ଦୁନିଆ ଦେଖିବ ଓଡ଼ିଆ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ 'ରୋବଟ୍'

କଟକ (ଓଡ଼ିଶା ରିପୋର୍ଟର): ନାସାରେ ନିଜର କମାଲ ଦେଖାଇବେ ଓଡ଼ିଆ ପିଲା। ରାଜ୍ୟ ପାଇଁ ଗୌରବ ଆଣିଲେ ୧୦ ଜଣ ଛାତ୍ରଛାତ୍ରୀ। ଓଡ଼ିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ ଯିବେ ନାସା। ନିଜ ହାତ ତିଆରି ରୋବଟକୁ ଉପସ୍ଥାପନା କରିବା ସହିତ ନାସାରେ ଦେଖାଇବେ କମାଲ। ସାରା ବିଶ୍ୱର ୮୭ ଟିମ ଭାଗ ନେଉଥିବା ବେଳେ ପ୍ରଥମ କରି ଓଡିଶାରୁ ଏଭଳି ଏକ ଟିମ ନାସା ଯାଉଛନ୍ତି। ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେଉଥିବାରୁ […]

robot

Ranjit Kumar Jena
  • Published: Friday, 05 February 2021
  • , Updated: 05 February 2021, 06:45 PM IST

କଟକ (ଓଡ଼ିଶା ରିପୋର୍ଟର): ନାସାରେ ନିଜର କମାଲ ଦେଖାଇବେ ଓଡ଼ିଆ ପିଲା। ରାଜ୍ୟ ପାଇଁ ଗୌରବ ଆଣିଲେ ୧୦ ଜଣ ଛାତ୍ରଛାତ୍ରୀ। ଓଡ଼ିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ ଯିବେ ନାସା। ନିଜ ହାତ ତିଆରି ରୋବଟକୁ ଉପସ୍ଥାପନା କରିବା ସହିତ ନାସାରେ ଦେଖାଇବେ କମାଲ। ସାରା ବିଶ୍ୱର ୮୭ ଟିମ ଭାଗ ନେଉଥିବା ବେଳେ ପ୍ରଥମ କରି ଓଡିଶାରୁ ଏଭଳି ଏକ ଟିମ ନାସା ଯାଉଛନ୍ତି। ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଢେର ବଢିଛି। ସାଇକେଲ, ବାଇକ୍, ଅଟୋ ଓ କାରର ବିଭିନ୍ନ ଯନ୍ତ୍ରପାତିକୁ ନେଇ ୧୯ ବର୍ଷରୁ କମ୍ ଟିମର ଛାତ୍ରଛାତ୍ରୀ ଦ୍ୱାରା ଏହି ରୋବଟ୍ ପ୍ରସ୍ତୁତ କରାଯାଇଛି। ଏହି ଟିମର ଡାଇରେକ୍ଟର ଭୂମିକାରେ ରହିଛନ୍ତି କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ।

ଏହି ରୋବଟକୁ ପ୍ରସ୍ତୁତ କରିଛନ୍ତି ନାସା ଯିବାକୁ ଥିବା ଏହି ୧୦ ଜଣ ଛାତ୍ରଛାତ୍ରୀ। ଏହି ୧୦ ଜଣ ଗୋଟିଏ ଟିମ୍ ହୋଇ ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତଙ୍କ ମନରେ ରହିଛି ଢେର ଉତ୍ସାହ। ଏଥିପାଇଁ ପୂରା ଦିନ ରାତି ଏକ କରି ଏହି ଯୁବ ବୈଜ୍ଞାନିକ ମାନେ ରୋବଟରେ ଦେଉଛନ୍ତି ସମୟ। ସାଇକେଲ, ଅଟୋ, ବାଇକ୍ ଓ କାରରେ ବ୍ୟବହାର ଯନ୍ତ୍ରପାତିକୁ ନେଇ ଏହି ପୂରା ରୋବର୍ଟ ପ୍ରସ୍ତୁତ ହୋଇଛି।

ତେବେ ଏହି ଟିମରେ ଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ଭଳି କିଛି ଅଛନ୍ତି ଯିଏ ରାଜ୍ୟ ବାହାରକୁ ଯିବା ପାଇଁ ସ୍ୱପ୍ନ ଦେଖିବା ବି ମୁସିକଲ ହେଉଥିଲା। ମାତ୍ର ଆଜି ନାସା ଯାଉଥିବାରୁ ଏମାନେ ବେଶ ଖୁସି ଅଛନ୍ତି। ସେ ମଧ୍ୟରେ ଏ ହେଉଛନ୍ତି ବୌଦ୍ଧର ରିନା ବାଘ। ରିନାଙ୍କ ପିତୃ ବିୟୋଗ ପରେ ଘର ପରିବାର ଚଲାଇବା ପାଇଁ ନିଜେ ଏକ ୱେଲଡିଂରେ କାମ କରୁଥିଲେ। ସେହିପରି ଆଉ ଜଣେ ଯୁବ ବୈଜ୍ଞାନିକ ହେଲେ ମୟୁରଭଞ୍ଜର କୈଳାସ ଚନ୍ଦ୍ର ବାରିକ। ବାପାଙ୍କ ସାଇକେଲ ଦୋକାନରେ କାମ କରୁ କରୁ ପ୍ରୋଜେକ୍ଟ ପାଇଁ ଚୟନ ହୋଇଛନ୍ତି। ଆଜି ସେ ମଧ୍ୟ ପ୍ରୋଜେକ୍ଟର ମାନୁଫ୍ୟାକଚରିଂ ହେଡ୍ ଭାବେ କାମ କରୁଛନ୍ତି।

ଏହି ପ୍ରୋଜେକ୍ଟର ଡାଇରେକ୍ଟର ଦାୟିତ୍ୱରେ ରହିଛନ୍ତି ୪୨ ମୌଜାରର ଅନୀଲ ପ୍ରଧାନ। ଦୀର୍ଘ ବର୍ଷ ଧରି ଅନୀଲ ନିଜର ଏକ ଟିମକୁ ପ୍ରସ୍ତୁତ କରି ନାସା ପଠାଇବା ପାଇଁ ଲକ୍ଷ୍ୟ ରଖିଥିଲେ। ଆଉ ଏହାରି ମଧ୍ୟରେ ନାସାର ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ୨୦୨୪ ଚ୍ୟାଲେଞ୍ଜ ପାଇଁ ମିଳିଥିବା ବଡ଼ ସୁଯୋଗକୁ ହାତଛଡ଼ା କରିନଥିଲେ। ଚନ୍ଦ୍ରପୃଷ୍ଠକୁ ଯାଇ ଗବେଷଣା ପାଇଁ ବୈଜ୍ଞାନିକ ମାନେ ପହଞ୍ଚିବା ପରେ ଯିବା ଆସିବା ପାଇଁ ଆବଶ୍ୟକ ଯନ୍ତ୍ରପାତିର ପ୍ରସ୍ତୁତ ଏକ ପ୍ରୋଜେକ୍ଟ ନାସା ପକ୍ଷରୁ ଅନିଲଙ୍କ ପ୍ରୋଜେକ୍ଟକୁ ଚୟନ କରାଯାଇଥିଲା।

ଏହାପରେ ୧୯ ବର୍ଷର ବର୍ଗରେ ପ୍ରୋଜେକ୍ଟକୁ ବାସ୍ତବ ରୂପ ଦେବା ପାଇଁ ଟ୍ୟାଲେଣ୍ଟ ଖୋଜିବା ପକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ରିନା ଓ କୈଳାସଙ୍କ ଭଳି ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ବର୍ଷେ ଧରି ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦେବା ପରେ ଏବେ ଏହି ରୋବଟ୍ ବାସ୍ତବ ରୂପ ନେଇଛି। ଆଉ ଯାହା ବି କିଛି ରହିଛି, ତାକୁ ଏହାରି ମଧ୍ୟରେ ଶେଷ କରିବା ପାଇଁ ଟାର୍ଗେଟ ରଖିଛନ୍ତି। ପ୍ରଥମ କରି ଓଡ଼ିଶାରୁ କୌଣସି ଏକ ଟିମ୍ ନାସାରେ ପାଦ ଥାପୁଥିବାରୁ ସଫଳତା ନିଶ୍ଚିତ ମିଲିବ ବୋଲି ଆଶା ରଖିଛନ୍ତି ପୂରା ଟିମ।

Related story