋଭିଡ୍‌-୧୯ ନିମନ୍ତେ ଟିକା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏହି ବୈଠକରେ ରାଜ୍ୟ ସରକାର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।