ଗିରଫ ହେଲେ କୋଟିପତି ଅଙ୍ଗନବାଡ଼ି ଦିଦି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଟିମକୁ ଆଜି ଆଉଏକ ବଡ଼ ସଫଳତା ମିଳିଛି। ବ୍ରହ୍ମପୁରର କୋଟିପତି ଅଙ୍ଗନବାଡ଼ି ଦିଦି ନମିତା ଦଳେଇଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ମୋଟ ୨ କୋଟି ୨୦ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଗତକାଲି ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ଓ ଭୁବନେଶ୍ୱରରେ ରେଡ୍ କରିଥିଲା। ଭୁବନେଶ୍ୱରରେ ୨ଟି ଫ୍ଲାଟ୍ ଠାବ ହୋଇଥିବା ବେଳେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା ଘର ଠାବ […]

anganwadi

Ranjit Kumar Jena
  • Published: Wednesday, 23 December 2020
  • , Updated: 23 December 2020, 06:38 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଟିମକୁ ଆଜି ଆଉଏକ ବଡ଼ ସଫଳତା ମିଳିଛି। ବ୍ରହ୍ମପୁରର କୋଟିପତି ଅଙ୍ଗନବାଡ଼ି ଦିଦି ନମିତା ଦଳେଇଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ମୋଟ ୨ କୋଟି ୨୦ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ।

ଗତକାଲି ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ଓ ଭୁବନେଶ୍ୱରରେ ରେଡ୍ କରିଥିଲା। ଭୁବନେଶ୍ୱରରେ ୨ଟି ଫ୍ଲାଟ୍ ଠାବ ହୋଇଥିବା ବେଳେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା ଘର ଠାବ ହୋଇଛି। ବ୍ୟାଙ୍କରେ ୧୨ ଲକ୍ଷ ଟଙ୍କା ଜମା ହୋଇଥିବା ସୂଚନା ମିଳିଛି। ଗିରଫ ଅଙ୍ଗନବାଡି ଦିଦି ନିଜ ଘରେ ଗୋଟିଏ ଛତୁଆ ୟୁନିଟ୍ ଖୋଲିଥିବା ସୂଚନା ମିଳିଛି।

Related story