ଘନ କୁହୁଡ଼ି ବଳୟରେ କଟକ ଓ ଭୁବନେଶ୍ୱର; ରାସ୍ତାଘାଟ ଦେଖାଯାଉନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଦୁଇ ସହରକୁ କୁହୁଡ଼ି ପୂରା ଢାଙ୍କି ରଖିଛି। ପାଣି ବୁନ୍ଦା ପଡ଼ୁଛି। ବାଇକ୍‌ରେ ଅଧିକ ସମୟ ଯାତ୍ରା କଲେ ଶରୀର ପୂରା ଓଦା ହୋଇଯାଉଛି। ଘନକୁହୁଡ଼ି ଯୋଗୁ ଭୁବନେଶ୍ୱରରୁ ବିମାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଏପରିକି ଦୁର୍ଘଟଣା ଖବର ବି ଆସିଛି। ରାସ୍ତା ଦେଖା ନଯିବା ଯୋଗୁ ଭୁବନେଶ୍ୱରର ଡମଣା ଓ କିଟ୍ ଛକରେ ଦୁର୍ଘଟଣା ଘଟିଛି। ଡମଣା ଛକରେ ଏକ […]

fog

Jitendra Garnayak
  • Published: Saturday, 19 January 2019
  • , Updated: 19 January 2019, 08:20 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଦୁଇ ସହରକୁ କୁହୁଡ଼ି ପୂରା ଢାଙ୍କି ରଖିଛି। ପାଣି ବୁନ୍ଦା ପଡ଼ୁଛି। ବାଇକ୍‌ରେ ଅଧିକ ସମୟ ଯାତ୍ରା କଲେ ଶରୀର ପୂରା ଓଦା ହୋଇଯାଉଛି। ଘନକୁହୁଡ଼ି ଯୋଗୁ ଭୁବନେଶ୍ୱରରୁ ବିମାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି।

ଏପରିକି ଦୁର୍ଘଟଣା ଖବର ବି ଆସିଛି। ରାସ୍ତା ଦେଖା ନଯିବା ଯୋଗୁ ଭୁବନେଶ୍ୱରର ଡମଣା ଓ କିଟ୍ ଛକରେ ଦୁର୍ଘଟଣା ଘଟିଛି। ଡମଣା ଛକରେ ଏକ ଅଟୋ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିବା ବେଳେ କିଟ୍ ଛକରେ ଏକ ସ୍କୁଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗତକାଲି ବି ରାଜଧାନୀରେ କୁହୁଡ଼ି ପଡ଼ିଥିଲା। କିନ୍ତୁ ଏତେ ଘନ ନଥିଲା। ଆଜି ଘନ କୁହୁଡ଼ି ପଡ଼ିଛି। ୫୦ ମିଟରର ଦୂରରୁ ବି ଦେଖିବା କଷ୍ଟକର ହୋଇପଡ଼ିଛି। କଟକରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଛି। ଆଜି ସକାଳେ ବାଦାମବାଡ଼ି ବସ୍ ଷ୍ଟାଣ୍ଡରୁ ବସ୍ ଚଳାଚଳା ବାଧାପ୍ରାପ୍ତ ହୋଇଥିଲା।

ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ରାଜଧାନୀ ଓ କଟକରେ ଏମିତି କୁହୁଡ଼ି ପଡ଼ିଛି।

ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତକାଲି ଆକାଶ ସ୍ୱଚ୍ଛ ଥିଲା। ତେବେ ରାତି ପ୍ରାୟ ୨ଟା ୧୫ରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯାଇଥିଲା। ଦକ୍ଷିଣା ପବନ ବହିବା ଯୋଗୁ ଏହା ଆଦ୍ରତା ସହିତ ମିଶି କୁହୁଡ଼ି ସୃଷ୍ଟି କରିଛି। କୁହୁଡ଼ି ପଡ଼ିବା ପରେ ପ୍ରଥମେ ୧୦୦ ମିଟର ପର୍ଯ୍ୟନ୍ତ ଦେଖାଯାଉ ନଥିଲା। କିନ୍ତୁ ପରେ ଏହା ୫୦ ମିଟରକୁ ଖସି ଆସି ଥିଲା। ରାଜଧାନୀର କିଛି ସ୍ଥାନରେ ୫୦ ମିଟରରୁ ବି କମ୍ ଦୂରତାରୁ କିଛି ବସ୍ତୁ ଦୃଶ୍ୟମାନ ହେଉନି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେବଳ କଟକ ଓ ଭୁବନେଶ୍ୱର ନୁହେଁ, ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଏମିତି କୁହୁଡ଼ି ପଡ଼ିପାରେ ବୋଲି ପାଣିପାଗ ବିଭାଗ ଅନୁମାନ ଲଗାଇଛି।

ଚଳିତ ବର୍ଷ ଦାରିଙ୍ଗବାଡ଼ିରେ ତାପମାତ୍ର ୩ ଡିଗ୍ରୀକୁ ଖସି ଥିବା ବେଳେ ଅନୁଗୋଳରେ ୬ ଡିଗ୍ରୀ ତଳକୁ ଖସି ଯାଇଥିଲା। ମକର ପରେ ଶୀତ ଟିକେ କମ୍ ଜଣାପଡୁଥିଲା ବେଳେ ଗୁରୁବାର ଠାରୁ ଟିକେ ଅଧିକ ଅନୁଭୂତ ହେଉଥିଲା। ଏଥର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ର କୋଇଡ଼ା ଅଞ୍ଚଳରେ ତୁଷାରପାତ ହୋଇଥିଲା।

Related story