କଟକ ମେୟର ପଦବୀ ପୂରଣ ଦାବିରେ ବିଜେପି ଯୁବ ମୋର୍ଚ୍ଚାର ରାସ୍ତାରୋକ

କଟକ: କଟକ ମହାନଗର ନିଗମ ମେୟର ପଦବୀ ତୁରନ୍ତ ପୂରଣ ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି। କଟକ ନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମଧୁପାଟଣା ଛକଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ମେୟର ପଦବୀ ପୂରଣ ନ ହେବା ଯୋଗୁଁ କଟକର ବିକାଶରେ ବାଧା ଉପୁଜୁଥିବା ସେମାନେ ଅଭିଯୋଗ କରିଛନ୍ତି। କଟକ ନଗର ବିଜେପି ଯୁବମୋର୍ଚ୍ଚା ସଭାପତି ବିଶ୍ୱନାଥ ଜତି କହିଛନ୍ତି, ବିଗତ ଦିନରେ ରାସନକାର୍ଡ ନେଇ ଯେଉଁ ଦୁର୍ନୀତି […]

c

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 09:46 AM IST

କଟକ: କଟକ ମହାନଗର ନିଗମ ମେୟର ପଦବୀ ତୁରନ୍ତ ପୂରଣ ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି। କଟକ ନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମଧୁପାଟଣା ଛକଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ମେୟର ପଦବୀ ପୂରଣ ନ ହେବା ଯୋଗୁଁ କଟକର ବିକାଶରେ ବାଧା ଉପୁଜୁଥିବା ସେମାନେ ଅଭିଯୋଗ କରିଛନ୍ତି।

କଟକ ନଗର ବିଜେପି ଯୁବମୋର୍ଚ୍ଚା ସଭାପତି ବିଶ୍ୱନାଥ ଜତି କହିଛନ୍ତି, ବିଗତ ଦିନରେ ରାସନକାର୍ଡ ନେଇ ଯେଉଁ ଦୁର୍ନୀତି ହୋଇଛି ଜୁଡିସିଆଲ ତଦନ୍ତ  କରାଯାଉ। ମେୟର ପଦବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ଓ କଟକର ବିଭିନ୍ନ ସମସ୍ୟା ଦୂର  କରାଯାଉ।  ଦାବି ପ୍ରତି ଦୃଷ୍ଟି ଦିଆ ନଗଲେ ଆଗକୁ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ  ସେଥିପାଇଁ ସରକାର ଦାୟୀ ରହିବେ।

Related story