ପାର୍ସଲ ବୋମା ବିସ୍ଫୋରଣ ଗୁମର ଖୋଲିବ କ୍ରାଇମବ୍ରାଞ୍ଚ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଗୁମର ଖୋଲିବ କ୍ରାଇବମ୍‌ବ୍ରାଞ୍ଚ। ସେଥିପାଇଁ କ୍ରାଇମବ୍ରାଞ୍ଚ ଏସ୍ଆଇଟିର ୪ ଜଣିଆ ଟିମ୍‌ ଆଜି ବଲାଙ୍ଗିରରେ ପହଞ୍ଚିଛି। ଏହି ଟିମ୍ ପ୍ରଥମେ ପାଟଣାଗଡ଼ ଯାଇ ମୃତ ସୌମ୍ୟଶେଖରଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିବ। ତା’ସହ ଘଟଣାସ୍ଥଳରେ ସରଜମିନ୍ ତଦନ୍ତ କରିବ। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ନବବଧୂ ରୀମାଙ୍କ ପରିବାର ଲୋକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚର ଏହି ଟିମ୍ ପଚରାଉଚରା କରିବ। ଗତକାଲି ଏସ୍‌ସିବିରେ ରୀମାଙ୍କୁ ପଚରାଉଚରା କରିଥିଲା ତଦନ୍ତକାରୀ […]

patnagardh parsal blest1

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 07:59 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଗୁମର ଖୋଲିବ କ୍ରାଇବମ୍‌ବ୍ରାଞ୍ଚ। ସେଥିପାଇଁ କ୍ରାଇମବ୍ରାଞ୍ଚ ଏସ୍ଆଇଟିର ୪ ଜଣିଆ ଟିମ୍‌ ଆଜି ବଲାଙ୍ଗିରରେ ପହଞ୍ଚିଛି। ଏହି ଟିମ୍ ପ୍ରଥମେ ପାଟଣାଗଡ଼ ଯାଇ ମୃତ ସୌମ୍ୟଶେଖରଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିବ। ତା’ସହ ଘଟଣାସ୍ଥଳରେ ସରଜମିନ୍ ତଦନ୍ତ କରିବ। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ନବବଧୂ ରୀମାଙ୍କ ପରିବାର ଲୋକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚର ଏହି ଟିମ୍ ପଚରାଉଚରା କରିବ। ଗତକାଲି ଏସ୍‌ସିବିରେ ରୀମାଙ୍କୁ ପଚରାଉଚରା କରିଥିଲା ତଦନ୍ତକାରୀ ଟିମ। ଅତିରିକ୍ତ ଏସ୍‌ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ୪ ଜଣିଆ ଏସ୍‌ଆଇଟି ଟିମ୍‌ ମାମଲାର ତଦନ୍ତ କରୁଛି।

ଗତ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଉପହାର ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ସୌମ୍ୟ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ରୀମାଙ୍କୁ ବଲାଙ୍ଗିର, ବୁର୍ଲା ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାକୁ ମାସେ ପୂରିଲାଣି। ହେଲେ ପୋଲିସ ହାତ ଖାଲି। ଆଜିପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ ମେଡ଼ିକାଲରେ ସ୍ୱାମୀଙ୍କୁ ଦେଖିବା ପାଇଁ ଜିଦ୍‌ ଧରିଥିଲେ ରୀମା। ମାତ୍ର ବିଭିନ୍ନ ବାହାନା ଦେଖାଇ ପରିବାର ଲୋକେ ଘଟଣାକୁ ଏଡାଇ ଦେଇଥିଲେ। ଦିନ ହଠାତ୍‌ ପେପର ପଢ଼ୁ ପଢ଼ୁ ଜାଣିବାକୁ ପାଇଲେ ସ୍ୱାମୀ ସୌମ୍ୟ ଆଉ ଦୁନିଆରେ ନାହାନ୍ତି। ଏଥିରେ ଖବର ପଢ଼ି ସେ ମର୍ମାହତ ହୋଇପଡ଼ି ଥିଲେ। ମୁଖ୍ୟଅଭିଯୁକ୍ତକୁ ଗିରଫ କରିବା ପାଇଁ କୋହଭରା କଣ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏପରିକି ରୀମାଙ୍କ ବାପା-ମାଆ ଓ ସୌମ୍ୟଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଦୁଇ ଦିନ ତଳେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚର ଏସ୍‌ଆଇଟି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲା।

Related story