ଏଥର ହେବନି ଐତିହାସିକ କଟକ ବାଲିଯାତ୍ରା

କଟକ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଇଁ ଆଉ ଏକ ବଡ଼ ମହୋତ୍ସବକୁ ବନ୍ଦ କରିଦିଆଯାଇଛି। ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ସହରରେ କୋଭିଡ୍ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି। ସେହିପରି ସାମୂହିକ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ମଧ୍ୟ ଜିଲ୍ଲାପାଳ ରୋକ୍ ଲଗାଇଛନ୍ତି। ଏପରିକି ଧବଳେଶ୍ୱରରେ ମଧ୍ୟ ବଡ଼ ଓଷା ପାଳନ […]

baliyatra

baliyatra

Ranjit Kumar Jena
  • Published: Friday, 30 October 2020
  • Updated: 30 October 2020, 10:20 AM IST

କଟକ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଇଁ ଆଉ ଏକ ବଡ଼ ମହୋତ୍ସବକୁ ବନ୍ଦ କରିଦିଆଯାଇଛି। ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ସହରରେ କୋଭିଡ୍ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।

ସେହିପରି ସାମୂହିକ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ମଧ୍ୟ ଜିଲ୍ଲାପାଳ ରୋକ୍ ଲଗାଇଛନ୍ତି। ଏପରିକି ଧବଳେଶ୍ୱରରେ ମଧ୍ୟ ବଡ଼ ଓଷା ପାଳନ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ। ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ଚଳିତ ବର୍ଷ ଏକାଧିକ ପର୍ବ ଓ ଉତ୍ସବ ପାଳନ ଉପରେ ରୋକ୍ ଲଗାଯାଇଛି। କରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ଲକଡାଉନ୍ ଆରମ୍ଭ କରିଥିଲେ। ଲକଡାଉନ୍ କାରଣରୁ ରାଜ୍ୟ ଓ ଦେଶରେ ସବୁ ପର୍ବପର୍ବାଣୀ ସାମୂହିକ ପାଳନ ଉପରେ ରୋକ୍ ଲଗାଯାଇଥିଲା। ଏପରିକି ଚଳିତ ବର୍ଷ ଗଣେଶ ପୂଜା ବନ୍ଦ ରହିଥିବା ବେଳେ ଦଶହରା ନିରାଡମ୍ବର ଭାବେ ପାଳନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos