କଟକ: ଟାଙ୍ଗୀରେ ଗୁଳିକାଣ୍ଡ, ୨ ଆହତ

କଟକ:  କଟକ  ଜିଲ୍ଲା ଟାଙ୍ଗୀରେ ଗୁଳିକାଣ୍ଡ ଘଟି ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଟାଙ୍ଗୀ ବ୍ଲକର ପୂର୍ବତନ ଯୁବ କଂଗ୍ରେସ ସଭାପତି ବିରଜା ପ୍ରସାଦ ରାଉତ ଓ ତାଙ୍କ ସହଯୋଗୀ ଚଗୁ ଜେନା। ଉଭୟଙ୍କୁ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବିରଜାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ବିରଜା ଚଗୁଙ୍କ ସହ ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ ବଇଁଚୁଆ ନିକଟରେ ତାଙ୍କୁ ଗୁଳିମାଡ଼ […]

gulikanda

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 07:20 AM IST

କଟକ:  କଟକ  ଜିଲ୍ଲା ଟାଙ୍ଗୀରେ ଗୁଳିକାଣ୍ଡ ଘଟି ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଟାଙ୍ଗୀ ବ୍ଲକର ପୂର୍ବତନ ଯୁବ କଂଗ୍ରେସ ସଭାପତି ବିରଜା ପ୍ରସାଦ ରାଉତ ଓ ତାଙ୍କ ସହଯୋଗୀ ଚଗୁ ଜେନା। ଉଭୟଙ୍କୁ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବିରଜାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ବିରଜା ଚଗୁଙ୍କ ସହ ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ ବଇଁଚୁଆ ନିକଟରେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।  ଘଟଣାର ତଦନ୍ତ ଜାରି ରହିଥିବା କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି।

Related story