ମାନସ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଆଜି ଗିରଫ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠାଙ୍କ ସହିତ ଆଉ ତିନି ଅଭିଯୁକ୍ତ- ଝୁନା ଭୋଇ, ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ପ୍ରାୟ ଦେଢ଼ ମାସ ଧରି ପୁଲିସ୍ ସହିତ ଲୁଚକାଳି ଖେଳୁଥିବା ‘ସମ୍ପୂର୍ଣ୍ଣ’ ନ୍ୟୁଜ୍ ୱେବ୍ […]

sarmistha raut

sarmistha raut

Jitendra Garnayak
  • Published: Monday, 28 March 2022
  • Updated: 29 March 2022, 01:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଆଜି ଗିରଫ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠାଙ୍କ ସହିତ ଆଉ ତିନି ଅଭିଯୁକ୍ତ- ଝୁନା ଭୋଇ, ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।

ପ୍ରାୟ ଦେଢ଼ ମାସ ଧରି ପୁଲିସ୍ ସହିତ ଲୁଚକାଳି ଖେଳୁଥିବା ‘ସମ୍ପୂର୍ଣ୍ଣ’ ନ୍ୟୁଜ୍ ୱେବ୍ ଚ୍ୟାନେଲ୍‌ର ମାଲିକାଣୀ ଶର୍ମିଷ୍ଠା ରାଉତ ଆଜି ଧରାପଡ଼ିଥିଲେ। ବସ୍‌ରେ କୋଲକାତାରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକର ନଳଙ୍ଗାଠାରେ ତାଙ୍କୁ ଧରିଥିଲେ ଚାନ୍ଦବାଲି ପୁଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍। ଶର୍ମିଷ୍ଠାଙ୍କ ସହିତ ତାଙ୍କ ସହଯୋଗୀ ଝୁନା ଭୋଇ ବି ଥିଲେ। ସେମାନଙ୍କୁ ଗିରଫ କରାଯାଇ ପ୍ରଥମେ ତିହିଡ଼ି ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ସେଠାରୁ ଉଭୟଙ୍କୁ ନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ରିମାଣ୍ଡ ଆବେଦନ କରାଯାଇଥିଲା। ଶର୍ମିଷ୍ଠାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା।

ଶର୍ମିଷ୍ଠା ଓ ଝୁନାଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। ତେବେ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିବା ସହିତ ସେମାନଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ। ଶର୍ମିଷ୍ଠା ଓ ଝୁନାଙ୍କ ବ୍ୟତୀତ ନିରଞ୍ଜନ ସେଠୀ ଏବଂ ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।

ଭଦ୍ରକ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୯ରେ ଭୁବନେଶ୍ୱର ଛାଡ଼ିଥିଲେ ଶର୍ମିଷ୍ଠା ଓ ଝୁନା। ତା’ପରଠୁ ସେମାନଙ୍କ ସଂପର୍କରେ ଆଉ କୌଣସି ସୁରାଗ୍ ପାଇନଥିଲା ଚାନ୍ଦବାଲି ପୁଲିସ। ଏମାନେ ଭୁବନେଶ୍ୱରରୁ ପ୍ରଥମେ କୋଲକାତା ପଳାଇଥିଲେ। ସେଠାରୁ ଯାଇଥିଲେ ଗୌହାଟୀ। କିଛିଦିନ ପରେ ପୁଣି ଫେରିଥିଲେ କୋଲକାତା। ଗିରଫଦାରୀ ଭୟରେ ଉଭୟେ ପ୍ରାୟତଃ କୋଲକାତା ଓ ଗୌହାଟୀର ରେଳଷ୍ଟେସନ୍ ଗୁଡ଼ିକରେ ଆଶ୍ରୟ ନେଉଥିଲେ। ଟଙ୍କା ସରି ଆସୁଥିବା ବେଳେ ବସ୍‌ରେ ଭୁବନେଶ୍ୱର ଫେରୁଥିବା ବେଳେ ସେମାନେ ଧରାପଡ଼ିଥିଲେ।

ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଗତ ୨୧ ତାରିଖରେ ସୂଚନା ଓ ଲୋକ ସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ, ରାଜ୍ କମ୍ୟୁନିକେସନର ମାଲିକ ରଂଜନ ନାୟକ ଓରଫ୍ ରାଜ୍ ଓ ୨୩ ତାରିଖରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଗିରଫ କରାଯାଇଥିଲା। ତା’ପୂର୍ବରୁ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା।

୮ ଜଣ ଗିରଫ ହୋଇଥିଲେ ସୁଦ୍ଧା ଏଯାଏଁ ଏହି ହତ୍ୟାକାଣ୍ଡ ଘଟାଇବା ପଛର ରହସ୍ୟ ଉନ୍ମୋଚିତ ହୋଇପାରିନି। ହତ୍ୟା ପଛରେ ଏକ ମେମୋରି ଚିପ୍ ଥିବା କୁହାଯାଉଛି। ତା’ର ରହସ୍ୟ କ’ଣ ତାହା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କଲା ବେଳେ ଜଣାପଡ଼ିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story