ଅଦୃଶ୍ୟ ଲୁଟେରାଙ୍କ ଟାର୍ଗେଟରେ ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବଢ଼ି ଚାଲିଛି ସାଇବର୍ ଲୁଟ୍। ଯାହାକୁ ନେଇ ଚିନ୍ତାରେ ଓଡ଼ିଶାବାସୀ। ଏହି ସାଇବର୍ ଲୁଟକୁ ନେଇ କମିଶନରେଟ ପୁଲିସ ପକ୍ଷରୁ ସାଇବର ଲୁଟେରା ଫ୍ରଡ୍ କଲ ମ୍ୟାପ୍ ଜାରି କରିଛି। ସାଇବର୍ ଲୁଟେରା ବିଶେଷକରି ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ବାଂଲାଦେଶ ସୀମା, ରାଜସ୍ଥାନ, ନୋଏଡ଼ା, କେରଳରେ ରହି ସବୁକିଛି ଅପରେଟ କରୁଛନ୍ତି। ସେମାନେ ଡାର୍କର ୱେବ ବ୍ୟବହାର କରି ପୁଲିସକୁ ଚକମା ଦେଉଛନ୍ତି। ଚାହୁଁ ଚାହୁଁ ଚୁଟକୀରେ ଲୋକଙ୍କ ଆକାଉଣ୍ଟରୁ […]

loot

loot

Ranjit Kumar Jena
  • Published: Tuesday, 09 February 2021
  • Updated: 09 February 2021, 09:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବଢ଼ି ଚାଲିଛି ସାଇବର୍ ଲୁଟ୍। ଯାହାକୁ ନେଇ ଚିନ୍ତାରେ ଓଡ଼ିଶାବାସୀ। ଏହି ସାଇବର୍ ଲୁଟକୁ ନେଇ କମିଶନରେଟ ପୁଲିସ ପକ୍ଷରୁ ସାଇବର ଲୁଟେରା ଫ୍ରଡ୍ କଲ ମ୍ୟାପ୍ ଜାରି କରିଛି। ସାଇବର୍ ଲୁଟେରା ବିଶେଷକରି ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ବାଂଲାଦେଶ ସୀମା, ରାଜସ୍ଥାନ, ନୋଏଡ଼ା, କେରଳରେ ରହି ସବୁକିଛି ଅପରେଟ କରୁଛନ୍ତି। ସେମାନେ ଡାର୍କର ୱେବ ବ୍ୟବହାର କରି ପୁଲିସକୁ ଚକମା ଦେଉଛନ୍ତି।

ଚାହୁଁ ଚାହୁଁ ଚୁଟକୀରେ ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଭାନ ହେଇ ଯାଉଛି, ଯାହାର ଟିକିଏ ଟେର ପାଉନି ପୁଲିସ। କେବଳ ଜାନୁଆରୀ ମାସରେ ହିଁ ରାଜଧାନୀ ଭୁବନେଶ୍ୱରରେ ୩୬୮ଟି ଫ୍ରଡ୍ କଲ୍ ଜରିଆରେ ପାଖାପାଖି ୫୦ଲକ୍ଷ ଟଙ୍କାର ଲୁଟ୍ ହୋଇଛି। ତେବେ ଏଥିରୁ ପୁଲିସ୍ ମାତ୍ର ୭ଲକ୍ଷ ଟଙ୍କା ଠାବ କରିବାରେ ସମର୍ଥ ହୋଇଥିବା ବେଳେ ଏଥିରୁ କିଛି ଲୋକ ନିଜର ଟଙ୍କା ଫେରିପାଇଛନ୍ତି।

ବିନା ଓଟିପିରେ ଟଙ୍କା ଟ୍ରାଞ୍ଜାକ୍ସନ୍ ହେଉଥିବାରୁ ଏବେ ସାଇବର କ୍ରିମିନାଲଙ୍କ ଟାର୍ଗେଟରେ ୟୁପିଆଇ। କେବଳ ୟୁପିଆଇରୁ ୨୮୯ଟି ଲୁଟ୍ ହୋଇଛି। ସେହିପରି ୪୬ଟି କ୍ରେଡିଟ୍ କାର୍ଡ ଫ୍ରଡ୍ ହୋଇଥିବା ଅଭିଯୋଗ ହୋଇଛି। ଯାହା ପରେ ପୁଲିସ୍ ୨୩୯ଟି ସିମ୍ ବ୍ଲକ୍ କରିଛି। ତେବେ ଏହିସବୁ ଯେଉଁ ଠକାମୀ ହେଉଛି, ଯଦି ତା'ର ଘଣ୍ଟାଏ ଭିତରେ ଅଭିଯୋଗ କରାଯାଏ, ତାହେଲେ ଟଙ୍କାକୁ ବ୍ଲକ୍ କରିବାରେ ସହଜ ହେବ ବୋଲି ପୁଲିସ୍ କହିଛି। କିନ୍ତୁ ଏବେବି ପୁଲିସ୍ ଅନେକ କ୍ଷେତ୍ରରେ ବିଫଳ ହେଉଛି।

ଗତ ଜାନୁଆରୀ ୯ ତାରିଖରେ କ୍ରେଡିଟ୍ କାର୍ଡ ଠକେଇର ଶିକାର ହୋଇଥିବା ଭୁବନେଶ୍ୱରର ପାର୍ଥସାରଥୀ କହିଛନ୍ତି ଯେ ଲୁଟ୍ ହେବା ପରେ ସେ ତୁରନ୍ତ ପୁଲିସକୁ ଅଭିଯୋଗ କରିଥିଲେ ହେଁ, ଏପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳିନାହିଁ। ତେବେ ସାଇବର୍ ବିଶେଷଜ୍ଞଙ୍କ ମତରେ, ନିଜ ରାଜ୍ୟରେ ଠକେଇ କଲେ ପୁଲିସକୁ ଟ୍ରାପ୍ କରିବାରେ ସହଜ ହେବ। ତେଣୁ ଲୁଟେରା ବାହାର ରାଜ୍ୟରେ ବସି ଓଡ଼ିଶାକୁ ଟାର୍ଗେଟ୍ କରୁଛନ୍ତି। ତେଣୁ ସତର୍କ ରହିଲେ ଏଭଳି ଲୁଟକୁ ସହଜରେ ରୋକି ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଅନ୍ୟପକ୍ଷରେ ରାଜଧାନୀରେ ସାଇବର ଠକେଇ ଶିକାର ବ୍ୟକ୍ତି ୭୪୪୦୦୦୬୭୦୯ରେ ଫୋନ କରି ହେଲ୍ପ ଡେସ୍କର ସହାୟତା ନେବାକୁ ପୁଲିସ କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos