ଟ୍ୱିନ୍‌ସିଟି ଏବେ କ୍ରାଇମ୍ ସିଟି

ଭୁବନେଶ୍ୱର: ଅପରାଧ ନିୟନ୍ତ୍ରଣ ନେଇ ବିଭିନ୍ନ ପଦକ୍ଷେପ ବାବଦରେ ଘୋଷଣା ହେଉଛି। ବିଭିନ୍ନ ଆଖିଦୃଶିଆ ଯୋଜନା ମଧ୍ୟ ହେଉଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପୁଲିସ୍ ବିଭାଗକୁ ସୁଦୃଢ଼ କରାଯାଉଥିବା ଦାବି କରାଯାଉଥିଲେ ମଧ୍ୟ ଏହାର ଓଲଟାଚିତ୍ର ସାମ୍ନାକୁ ଆସିଛି। କଟକ-ଭୁବନେଶ୍ୱର ଟ୍ୱିନ୍‌ସିଟିର କ୍ରାଇମ ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ସାଂଘାତିକ କଥା ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ହତ୍ୟା, ଡକାୟତି, ଛିନ୍‌ତାଇ ଓ ଦୁଷ୍କର୍ମ ଭଳି ମାମଲା ଟ୍ୱିନ୍‌ସିଟିରେ ବୃଦ୍ଧି ପାଇଛି। ଏଥିରେ […]

commisionrate-police

commisionrate-police

Subrat Kumar Nayak
  • Published: Wednesday, 30 January 2019
  • Updated: 30 January 2019, 07:38 PM IST

Sports

Latest News

ଭୁବନେଶ୍ୱର: ଅପରାଧ ନିୟନ୍ତ୍ରଣ ନେଇ ବିଭିନ୍ନ ପଦକ୍ଷେପ ବାବଦରେ ଘୋଷଣା ହେଉଛି। ବିଭିନ୍ନ ଆଖିଦୃଶିଆ ଯୋଜନା ମଧ୍ୟ ହେଉଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପୁଲିସ୍ ବିଭାଗକୁ ସୁଦୃଢ଼ କରାଯାଉଥିବା ଦାବି କରାଯାଉଥିଲେ ମଧ୍ୟ ଏହାର ଓଲଟାଚିତ୍ର ସାମ୍ନାକୁ ଆସିଛି। କଟକ-ଭୁବନେଶ୍ୱର ଟ୍ୱିନ୍‌ସିଟିର କ୍ରାଇମ ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ସାଂଘାତିକ କଥା ସାମ୍ନାକୁ ଆସିଛି।

ଏହି ରିପୋର୍ଟରେ ଦର୍ଶାଯାଇଛି ହତ୍ୟା, ଡକାୟତି, ଛିନ୍‌ତାଇ ଓ ଦୁଷ୍କର୍ମ ଭଳି ମାମଲା ଟ୍ୱିନ୍‌ସିଟିରେ ବୃଦ୍ଧି ପାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି, କେବଳ ୨୦୧୮ ବର୍ଷରେ ଟ୍ୱିନ୍‌ସିଟିରେ ହତ୍ୟା ଜନିତ ମାମଲା ୭.୫ ପ୍ରତିଶତ ବଢ଼ିଛି। ସେହିପରି ଡକାୟତି ୨୫ ପ୍ରତିଶତ, ଛିନ୍‌ତାଇ ୫.୮ପ୍ରତିଶତ, ଦୁଷ୍କର୍ମ ଜନିତ ମାମଲା ୨୬ ପ୍ରତିଶତ ବଢ଼ିଥିବା କମିଶନର ସୂଚନା ଦେଇଛନ୍ତି।

ନାବାଳିକାଙ୍କୁ ପ୍ରେମ ଜନିତ ଦୁଷ୍କର୍ମ ମାମଲା ଚିନ୍ତାଜନକ ଭାବରେ ବେଶି ରହିଛି, ସେହିପରି ଦ୍ୱୈତ ନଗରୀରେ ଦୁର୍ଘଟଣା ଜନିତ ମାମଲା ୮ପ୍ରତିଶତ ବଢ଼ିଛି। ବର୍ଷ ୨୦୧୫, ୨୦୧୬ ଓ ୨୦୧୭ ତୁଳନାରେ ୨୦୧୮ରେ ହାରାହାରି ୫ ପ୍ରତିଶତ ମାମଲା ବୃଦ୍ଧି ପାଇଥିବା ପୁଲିସ୍ କମିଶନର ରିପୋର୍ଟରେ ଦର୍ଶାଇଛନ୍ତି।

ରାଜଧାନୀରେ ବଢୁଥିବା ଛିନ୍‌ତାଇ ଅପରାଧ ପଛରେ ବ୍ରାଉନସୁଗାର ସେବନ ଏକ ପ୍ରମୁଖ କାରଣ ରହିଛି। ୨୦୧୮ ବର୍ଷରେ ବ୍ରାଉନସୁଗାର କାରବାର ନେଇ ୫୦ଟି ମାମଲା ରୁଜୁ ହୋଇଥିବାବେଳେ, ୮୩ ଜଣ ଗିରଫ ହୋଇଛନ୍ତି। ୮୯୮ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି ଯାହାର ଅନୁମାନିକ ମୂଲ୍ୟ ସାଢ଼େ ୬ଲକ୍ଷ ଟଙ୍କା, ସେହିପରି ବେଆଇନ ଆର୍ମସ ବା ଅସ୍ତ୍ରଶସ୍ତ୍ର କାରବାର ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ମୋଟ ୧୦୫ଟି ମାମଲା ରୁଜୁ ହୋଇଥିବାବେଳେ ୫୧ଟି ପିସ୍ତଲ ଓ ରିଭଲଭର ଏବଂ ୧୫୬ଟି ଗୁଳି ଜବତ ହୋଇଛି। ଏଭଳି ମାମଲାରେ ୧୩୮ ଜଣ ଗିରଫ ହୋଇଛନ୍ତି।

ଦେହ ବ୍ୟବସାୟ ମଧ୍ୟ ଦ୍ୱୈତ ନଗରୀରେ ବୃଦ୍ଧି ପାଇଛି। କିଛି ଦିନ ମଧ୍ୟରେ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଦାଗୀଙ୍କ ପୁରୁଣା ଫାଇଲ ଖୋଲାଯିବ ବୋଲି ପୁଲିସ୍‌ କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story