କ୍ରାଇମବ୍ରାଞ୍ଚ୍ ତଦନ୍ତ ଆରମ୍ଭ , ବାବା ସାରଥୀଙ୍କୁ ଜେରା

କେନ୍ଦ୍ରାପଡ଼ା/କଟକ: ସାରଥୀ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆଜି ବାବା ସାରଥୀଙ୍କୁ ତାଙ୍କ ବାରିମୂଳ ସ୍ଥିତ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍। କ୍ରାଇମ କ୍ରାଇମବ୍ରାଞ୍ଚ୍ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି ଯେ ବାବା ସାରଥୀଙ୍କ ଏକାଉଣ୍ଟଗୁଡ଼ିକୁ ସିଜ୍ କରି ଦିଆଯାଇଛି। ଆଶ୍ରମରେ ଥିବା ସମସ୍ତ ଟଙ୍କା ଓ ସୁନା ଜବତ କରାଯାଇଛି। କେଉଁ ଭଳି ଭାବେ ସେ ସଂପତ୍ତି […]

cb

Rakesh Mallick
  • Published: Friday, 07 August 2015
  • , Updated: 08 August 2015, 01:36 AM IST

କେନ୍ଦ୍ରାପଡ଼ା/କଟକ: ସାରଥୀ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆଜି ବାବା ସାରଥୀଙ୍କୁ ତାଙ୍କ ବାରିମୂଳ ସ୍ଥିତ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍। କ୍ରାଇମ କ୍ରାଇମବ୍ରାଞ୍ଚ୍ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି ଯେ ବାବା ସାରଥୀଙ୍କ ଏକାଉଣ୍ଟଗୁଡ଼ିକୁ ସିଜ୍ କରି ଦିଆଯାଇଛି। ଆଶ୍ରମରେ ଥିବା ସମସ୍ତ ଟଙ୍କା ଓ ସୁନା ଜବତ କରାଯାଇଛି। କେଉଁ ଭଳି ଭାବେ ସେ ସଂପତ୍ତି ଠୁଳ କରି ଥିଲେ ତାହାର ଯାଞ୍ଚ୍ କରାଯାଉଛି। ଆଜି ଆଶ୍ରମ ପରିସରରେ ବାବା ସାରଥୀଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା। କିଛି କାଗଜପତ୍ର ମଧ୍ୟ ଜବତ କରାଯାଇଛି।

ବିବାଦ ଆରମ୍ଭ ହୋଇଥିଲା ବାବା ସାରଥୀଙ୍କ ଏଇ ସବୁ ଫଟୋକୁ ନେଇ। ହାଇଦ୍ରାବାଦର ଏକ ତାରକା ହୋଟେଲରେ ବାବା ଜଣେ ଯୁବତୀଙ୍କ ସହିତ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା। ବାବା ଏହାକୁ ଖଣ୍ଡନ କରିଥିଲେ ବି ଇଣ୍ଡିଗୋ ବିମାନରେ ଏସ୍ ସାରଥୀ ଓ ଏବଂ ଆର.ମଲ୍ଲିକଙ୍କ ନାଁରେ ଜୁଲାଇ ୩ରେ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଟିକେଟ କଟାଯାଇଥିବା ପ୍ରମାଣ ମିଳିଥିଲା। ଏବେ ଏସବୁ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆଗକୁ ବଢାଇବ। ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ଅପରାଧିକ ମାମଲା ରୁଜ୍ଜୁ ହେବ ନା ନାହିଁ ତାହା ସ୍ଥିର ହେବ।

ସେପଟେ ସାରଥୀ ବାବାଙ୍କ ସଂପତ୍ତିକୁ ନେଇ ବି ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାରଥୀଙ୍କ ତଥାକଥିତ ପୁଅ କୁହାଯାଉଥିବା ସତ୍ୟମ ଶେଖର ରାଉଳଙ୍କ ନାଁରେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ଘର ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଯାହାର ବର୍ତ୍ତମାନର ବଜାର ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ସେହିଭଳି ବାବାଙ୍କୁ ମିଳିଥିବା ଦାନଅର୍ଥ ବି ତଦନ୍ତ ପରିସରକୁ ଆସିପାରେ। ଆୟକର ବିଭାଗ ବି ଏନେଇ ଖୋଲତାଡ କରିପାରେ।

ସାରଥୀ ବାବାଙ୍କୁ ନେଇ ବିବାଦ ବଢୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚର ତଦନ୍ତ କେଉଁ ଦିଗରେ ଆଗଉଛି ତାକୁ ହିଁ ଅପେକ୍ଷା।

Related story