ବିଭିନ୍ନ ଜିଲ୍ଲାରେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ

କଟକ/ନୟାଗଡ/ଆନନ୍ଦପୁର: କଟକ ସ୍ଥିତ ହାଇକୋର୍ଟ ପରିସରରେ ପାଳିତ ହୋଇଛି ୬୯ତମ ସ୍ୱାଧୀନତା ଦିବସ। ବରିଷ୍ଠ ବିଚାରପତି ଜଷ୍ଟିସ୍ ପ୍ରଦୀପ ମହାନ୍ତି ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଓଡିଶା ପୋଲିସ ପକ୍ଷରୁ ଏହି ଉତ୍ସବରେ ଯୌଥ ବାଦ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ବାର ଆସୋସିଏସନର କର୍ମକର୍ତ୍ତା ଓ ବହୁ ଆଇନଜୀବୀ ଯୋଗ ଦେଇଥିଲେ। ପୁରୀରେ ୬୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଶରଧାବାଲିଠାରେ  ହୋଇଥିବା […]

cuttack

cuttack

Rakesh Mallick
  • Published: Saturday, 15 August 2015
  • Updated: 15 August 2015, 09:16 AM IST

Sports

Latest News

କଟକ/ନୟାଗଡ/ଆନନ୍ଦପୁର: କଟକ ସ୍ଥିତ ହାଇକୋର୍ଟ ପରିସରରେ ପାଳିତ ହୋଇଛି ୬୯ତମ ସ୍ୱାଧୀନତା ଦିବସ। ବରିଷ୍ଠ ବିଚାରପତି ଜଷ୍ଟିସ୍ ପ୍ରଦୀପ ମହାନ୍ତି ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଓଡିଶା ପୋଲିସ ପକ୍ଷରୁ ଏହି ଉତ୍ସବରେ ଯୌଥ ବାଦ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ବାର ଆସୋସିଏସନର କର୍ମକର୍ତ୍ତା ଓ ବହୁ ଆଇନଜୀବୀ ଯୋଗ ଦେଇଥିଲେ।

ପୁରୀରେ ୬୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଶରଧାବାଲିଠାରେ  ହୋଇଥିବା ସମ୍ମିଳିତ ପରେଡରେ ମୁଖ୍ୟ ଅତିଥି ଭାବେ ଅର୍ଥ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପତାକା ଉତ୍ତୋଳନ କରିଥିଲେ।

ଝାରସୁଗୁଡାର ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ମନମୋହନ ସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ବାରିପଦାରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।

ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡିଆରେ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ। ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିବା ସହିତ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ, ଅଗ୍ନିଶମ ସେବା ସଂସ୍ଥା, ଏନସିସି  ଓ ସ୍କାଉଟଙ୍କ ସହ ୪୦ଟି ଦଳ ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ।

ବଲାଙ୍ଗିର ମନୋହରପୁର ପୋଲିସ୍ ପଡିଆରେ ଜିଲ୍ଳା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଡିଏନକେ ଖେଳ ପଡ଼ିଆରେ ପାଳିତ ହୋଇ ଯାଇଛି ୬୯ତମ ସ୍ୱାଧୀନତା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ରାୟଗଡା ଜିଲ୍ଲା ଗୁଣପୁରରେ ମଧ୍ୟ ୬୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମିନି ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଉପ-ଜିଲ୍ଲାପାଳ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଠାରେ ପାଳିତ ହୋଇଯାଇଛି ୬୯ ତମ ସ୍ୱାଧୀନତା ଦିବସ। ଏଠାରେ ମୁଖ୍ୟ ଅତିଥି ରୂପେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ। ଅଭିଭାଷଣରେ ମନ୍ତ୍ରୀ ପଣ୍ତା ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହ ସ୍ୱାଧୀନତା ସଂଗ୍ରାମରେ ନୟାଗଡ଼ର ଅବଦାନକୁ ମନେପକାଇଥିଲେ। ମିଳିତ ପରେଡ଼ରେ ମୋଟ ୪୭ ଟି ଏନ.ସି.ସି, ପୋଲିସ, ସ୍କାଉଟ ଓ କଲେଜର ପିଲାମାନେ ଯୋଗ ଦେଇଥିଲେ। କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସେହିପରି ଆନନ୍ଦପୁରରେ ଆନନ୍ଦପୁର ଷ୍ଟାଡିୟମ ପଡିଆଠାରେ ୬୯ ତମ ସ୍ୱଧୀନତା ଦିବସ ପାଳିତ ହୋଇଯାଇଛି। ଆନନ୍ଦପୁର ଉପଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳୀତ ପ୍ୟାରେଡରେ ଅଭିବାଦନ  ଗ୍ରହଣ କରିଥିଲେ। ସେହିପରି ଆନନ୍ଦପୁର ବାର ଆସୋସିଏସନର ସଭାପତି ସଞ୍ଜୟ ମିଶ୍ର ଜାତୀୟ ପତକା ଉତ୍ତୋଳନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos