କାନ ଖୋଲି ଶୁଣ ସରକାର: ‘ଶୁକପାଇକା’ ନବଞ୍ଚିଲେ ଆମେ ମରିବୁ

କଟକ(ଓଡ଼ିଶା ରିପୋର୍ଟର): ବନ୍ୟାଜଳ ନିୟନ୍ତ୍ରଣ ପାଇଁ ମହାନଦୀର ଶାଖାନଦୀ ଶୁକପାଇକା ଉତ୍ପତ୍ତିସ୍ଥଳରେ କରାଯାଇଛି ଏକ ବନ୍ଧ।  ହେଲେ ଏହି ବନ୍ଧ କଟକ ସଦର ଆୟତପୁରଠାରୁ ବାଙ୍କଳ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ଜୀବିକାରେ ଏକପ୍ରକାର ବନ୍ଧ ବାନ୍ଧି ଦେଇଛି।  ବନ୍ୟା ସମସ୍ୟାର ସିନା ସମାଧାନ ହେଲା କିନ୍ତୁ ନଦୀ ଅବବାହିକା ଅଞ୍ଚଳବାସୀଙ୍କ ପାଇଁ ଛିଡା କଲା ଅନେକ ସମସ୍ୟା । ୧୯୫୨ରେ ବନ୍ଧ ନିର୍ମାଣ ଯୋଗୁଁ ସତ୍ତା ହରାଇଲା ଶୁକପାଇକା । ଏଥିପାଇଁ ଅଞ୍ଚଳବାସୀ ହରାଇଲେ ଜୀବିକା । ତେଣୁ […]

hnm1

Tapas Behera
  • Published: Wednesday, 21 April 2021
  • , Updated: 21 April 2021, 01:43 PM IST

କଟକ(ଓଡ଼ିଶା ରିପୋର୍ଟର): ବନ୍ୟାଜଳ ନିୟନ୍ତ୍ରଣ ପାଇଁ ମହାନଦୀର ଶାଖାନଦୀ ଶୁକପାଇକା ଉତ୍ପତ୍ତିସ୍ଥଳରେ କରାଯାଇଛି ଏକ ବନ୍ଧ।  ହେଲେ ଏହି ବନ୍ଧ କଟକ ସଦର ଆୟତପୁରଠାରୁ ବାଙ୍କଳ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ଜୀବିକାରେ ଏକପ୍ରକାର ବନ୍ଧ ବାନ୍ଧି ଦେଇଛି।  ବନ୍ୟା ସମସ୍ୟାର ସିନା ସମାଧାନ ହେଲା କିନ୍ତୁ ନଦୀ ଅବବାହିକା ଅଞ୍ଚଳବାସୀଙ୍କ ପାଇଁ ଛିଡା କଲା ଅନେକ ସମସ୍ୟା । ୧୯୫୨ରେ ବନ୍ଧ ନିର୍ମାଣ ଯୋଗୁଁ ସତ୍ତା ହରାଇଲା ଶୁକପାଇକା । ଏଥିପାଇଁ ଅଞ୍ଚଳବାସୀ ହରାଇଲେ ଜୀବିକା । ତେଣୁ ଦୀର୍ଘ  ଦିନ ହେବ ଶୁକପାଇକା ବଞ୍ଚାଅ ଅଭିଯାନ ଦ୍ୱାରା ନଦୀର ପୁନଃରୁଦ୍ଧାର ପାଇଁ  ଲଢେଇ ହୋଇ ଆସୁଛି । ହେଲେ ସରକାର ଦାବି ପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ଉଠିଛି।

ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ ଶୁକପାଇକା ଉତ୍ପତିସ୍ଥଳରେ ୧୯୫୨ରେ ବନ୍ଧ ବାନ୍ଧିଲେ ସରକାର। ଫଳରେ ସେହି ଆଖପାଖ ଅଞ୍ଚଳବାସୀଙ୍କ ଜୀବନରେଖା ସାଜିଥିବା ଶୁକପାଇକା ହରାଇଲା ସତ୍ତା । କଟକ ସଦର, ନିଶ୍ଚିନ୍ତ କୋଇଲି ଏବଂ କନ୍ଦରପୁର ୩ଟି ବ୍ଲକର ୨୬ଟି ପଞ୍ଚାୟତର ୪୨୫ଗାଁରେ ରହୁଥିବା ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ସମସ୍ୟା ହୋଇ ଛିଡା ହେଲା ଏହି ବନ୍ଧ।  ସ୍ଥାନୀୟ ଲୋକେ ମୁଖ୍ୟତଃ ଚାଷ ଏବଂ ମାଛ ବ୍ୟବସାୟ ଉପରେ ନିର୍ଭର କରନ୍ତି । ହେଲେ ନଦୀ ପାଇଁ ଜୀବିକା ହରାଇଲେ ସ୍ଥାନୀୟ ବାସିନ୍ଦା।  ତାସହ ଚାଷୀଙ୍କ ପାଇଁ ମଧ୍ୟ ଏକ ସମସ୍ୟା ହୋଇଛି।

ଅନେକ ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନି।  ଫଳରେ ଏପ୍ରିଲ ୨୨ରେ ଲୋକେ ଚୂଲା ବନ୍ଦ ଆନ୍ଦୋଳନ କରିବା ସହ ମହାନଦୀରୁ ଜଳ ଆଣି ଶୁକପାଇକାରେ ଢାଳିବେ ବୋଲି ଚେତାନବୀ ଦେଇଛନ୍ତି।  ସେହିପରି ଆସନ୍ତା ଜୁନ୍‌ରେ ତହସିଲ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି କହିଛନ୍ତି । ଏପଟେ ସରକାରଙ୍କ ପକ୍ଷରୁ ଏନେଇ କିଛି ରିପୋର୍ଟ ମଗାଯାଇନି। ନିର୍ଦ୍ଦେଶ ଆସିଲେ ଏନେଇ ରିପୋର୍ଟ ଦେବୁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ତେବେ ଶୁକପାଇକାର ପୁନଃରୁଦ୍ଧାର କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।

Related story