ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨କୋଟି ୩ ଲକ୍ଷ ୨୭ ହଜାର ୮ ଶହ ୫୧ଟଙ୍କାର ସହାୟତା କରାଯାଇଛି।କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଏହି ସହାୟତା ରାଶି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।
ଏହି ସହାୟତା ରାଶି ମଧ୍ୟରୁ ୨କୋଟି କେବଳ ବ୍ୟାଙ୍କର ୨୦୧୮-୧୯ର ଲାଭାଂଶ ଟଙ୍କାର କିଛି ଅଂଶ ରହିଛି। ବାକି ୨ ଲକ୍ଷ ୨୭ ହଜାର ୮୫୧ ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ଏବଂ ବାକି ୧ ଲକ୍ଷ ଟଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି, ଉପ-ସଭାପତି ଏବଂ ୧୩ଜଣ ନିର୍ଦ୍ଦେଶକମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।
ଏହି ଦୁଃସମୟରେ ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବାକୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ବିରେନ୍ଦ୍ର ପ୍ରତାପ ସ୍ୱାଇଁ ନିବେଦନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତେଲେଙ୍ଗାନାରେ ଟ୍ରକ୍କୁ ପିଟିଲା ବସ୍, ୪ ଓଡ଼ିଆ ମୃତ
ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
Accident
ଏସକେ ମାର୍ଟରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ଜଳିଗଲା
ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।
Events & Festivals
ଆଜି ଉଦଯାପିତ ହେବ ପ୍ରବାସୀ ଭାରତୀୟ ସମ୍ମେଳନ, ସାମିଲ ହେବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ସମ୍ମେଳନରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେବେ ମହାମହିମ।
Politics
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ, କହିଲେ- ଏପରି ଗଣତନ୍ତ୍ର ଚଳିବ ନାହିଁ
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।
Accident
ବ୍ରିଜ ତଳକୁ ଖସିଲା ବସ୍, ଭିତରେ ଥିଲେ ୪୫ ଯାତ୍ରୀ
ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ। ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ।