କରୋନା: କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦେଲା ୨ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨କୋଟି ୩ ଲକ୍ଷ ୨୭ ହଜାର ୮ ଶହ ୫୧ଟଙ୍କାର ସହାୟତା କରାଯାଇଛି।କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଏହି ସହାୟତା ରାଶି ଯାଜପୁର  ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ମଧ୍ୟରୁ ୨କୋଟି କେବଳ […]

IMG_20200331_160202-640x385

Tapas Behera
  • Published: Tuesday, 31 March 2020
  • , Updated: 31 March 2020, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨କୋଟି ୩ ଲକ୍ଷ ୨୭ ହଜାର ୮ ଶହ ୫୧ଟଙ୍କାର ସହାୟତା କରାଯାଇଛି।କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଏହି ସହାୟତା ରାଶି ଯାଜପୁର  ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଏହି ସହାୟତା ରାଶି ମଧ୍ୟରୁ ୨କୋଟି କେବଳ ବ୍ୟାଙ୍କର ୨୦୧୮-୧୯ର ଲାଭାଂଶ ଟଙ୍କାର  କିଛି ଅଂଶ ରହିଛି। ବାକି ୨ ଲକ୍ଷ ୨୭ ହଜାର ୮୫୧ ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ଏବଂ ବାକି ୧ ଲକ୍ଷ ଟଙ୍କା କଟକ କେନ୍ଦ୍ର  ସମବାୟ ବ୍ୟାଙ୍କର ସଭାପତି, ଉପ-ସଭାପତି ଏବଂ ୧୩ଜଣ ନିର୍ଦ୍ଦେଶକମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

ଏହି ଦୁଃସମୟରେ ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବାକୁ କଟକ କେନ୍ଦ୍ର  ସମବାୟ ବ୍ୟାଙ୍କ ସଭାପତି ବିରେନ୍ଦ୍ର ପ୍ରତାପ ସ୍ୱାଇଁ  ନିବେଦନ  କରିଛନ୍ତି।

Related story