କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କିଛି ଦିନର ଶିଥିଳତା ପରେ ପୁଣି କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଶାଖା ତତ୍ପର ହୋଇପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର କେନ୍ଦ୍ରାପଡା ସହରରେ ଥିବା ଦିଲରାପୁର ସ୍ଥିତ ବାସଭବନରେ ଆଜି ଭୋର ତିନିଟା ବେଳେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ଟିଟୋର ଦୁଇ ଭାଇ ଆସପକ ଅଲ୍ଲି ଓରଫ ଜୀ ବାବୁ, ସୟଦ ଇଫତିକର ଅଲ୍ଲି ଓରଫ ଚିତୋ ଏବଂ ଟିଟୋର ସମ୍ପର୍କୀୟ ଅମଜାଦ ଖାନ୍ ଓରଫ ମୁନାକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଏହି ୩ ଜଣଙ୍କୁ ଗିରଫ କରିଛି ପୁଲିସ।
ଗତବର୍ଷ ଜୁନ ୩୦ ତାରିଖରେ ଏସଟିଏଫ ଟିଟୋକୁ ଏନକାଉଣ୍ଟର କରିଥିଲା । ପରେ ଟିଟୋର ଅନେକ ସହଯୋଗୀଙ୍କୁ ଗିରଫ କରିଥିଲା। ସେବେ ଠାରୁ ଟିଟୋର ଦୁଇ ଭାଇ ଫେରାର ଥିଲେ । ଦାଦାବଟି ଓ ଟେଣ୍ଡର ଫିକ୍ସିଂ ପାଇଁ ୨୦୧୮ ଜୁଲାଇରେ ଠିକାଦାର ଶିବପ୍ରାସାଦ ପରିଡାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଟିଟୋର ସମ୍ପୃକ୍ତ ୨ ଭାଇ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।
Crime
ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ, ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ କହିଛନ୍ତି।