ମିଳିଲା ଅପବାଦ; ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା

ଭୁବନେଶ୍ୱର : ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା। ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ହିଂସାର ତାଲିକା ଦେଖିଲେ ଦେଶରେ ଟପ୍ ଟେନ୍‌ରେ ଆସୁଛି ଓଡ଼ିଶା । ନ୍ୟାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ,  NCRB ପକ୍ଷରୁ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୭ ତଥ୍ୟରୁ ଏହି ସାଂଘାତିକ କଥା ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିବାର ଅପବାଦ ମୁଣ୍ଡାଇଛି।  ୨୦୧୭ରେ ରୁଜୁ ହୋଇଛି ଏପରି ୧ ହଜାର […]

women-1

women-1

Niharika Rout
  • Published: Wednesday, 23 October 2019
  • Updated: 23 October 2019, 09:05 AM IST

Sports

Latest News

ଭୁବନେଶ୍ୱର : ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା। ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ହିଂସାର ତାଲିକା ଦେଖିଲେ ଦେଶରେ ଟପ୍ ଟେନ୍‌ରେ ଆସୁଛି ଓଡ଼ିଶା । ନ୍ୟାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ,  NCRB ପକ୍ଷରୁ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୭ ତଥ୍ୟରୁ ଏହି ସାଂଘାତିକ କଥା ଜଣାପଡ଼ିଛି।

ଏହି ରିପୋର୍ଟ ଅନୁସାରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିବାର ଅପବାଦ ମୁଣ୍ଡାଇଛି।  ୨୦୧୭ରେ ରୁଜୁ ହୋଇଛି ଏପରି ୧ ହଜାର ୧୩୪ଟି ମାମଲା । ସେହିପରି ଅସଦାଚରଣରେ ୯ ହଜାର ୧୩୨ଟି ମାମଲା ସହିତ ଓଡ଼ିଶାର ସ୍ଥାନ ଚତୁର୍ଥ। ୨୦୧୭ରେ ଓଡ଼ିଶାରେ ରୁଜୁ ହୋଇଥିଲା ୨ ହଜାର ୭୦ଟି ଦୁଷ୍କର୍ମ ମାମଲା, ଯାହାକି ସାରା ଦେଶରେ ପଞ୍ଚମ ସର୍ବାଧିକ।

ପ୍ରତିଦିନ ରୁଜୁ ହୋଇଛି ୬ଟି ଲେଖାଏଁ ଦୁଷ୍କର୍ମ ମାମଲା। ସବୁଠାରୁ ଉଦ୍‌ବେଗର କଥା ହେଲା, ଏତେ ସତ୍ତ୍ୱେ ଦଣ୍ଡବିଧାନ ହାର ନୈରାଶ୍ୟଜନକ।  ୨୦୧୭ରେ ଏହା ଥିଲା ମାତ୍ର ୭ ଦଶମିକ ୪ ପ୍ରତିଶତ, ଯାହାକି ସାରା ଦେଶରେ ପଞ୍ଚମ ।

ସର୍ବନିମ୍ନ ୩୭୨ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୪ ହଜାର ୬୬୯ ମାମଲାରେ ଖସି ଯାଇଛନ୍ତି ଅଭିଯୁକ୍ତ। ସେହିପର ନାରୀ ନିର୍ଯାତନାର ୯୪ ଦଶମିକ ୭ ପ୍ରତିଶତ ମାମଲା ପଡ଼ି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos