ଗୋ’ ଚାଲାଣର କରିଡର ପାଲଟିଛି ୧୬ ଓ ୫୫ ନମ୍ବର ଜାତୀୟ ରାଜପଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବେଆଇନ ଗୋ’ ଚାଲାଣ ଉପରେ ଲାଗିପାରୁନି ଅଙ୍କୁଶ। ବେଧଡ଼କ ଚାଲିଛି କାରବାର। ଆଉ ଏହି କାରବାର କରିଡ଼ର ପାଲଟିଛି ରାଜ୍ୟର ୧୬ ଓ ୫୫ ନମ୍ବର ଜାତୀୟ ରାଜପଥ। ଗତ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ସାମ୍ନାକୁ ଆସିଛି ଗୋ’ ଚାଲାଣର କଳା ବେପାର। ଆଜି ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି ହଜାରେରୁ ଅଧିକ ଗୋରୁ। ଅତି ନିର୍ଦ୍ଦୟ ଭାବେ ଖୋର୍ଦ୍ଧା ଅଞ୍ଚଳରୁ ପାଖାପାଖି ୨୦୦ […]

cow

cow

Manoranjan Sial
  • Published: Saturday, 12 October 2019
  • Updated: 12 October 2019, 07:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବେଆଇନ ଗୋ’ ଚାଲାଣ ଉପରେ ଲାଗିପାରୁନି ଅଙ୍କୁଶ। ବେଧଡ଼କ ଚାଲିଛି କାରବାର। ଆଉ ଏହି କାରବାର କରିଡ଼ର ପାଲଟିଛି ରାଜ୍ୟର ୧୬ ଓ ୫୫ ନମ୍ବର ଜାତୀୟ ରାଜପଥ। ଗତ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ସାମ୍ନାକୁ ଆସିଛି ଗୋ’ ଚାଲାଣର କଳା ବେପାର। ଆଜି ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି ହଜାରେରୁ ଅଧିକ ଗୋରୁ।

ଅତି ନିର୍ଦ୍ଦୟ ଭାବେ ଖୋର୍ଦ୍ଧା ଅଞ୍ଚଳରୁ ପାଖାପାଖି ୨୦୦ ଗୋରୁଙ୍କୁ ଏକ ନିବୁଜ କଣ୍ଟେନରରେ ଭର୍ତ୍ତି କରି ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ତେବେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ ଫାଣ୍ଡି ଓ ଟୋଲଗେଟ୍‌ ନିକଟରେ କେତେକ ଯୁବକ ଏହି ଗାଡ଼ିଟିକୁ ଅଟକାଇ ଥିଲେ। ପରେ ଗାଡ଼ି ଭିତରୁ ଏହି ଗୋରୁମାନଙ୍କୁ ଉଦ୍ଧାର କରିଥିଲେ। ଏହାଛଡ଼ା କଣ୍ଟେନର ଭିତରୁ ୫ଟି ଗୋରୁଙ୍କ ମୃତଦେହ ମଧ୍ୟ ବାହାର କରିଥିଲେ। ଏହା ପୂର୍ବରୁ ଅନ୍ୟ ଦୁଇଟି ଗାଡ଼ି ପଶ୍ଚିମବଙ୍ଗ ଚାଲିଯାଇଥିବା ଜଣାପଡ଼ିଛି। ଗତକାଲି ମଧ୍ୟ ଏଭଳି ଭାବେ ଚାଲାଣ କରାଯାଉଥିବା ବେଳେ ୨ଟି ଗୋରୁ ବୋଝେଇ ଗାଡିକୁ ଧରିବାରେ ସଫଳ ହୋଇଥିଲେ ସ୍ଥାନୀୟ ଲୋକେ।

ସେପଟେ ପୁଲିସ ୭ ଚାଲାଣକାରୀଙ୍କୁ ଗିରଫ କରିବା ସହ କଣ୍ଟେନର ଗୁଡ଼ିକରେ ଡାକପାର୍ସଲ ଲେଖାଯାଇଥିବାରୁ ସହଜରେ ଜାଣିହେଉନଥିବା କହିଛନ୍ତି ଖନ୍ତାପଡ଼ା ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ।

ଗୋ’ ଚାଲାଣର ଆଉ ଏକ କରିଡ଼ର ହେଉଛି, ଅନୁଗୋଳରୁ ଢେଙ୍କାନାଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ। ସେଠି ମଧ୍ୟ ୬ ଶହରୁ ଅଧିକ ଗୋରୁଙ୍କୁ ଆଜି ଉଦ୍ଧାର କରିଛି ସ୍ପେଶାଲ୍ ସ୍କ୍ୱାର୍ଡ। ଏହାଛଡ଼ା ୬ ଜଣଙ୍କୁ ଗିରଫ କରିବା ସହ ଗୋ’ଚାଲାଣରେ ବ୍ୟବହୃତ ୬ଟି କଣ୍ଟେନର ଓ ୪ଟି ଚାରିଚକିଆ ଯାନକୁ ଜବତ କରିଛି ପୁଲିସ। ସେପଟେ ଗୋ’ ଚାଲାଣ ପ୍ରତିବାଦରେ କିଛି ସମୟ ଧରି ଢେଙ୍କାନାଳରେ ଦେଖାଦେଇଥିଲା ଉତ୍ତେଜନା।

ପଶୁ ପରିବହନ ପାଇଁ ଥିବା ସରକାରଙ୍କ ସ୍ୱତନ୍ତ୍ର ଆଇନ କହୁଛି, ପଶୁଙ୍କୁ ବୋହିବା ପାଇଁ ସ୍ୱତନ୍ତ୍ର ଗାଡ଼ି ରହିଛି। ସେହି ଗାଡ଼ିରେ ୬ରୁ ଅଧିକ ପଶୁଙ୍କୁ ପରିବହନ କରାଯାଇପାରିବ ନାହିଁ। ପଶୁ ପରିବହନ ଗାଡ଼ିରେ ନାଲି ଅକ୍ଷରରେ ପଶୁଙ୍କୁ ପଠାଯାଉଥିବା ସ୍ଥାନ, ପ୍ରେରକ ଓ ଗ୍ରହଣକାରୀଙ୍କ ନାମ ଏବଂ ଫୋନ ନମ୍ବର ଲେଖାଯିବା କଥା। କିନ୍ତୁ ବେଆଇନ ଓ ଅବାଧ ଭାବେ ଚାଲାଣକାରୀ ଚଳାଇଛନ୍ତି ଗୋ’ଚାଲାଣର କଳାଧନ୍ଧା। ତେବେ ଏ ସମ୍ପର୍କରେ ସାଧାରଣ ଲୋକେ ଜାଣିପାରି ଚଢ଼ଉ କରୁଥିବା ବେଳେ ପୁଲିସ କାହିଁକି ତା ଆଗରୁ ତତ୍ପର ହେଉନି? ନା ଜାଣିଜାଣି ଗୋ’ଚାଲାଣକାରୀଙ୍କୁ ପ୍ରୋତ୍ସାହନ ଦେଉଛି ପୁଲିସ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story