ଚାଉଳ ଯୋଗାଣ ନାଁରେ ସରକାରଙ୍କୁ ଚୂନ ଲଗାଉଛନ୍ତି ମିଲର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣ୍ଡିରୁ ଧାନ ନଉଠିବା ଏବଂ ଅଭାବୀ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ। ଗୋଟିଏ ପଟେ ଚାଷୀ ତା’ର ହକ୍ ପାଇଁ ସଂଗ୍ରାମ ଜାରି ରଖିଥିବା ବେଳେ ଅନ୍ୟପଟେ ମିଲର୍ ଚାଷୀଙ୍କୁ ଲୁଟି ମାଲାମାଲ୍ ହୋଇଛନ୍ତି। ମିଲର୍ ଚାଷୀଙ୍କ ଠାରୁ ଧାନ ନେଇ ସରକାରଙ୍କୁ ଚାଉଳ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ସରକାରଙ୍କୁ ଚାଉଳ ଦେବା ବଦଳରେ ମିଲରମାନେ ନିଜେ ସବୁ ହଡ଼ପ କରୁଥିବା ଅଭିଯୋଗ ଆସିଛି। ମିଲର୍ କେବଳ […]

rice

Ranjit Kumar Jena
  • Published: Thursday, 18 February 2021
  • , Updated: 19 February 2021, 12:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣ୍ଡିରୁ ଧାନ ନଉଠିବା ଏବଂ ଅଭାବୀ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ। ଗୋଟିଏ ପଟେ ଚାଷୀ ତା'ର ହକ୍ ପାଇଁ ସଂଗ୍ରାମ ଜାରି ରଖିଥିବା ବେଳେ ଅନ୍ୟପଟେ ମିଲର୍ ଚାଷୀଙ୍କୁ ଲୁଟି ମାଲାମାଲ୍ ହୋଇଛନ୍ତି। ମିଲର୍ ଚାଷୀଙ୍କ ଠାରୁ ଧାନ ନେଇ ସରକାରଙ୍କୁ ଚାଉଳ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ସରକାରଙ୍କୁ ଚାଉଳ ଦେବା ବଦଳରେ ମିଲରମାନେ ନିଜେ ସବୁ ହଡ଼ପ କରୁଥିବା ଅଭିଯୋଗ ଆସିଛି। ମିଲର୍ କେବଳ ଚାଷୀଙ୍କୁ ଲୁଟୁନାହାନ୍ତି ବରଂ ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଚାଉଳ ଯୋଗାଣ ନାଁରେ ଧାନ ନେଇ କୋଟି କୋଟି ଟଙ୍କାର କରିଛନ୍ତି ଘୋଟାଲା। ତେଣୁ ଜିଲ୍ଲାର ଖିଲାପି ମିଲରଙ୍କ ବିରୋଧରେ ଫୌଜଦାରୀ ଏବଂ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଯୋଗାଣ ନିଗମ।

ନବରଙ୍ଗପୁର ସହରର ରାଓ ଇଣ୍ଡଷ୍ଟ୍ରିଜ୍ ରାଇସ୍ ମିଲରୁ ଧାନ ନେଇ ୨୦୧୫-୧୬ରେ ଯୋଗାଣ ବିଭାଗକୁ ୯୬ ଲକ୍ଷ ୬୬ ହଜାର ଟଙ୍କାର ଚାଉଳ ଯୋଗାଇବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏଯାଏଁ ମିଲର୍ ସରକାରଙ୍କୁ ସେହି ଚାଉଳ ଦେଇନାହିଁ। ସେହିପରି ୨୦୧୬-୧୭ରେ ରାଇଘର ସ୍ଥିତ ମା ପେଣ୍ଡ୍ରାଣ୍ଡି ରାଇସମିଲ ୮୬ ଲକ୍ଷ ୬ ହଜାର ଟଙ୍କାର ଏବଂ ଡାବୁଗାଁର କାଳୀ ସୁନ୍ଦରୀ ରାଇସମିଲ ୭ ଲକ୍ଷ ୯୬ ହଜାରର ଚାଉଳ ଦେବା ପାଇଁ ଧାର୍ଯ୍ୟ ହୋଇଥିଲା। ହେଲେ ଚାଉଳ ନାହିଁ କି ଟଙ୍କା କିଛି ବି ମିଳିଲା ନାହିଁ। ଏହାରି ଭିତରେ ବର୍ଷ ବର୍ଷ ବିତିଯାଇଥିଲେ ବି ଜିଲ୍ଲା ଯୋଗାଣ ବିଭାଗ ଚୁପ୍ ରହିଥିବାବେଳେ ଏହି ୩ଟି ରାଇସମିଲ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଯୋଗାଣ ନିଗମ ଚିଠି ଲେଖିଛି।

କେନ୍ଦ୍ରାପଡ଼ାରେ ଯୋଗାଣ ବିଭାଗ ଓ ମିଲରଙ୍କ ମିଳିତ ଉଦ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏଠି କେବଳ ମିଲର ନୁହଁନ୍ତି, ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମା ଆସିଛି। ଗରଦପୁର ବ୍ଲକ ବଙ୍ଗାଳପୁରର ସତ୍ୟଭାମା ରାଇସମିଲରେ ୨୦୧୦-୧୧ରେ ଯୋଗାଣ ବିଭାଗଠାରୁ ୨୭ ଲକ୍ଷ ଟଙ୍କାର ଧାନ ନେଇ ଚାଉଳ ଫେରାଇବା କଥା। କିନ୍ତୁ ଚାଉଳ ବଦଳରେ ୨୭ ଲକ୍ଷ ଟଙ୍କା ହଜମ କରିଦେଲେ ମିଲ୍ ମାଲିକ। ଏହି ଘୋଟାଲାକୁ ୧୦ ବର୍ଷ ବିତିଗଲାଣି। ଏବେ ସତ୍ୟଭାମା ରାଇସମିଲ୍ ଭୂତକୋଠି ପାଲଟିଗଲାଣି। ଏଭଳି ସ୍ଥିତିରେ ୧୦ ବର୍ଷ ପରେ ନିଦରୁ ଉଠି ରାଜ୍ୟ ଯୋଗାଣ ନିଗମ ଏବେ ଚିଠି ଲେଖି ତତ୍କାଳୀନ ଜିଲ୍ଲା ଯୋଗାଣ ଅଧିକାରୀ, ଯୋଗାଣ ନିରୀକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ କହିଛି। ତାସହ ମିଲରଙ୍କ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମିଲରଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନି।

ନବରଙ୍ଗପୁର କି କେନ୍ଦ୍ରାପଡ଼ା ନୁହେଁ, ରାଜ୍ୟବ୍ୟାପୀ ଚାଲିଛି ଏଭଳି ଘୋଟାଲା। ମଣ୍ଡିରୁ ମିଲରଙ୍କ ଯାଏଁ ବର୍ଷ ବର୍ଷ ଧରି ମନମାନୀ କରି ଚଳୁ କରୁଛନ୍ତି କୋଟି କୋଟି ଟଙ୍କା। ଧଳାକୁ କଳା କରୁଛନ୍ତି ଅସାଧୁ ମିଲର୍ ଏବଂ ସେମାନଙ୍କୁ ସରକାର ସହାୟତା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଶ୍ରମମନ୍ତ୍ରୀ କହିଛନ୍ତି, ମିଲରଙ୍କ ସହ ସରକାରଙ୍କ କୌଣସି ସମ୍ପର୍କ ନାହିଁ। ଯିଏ ଭୁଲ କରିବ ସରକାର କାର୍ଯ୍ୟାନୁଷ୍ଠାନ ନେବେ।

Related story