‘ଚାଷୀଙ୍କୁ ଛାଡ଼ି ମିଲରଙ୍କ ସ୍ୱାର୍ଥ ପାଇଁ ଲଢ଼ୁଛି ବିଜେଡି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଷୁନା ଚାଉଳ କଳି ଏବେ ତୀବ୍ର ହେବାରେ ଲାଗିଛି। ଏହାକୁ ନେଇ ରାଜ୍ୟର ଶାସକ ବିଜେଡି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଷୁନା ଚାଉଳ କେନ୍ଦ୍ର କିଣୁନଥିବା ବିଜେଡି ଅଭିଯୋଗ କରିଥିବା ପରେ ବିଜେପି ଏହାର ଜବାବରେ ରାଜ୍ୟ ସରକାରଙ୍କୁ ଘେରିଛି। ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଉଷୁନା ଚାଉଳା ବାହାନା କରିଛନ୍ତି। ଅସଲ କଥା ହେଲା ଓଡ଼ିଶା ସରକାର ଚାଷୀଙ୍କ ପାଇଁ […]

lekhashree

lekhashree

Manoranjan Sial
  • Published: Tuesday, 19 January 2021
  • Updated: 19 January 2021, 05:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଷୁନା ଚାଉଳ କଳି ଏବେ ତୀବ୍ର ହେବାରେ ଲାଗିଛି। ଏହାକୁ ନେଇ ରାଜ୍ୟର ଶାସକ ବିଜେଡି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଷୁନା ଚାଉଳ କେନ୍ଦ୍ର କିଣୁନଥିବା ବିଜେଡି ଅଭିଯୋଗ କରିଥିବା ପରେ ବିଜେପି ଏହାର ଜବାବରେ ରାଜ୍ୟ ସରକାରଙ୍କୁ ଘେରିଛି।

ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଉଷୁନା ଚାଉଳା ବାହାନା କରିଛନ୍ତି। ଅସଲ କଥା ହେଲା ଓଡ଼ିଶା ସରକାର ଚାଷୀଙ୍କ ପାଇଁ ଚିନ୍ତିତ ନୁହଁନ୍ତି, ମିଲରଙ୍କ ପାଇଁ ଚିନ୍ତିତ। କାରଣ ଚାଷୀ ଧାନ ଉତ୍ପାଦନ କରେ ଓ ତାକୁ ବିକ୍ରି କରିଥାଏ। ଚାଉଳ ମିଲ୍‌ର ବିକେ। ଚାଷୀଙ୍କ ଧାନକୁ ରାଜ୍ୟ ସରକାର ଉଠାଇବେ। ନହେଲେ ରାଜ୍ୟ ସରକାର ମିଲରଙ୍କ ଦ୍ୱାରା ଉଠାଇବେ। ସେହି ଧାନରୁ ଉତ୍ପାଦିତ ଚାଉଳକୁ ରାଜ୍ୟ ସରକାର ଏଫ୍‌ଆଇକୁ ଦେଇପାରିବେ ବା ଖାଦ୍ୟ ସୁରକ୍ଷା ଆଇନରେ ବ୍ୟବହାରରେ କରିପାରିବେ।”

ସେ ଆହୁରି କହିଛନ୍ତି-“କେନ୍ଦ୍ର କରିଥିବା ଚିଠିରେ ଉଲ୍ଲେଖ ରହିଛି, ୫୦% ଉଷୁନା ଚାଉଳ ଓ ଅଧିକାରୁ ଅଧିକା ଅରୁଆ ଚାଉଳ ଉତ୍ପାଦନ କରାଯାଉ। ଅର୍ଥାତ କେନ୍ଦ୍ର ସରକା ଅଧିକରୁ ଅଧିକ ଅରୁଆ ଚାଉଳ କିଣିବାକୁ ଚାହୁଁଛନ୍ତି। କାରଣ ଓଡ଼ିଶା ସମେତ ପୂର୍ବ ଭାରତର କିଛି ରାଜ୍ୟ ଅଧିକ ଉଷୁନା ଚାଉଳ ଖାଉଛନ୍ତି। ହେଲେ ଜାତୀୟ ସ୍ତରରେ ଅରୁଆ ଚାଉଳର ଅଧିକ ଡିମାଣ୍ଡ ରହିଛି। ସେଥିପାଇଁ ମିଲରଙ୍କ ଦ୍ୱାରା ଅଧିକରୁ ଅଧିକ ଅରୁଆ ଚାଉଳ ଉତ୍ପାଦନ କରିବାକୁ କେନ୍ଦ୍ରର ଚିଠିରେ କୁହାଯାଇଛି। ହେଲେ ସୋମବାର ବିଜେଡି କରିଥିବା ଗଣମାଧ୍ୟମ ସମ୍ମିଳନୀରେ ଏହି କଥାକୁ ଚପାଇ ଦିଆଯାଇଛି। ଅରୁଆ ଚାଉଳ ବିଷୟରେ ପଦୁଟିଏ ନକହି ବିଜେଡି ନେତା କେନ୍ଦ୍ର ସରକାର ଉଷୁନା ଚାଉଳ କିଣୁନାହାନ୍ତି ବୋଲି ଆରୋପ ଲଗାଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ କାହିଁକି ଏତେ ଓକିଲାତି କରୁଛନ୍ତି? କାହା ସ୍ୱାର୍ଥରେ ଓକିଲାତି କରାଯାଉଛି? ପ୍ରକୃତ କଥା ହେଉଛି ଉଷୁନା ଚାଉଳ ଉତ୍ପାଦନ ହେଲେ ମିଲରମାନେ ଲାଭବାନ ହେବେ ।”

ଲେଖାଶ୍ରୀଙ୍କ ପ୍ରଥମ ଅଭିଯୋଗ, ଓଡ଼ିଶାର ମିଲରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ଗଚ୍ଛିତ ରହିଛି। ସେହି ଚାଉଳକୁ ସେମାନେ ଏଫ୍‌ସିଆଇ ବା ରାଜ୍ୟ ସରକାରଙ୍କୁ ଦେବା ପାଇଁ ଚାହୁଛନ୍ତି। ସେମାନେ ଚାହୁଁଛନ୍ତି ଉଷୁନା କେନ୍ଦ୍ର ସରକାର ନିଅନ୍ତୁ। ଏହାଦ୍ୱାରା ମିଲରମାନେ ମାଲାମାଲ୍‌ ହେବେ।

ଲେଖାଶ୍ରୀଙ୍କ ଦ୍ୱିତୀୟ ଅଭିଯୋଗ, ଧାନରୁ ଅରୁଆ ଅପେକ୍ଷା ଉଷୁନା ଚାଉଳ ଉତ୍ପାଦନ ହୁଏ।

ଲେଖାଶ୍ରୀଙ୍କ ତୃତୀୟ ଅଭିଯୋଗ, ଉଷୁନା ଚାଉଳ କୁଣ୍ଡାରୁ ରାଇସ୍‌ବ୍ରାନ୍‌ ଅଏଲ ତିଆରି ହେଉଛି। ଯାହା ଦାମ ବହୁତ ଅଧିକା ରହିଛି। ଯଦି ମିଲରମାନେ ଅରୁଆ ଚାଉଳ ତିଆରି କରିବେ, ତାହାହେଲେ ଏହି ଫାଇଦା ମିଲରମାନେ ପାଇବେ ନାହିଁ।

ଲେଖାଶ୍ରୀ ଆହୁରି କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ସ୍ୱାର୍ଥରେ କାମ କରୁଛନ୍ତି। ଗତକାଲି ରାଜ୍ୟର ସରକାର କେନ୍ଦ୍ରକୁ ସମାଲୋଚନା କରିଥିଲେ। ଏପରିକି କେନ୍ଦ୍ର ସରକାର ଉଷୁନା ଚାଉଳ ନେଉନି ବୋଲି ପ୍ରଶ୍ନ କରିଥିଲେ। ତେବେ ପ୍ରକୃତ କଥା ହେଲା ଓଡ଼ିଶାରେ ଚାଷୀମାନେ ଧାନ ଧରି ରାସ୍ତାରେ ବସିଛନ୍ତି। ସରକାର ଚାଷୀଙ୍କ ଧାନ ଉଠାଉ ନାହାନ୍ତି। ନାନା ଅବ୍ୟବସ୍ଥା ଭିତରେ ମଣ୍ଡି ଗତି କରୁଛି। ମଣ୍ଡିର ଉନ୍ନୟନ କାର୍ଯ୍ୟ ହୋଇପାରୁନି। ମଣ୍ଡିର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥ ବିଭିନ୍ନ ଆର୍‌ଏମ୍‌ସି, ଲାମ୍ପ୍ସ ଓ ପ୍ୟାକ୍ସ ପାଖରେ ପଡ଼ି ରହିଛି। ସେହି ପଇସା ଖର୍ଚ୍ଚ ହୋଇପାରୁନି। ଏହି ଅର୍ଥ କଣପାଇଁ ଖର୍ଚ୍ଚ ହୋଇପାରୁନି, ତାହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story