ଆଜି ସରିବ ବାଲିଯାତ୍ରା

କଟକ(ଓଡ଼ିଶା ରିପୋର୍ଟର): ଆଜି ସରୁଛି ଐତିହାସିକ କଟକ ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିବାରୁ ଭିଡ଼ ବେଶି ଜମିବା ଆଶା କରାଯାଉଛି। ଗତକାଲି ସନ୍ଧ୍ୟାରେ ଲୋକାରଣ୍ୟ ହୋଇପଡ଼ିଥିଲା ବାଲିଯାତ୍ରା ପଡ଼ିଆ। ଗଣକବି ବୈଷ୍ଣବ ପାଣି ମଞ୍ଚରୁ ସରଗରମ କରିଥିଲା ବଲିଉଡ଼ କଣ୍ଠଶିଳ୍ପୀ କେକେଙ୍କ ସଂଗୀତ ପରିବେଷଣ। ହିନ୍ଦୀ ସିନେମାର ଅନେକ ସୁପରିହଟ୍ ଗୀତ ପରିବେଷଣ କରିଥିଲେ କେ.କେ। ଆଉ ସେଥିରେ ମତୁଆଲା ହୋଇ ଝୁମିଥିଲେ ଦର୍ଶକ। କେକେଙ୍କ ସଂଗୀତ ସହ […]

cuttack,,,

Tapaswini Nayak
  • Published: Wednesday, 20 November 2019
  • , Updated: 20 November 2019, 12:22 PM IST

କଟକ(ଓଡ଼ିଶା ରିପୋର୍ଟର): ଆଜି ସରୁଛି ଐତିହାସିକ କଟକ ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିବାରୁ ଭିଡ଼ ବେଶି ଜମିବା ଆଶା କରାଯାଉଛି। ଗତକାଲି ସନ୍ଧ୍ୟାରେ ଲୋକାରଣ୍ୟ ହୋଇପଡ଼ିଥିଲା ବାଲିଯାତ୍ରା ପଡ଼ିଆ। ଗଣକବି ବୈଷ୍ଣବ ପାଣି ମଞ୍ଚରୁ ସରଗରମ କରିଥିଲା ବଲିଉଡ଼ କଣ୍ଠଶିଳ୍ପୀ କେକେଙ୍କ ସଂଗୀତ ପରିବେଷଣ। ହିନ୍ଦୀ ସିନେମାର ଅନେକ ସୁପରିହଟ୍ ଗୀତ ପରିବେଷଣ କରିଥିଲେ କେ.କେ। ଆଉ ସେଥିରେ ମତୁଆଲା ହୋଇ ଝୁମିଥିଲେ ଦର୍ଶକ।

କେକେଙ୍କ ସଂଗୀତ ସହ ତାଳ ମିଳାଇ ନାଚିଥିଲେ ଦର୍ଶକ। ତାଙ୍କର ପ୍ରତ୍ୟେକଟି ଗୀତ ଦର୍ଶକଙ୍କୁ ଯୋଗାଇଥିଲା ଭରପର ମନୋରଞ୍ଜନା। ବାଲିଯାତ୍ରା ସରି ଆସୁଥିବାରୁ ଗତକାଲି ଦର୍ଶକଙ୍କ ଭିଡ ବେଶ ଜମିଥିଲା। ବୁଲାବୁଲି ସାଙ୍ଗକୁ କିଣାକିଣି ଆଉ ତା’ସାଙ୍ଗକୁ  ବିଭିନ୍ନ ଖାଦ୍ୟର ମଜା ଉଠାଇଥିଲେ ଦର୍ଶକ। ବିଭିନ୍ନ ଦୋଳି ନିକଟରେ ମଧ୍ୟ ଭିଡ଼ ଜମାଇଥିଲେ ପିଲାଠୁ ବୟସ୍କ। ବାଲିଯାତ୍ରାର ଶେଷ ଦିନ ଥିବାରୁ ଆଜି ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି।

Related story