Advertisment

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ

କଟକ(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗର ବିସ୍ତୃତ ତଥ୍ୟ ହାଇକୋର୍ଟରେ ରଖି ପାରିଲେନି ରାଜ୍ୟ ସରକାର ଓ ଏଏସଆଇ। ଏଥିନିମନ୍ତେ ଆଜି ଆଫିଡେଭିଟ ଦାଖଲ କରି ବିସ୍ତୃତ ତଥ୍ୟ ରଖିବା ପାଇଁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ସମ୍ଭବ ହୋଇପାରିନି। ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ଉଭୟ ରାଜ୍ୟ ସରକାର ଓ ଏଏସଆଇ। ମେ’ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ […]

author-image
Niharika Rout
ଅଦ୍ୟତନ ହୋଇଛି
ଆଠଗଡ଼ ଋଣ ଘୋଟାଲା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

orissa-high-court

କଟକ(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗର ବିସ୍ତୃତ ତଥ୍ୟ ହାଇକୋର୍ଟରେ ରଖି ପାରିଲେନି ରାଜ୍ୟ ସରକାର ଓ ଏଏସଆଇ। ଏଥିନିମନ୍ତେ ଆଜି ଆଫିଡେଭିଟ ଦାଖଲ କରି ବିସ୍ତୃତ ତଥ୍ୟ ରଖିବା ପାଇଁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ସମ୍ଭବ ହୋଇପାରିନି। ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ଉଭୟ ରାଜ୍ୟ ସରକାର ଓ ଏଏସଆଇ। ମେ’ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି।

Advertisment

ଶ୍ରୀମନ୍ଦିରର ମେଘନାଦ ପାଚେରୀରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ମାଗିଥିଲେ ହାଇକୋର୍ଟ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କ’ଣ ନିର୍ମାଣ ହେଉଛି? ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ରହିଛି ନା ନାହିଁ? ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ? ଏହି ୩ଟି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଆଜି ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଓ ରାଜ୍ୟ ସରକାରଙ୍କ ତରଫରୁ ଏନେଇ ବିସ୍ତୃତ ରିପୋର୍ଟ ଦାଖଲ ହୋଇପାରି ନାହିଁ। ଏଥିପାଇଁ ସେମାନେ ଅଧିକ ସମୟ ମାଗିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଓ ଏଏସଆଇ ବିଶେଷଜ୍ଞ ଟିମ୍ ଦ୍ୱାରା ମିଳିତ ଭାବେ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବାକୁ ପୁନଃ ନିର୍ଦ୍ଦେଶ ଦେଲେ କୋର୍ଟ। ମାମଲାରେ ଏକ ଇଣ୍ଟରଭେନିଂ ପିଟିସନ ମଧ୍ୟ ହାଇକୋର୍ଟରେ ଦାୟର କରାଯିବ।

ଏନେଇ ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ଓକିଲ କହିଛନ୍ତି, ଆଜି ରାଜ୍ୟ ସରକାର ଓ ଏଏସଆଇ ପକ୍ଷରୁ କିଛି ବି ଆଫିଡେଭିଟ ଦାଖଲ ହୋଇନି। ମେ’ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି। ହେଲେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆଗେଇ ଯିବ। ବେଆଇନ ଖନନ ଯୋଗୁ ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି। ଉଭୟ ରାଜ୍ୟ ସରକାର ଓ ଏଏସଆଇ ମିଳିତ ଭାବେ ବେଆଇନ ନିର୍ମାଣ କାର୍ଯ୍ୟ ପାଇଁ ସମୟ ଗଡ଼େଇଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି।

Advertisment

ଏନେଇ କୋର୍ଟ ପକ୍ଷରୁ କୁହାଯାଇଛି, ଏହି ମାମଲାରେ ଏକ୍ସପର୍ଟ ହେଉଛି କେବଳ ଏଏସଆଇ। ଏଏସଆଇ ହିଁ କହିପାରିବ ଚାଲୁ ରହିଥିବା ଖନନ କାର୍ଯ୍ୟ ଦ୍ୱାରା ମନ୍ଦିରର ମୂଳ ଢାଞ୍ଚା ଉପରେ କୌଣସି ପ୍ରଭାବ ପଡ଼ିବ ନା ନାହିଁ।

ଏହା ମଧ୍ୟରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ଆଜି ପୁରୀ ଗସ୍ତ କରିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କମିଟି ସଦସ୍ୟ ଶମ୍ଭାଜୀ ଛତ୍ରପତି କହିଛନ୍ତି, ବିନା ଡିପିଆରରେ ଯାହା କାମ ହେଉଛି ଠିକ୍ ହେଉନି। ଏଏସ୍ଆଇ ସହ ସମନ୍ୱୟ ରଖି ରାଜ୍ୟ ସରକାର କାମ କରିବା ଉଚିତ୍। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନକୁ  ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ। ନିର୍ମାଣାଧୀନ କାମ ପାଇଁ ଏଏସ୍ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍।

[caption id="attachment_729066" align="aligncenter" width="650"]puri କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟିର ପୁରୀ ଗସ୍ତ।[/caption]

ସୂଚନାଯୋଗ୍ୟ, ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପାଖରେ ୧୦୦ ମିଟର ପରିଧି ଭିତରେ ବଡ଼ ବଡ଼ ଗାତ ଖୋଳି ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏହା ବେଆଇନ୍‌ ଦର୍ଶାଇ ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇଥିଲେ। ଏଏସ୍‌ଆଇର ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା। ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଲା ପରେ ଏଏସ୍‌ଆଇ ସ୍ପଷ୍ଟୀକରଣ ରଖିଥିଲା। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ୧୦୦ ମିଟର ପରିଧି ଭିତରେ ନିର୍ମାଣ କରିବାକୁ କାହାକୁ ଅନୁମତି ଦିଆଯାଇନଥିବା ସ୍ପଷ୍ଟ କରିଥିଲା। ଏହା ପରେ ବିଭିନ୍ନ ସଙ୍ଗଠନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏପରିକି ଏହି କଥା ଦିଲ୍ଲୀ ଦରବାରରେ ବି ପହଞ୍ଚି ତୁମ୍ବି ତୋଫାନ ହୋଇ ସାରିଛି।