ନର ରାକ୍ଷସ ନାରାୟଣ ! ହାଣୁଥିଲା, ମରଣ ଦେଖି ହସୁଥିଲା

କଟକ(ଓଡ଼ିଶା ରିପୋର୍ଟର): କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ କବ୍ଜାରେ। ପ୍ରାୟ ୭ ଦିନର ଲୁଚକାଳି ପରେ ଆତତାୟୀକୁ ଧରିଛି କମିଶନରେଟ୍ ପୁଲିସ। ତା’ସହ ପୁଲିସ ଚଳାଇଛି ଖୋଳତାଡ଼। ତେବେ ହତ୍ୟାକାରୀର ଆଚରଣ ଏବଂ ଅପରାଧ ଷ୍ଟାଇଲ୍ ସମସ୍ତଙ୍କୁ ସମସ୍ତଙ୍କୁ ତାଜୁବ୍ କରିଦେଇଛି । ଫିଲ୍ମ ଷ୍ଟାଇଲରେ ସେ ମଣିଷ ମାରୁଥିଲା ଏବଂ ହସି ହସି ତା’ର ମଜା […]

p-21

Tapas Behera
  • Published: Monday, 29 July 2019
  • , Updated: 29 July 2019, 07:32 PM IST

କଟକ(ଓଡ଼ିଶା ରିପୋର୍ଟର): କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ କବ୍ଜାରେ। ପ୍ରାୟ ୭ ଦିନର ଲୁଚକାଳି ପରେ ଆତତାୟୀକୁ ଧରିଛି କମିଶନରେଟ୍ ପୁଲିସ। ତା’ସହ ପୁଲିସ ଚଳାଇଛି ଖୋଳତାଡ଼। ତେବେ ହତ୍ୟାକାରୀର ଆଚରଣ ଏବଂ ଅପରାଧ ଷ୍ଟାଇଲ୍ ସମସ୍ତଙ୍କୁ ସମସ୍ତଙ୍କୁ ତାଜୁବ୍ କରିଦେଇଛି । ଫିଲ୍ମ ଷ୍ଟାଇଲରେ ସେ ମଣିଷ ମାରୁଥିଲା ଏବଂ ହସି ହସି ତା’ର ମଜା ଉଠାଇ ଘଟଣାସ୍ଥଳରୁ ହୋଇଯାଉଥିଲା ଉଭାନ୍ ।

ଯାହାର ଖୁଲାସା କରି ଏଭଳି ରୋମଟାଙ୍କୁରା ତଥ୍ୟ ଦେଇଛି କମିଶନରେଟ୍ ପୋଲିସ। ନାଁ ତାଙ୍କର ନାରାୟଣ ସାହୁ । ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୁନାମୁହିଁରେ। ଗତକାଲି ତାକୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ପୁଲିସ ଗିରଫ କରିଛି। କଟକରେ ଏହି ଆତତାୟୀର ଅପରାଧ ଭିଆଇବା ତରିକା ଥିଲା ଭିନ୍ନ। ସମାନ ଢଙ୍ଗରେ ଏବଂ ନିର୍ଦ୍ଧିଷ୍ଟ କାଠବେଣ୍ଟ ଥିବା ଧାରୁଆ ଟାଙ୍ଗିଆରେ ଘଟାଉଥିଲା ହତ୍ୟାକାଣ୍ଡ। ନିଘୋଡ଼ ନିଦରେ ଶୋଇଥିବାବେଳେ ହିଁ ଟାଙ୍ଗିଆରେ ବେକକୁ ହାଣି ନିରାଶ୍ରୟ ମାନଙ୍କୁ ହତ୍ୟା କରୁଥିଲା।  ଆଉ ଆକ୍ରମଣର ଶିକାର ବ୍ୟକ୍ତି ଛଟପଟ ହୋଇ ମରୁଥିବା ଦେଖି ଘଟଣାସ୍ଥଳରେ ହସି ହସି ମଜା ନେଉଥିଲା ସେ । ପରେ ହୋଇଯାଉଥିଲା ଉଭାନ୍।

ଗତ ୨୨ ଜୁଲାଇରେ ରାଣୀହାଟରେ ପ୍ରଥମେ ଜଣଙ୍କୁ ହତ୍ୟା କରି ଫେରିବା ସମୟର ସମ୍ପୃକ୍ତ ସାଇକୋ କିଲରଙ୍କ ଫଟୋ ସିସିଟିଭି ଫୁଟେଜରୁ ମିଳିଛି। ଏହାପରେ ଅର୍ଥାତ ୨୩ ଜୁଲାଇରେ ଓଏମ୍ପି ଛକରେ ୨ ଜଣ ନିରାଶ୍ରୟଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଉଭାନ୍ ହୋଇଯାଇଥିଲା।  ଯାହାକୁ ନେଇ ସାରା ସହରରେ ଆତଙ୍କ ଖେଳିଯାଇଥିଲା । ପୁଲିସର ବି ନିଦ ହଜିଯାଇଥିଲା।  ୫ଟି ଟିମ୍ ଗଠନ କରି ପ୍ରାୟ ସପ୍ତାହେ ଧରି ପୋଲିସ ଜାରି ରଖିଥିଲା ଖୋଳତାଡ଼।

ଶେଷରେ ଫରେନ୍ସିକ୍ ରିପୋର୍ଟ, ପାରିପାର୍ଶ୍ୱିକ ପ୍ରମାଣ ଏବଂ ସିସିଟିଭି ଫୁଟେଜ୍‌କୁ ଆଧାର କରି କଟକର ଏହି ସିରିୟଲ୍ କିଲର ପାଖରେ ପହଞ୍ଚିଲା। ତେବେ ପୁଲିସ ହେପାଜତରେ ଥିବା ଏହି ହତ୍ୟାକାରୀ ଜଣେ ମାନସିକ ରୋଗୀ ନା ନୁହଁ ? ସେନେଇ ଖୋଳତାଡ଼ ହେବ ବୋଲି ଡିସିପି କହିଛନ୍ତି । ତେବେ ଆତତାୟୀ ଧରାପଡ଼ିବା ପରେ ଆଶ୍ୱସ୍ତି ଅନୁଭବ କରିଛନ୍ତି ସ୍ଥାନୀୟ ନିରାଶ୍ରୟ। ସେପଟେ ଏହି ଅଦ୍ଭୁତ ମାନସିକଧାରୀର ଏଭଳି ହିଂସାକାଣ୍ଡ ପରେ ସହରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଡିଜିପିଙ୍କୁ ଭେଟିଛି କଟକ ନଗର କଂଗ୍ରେସ।

Related story