ସାଇବର ନର୍କରେ ଯୁବକ, ନେକେଡ୍‌ ଫଟୋ କରି ବ୍ଲାକମେଲିଂ

ସୁନ୍ଦରଗଡ (ବିଜୟ ବରୁଆ): ମାତିଛନ୍ତି ସାଇବର ଠକ। ନୂଆ ଢ଼ଙ୍ଗରେ ଲୋକଙ୍କ ଠାରୁ କରୁଛନ୍ତି ଲୁଟ୍‌। ପ୍ରଥମେ ଲୋନ୍‌ ଦେଉଛନ୍ତି। ଟଙ୍କା ସୁଝିବା ପରେ ବି ଲୋକଙ୍କୁ ଅଶ୍ଳୀଳ ଫଟୋ ଭାଇରାଲ କରିଦେବି କହି ବ୍ଲାକମେଲିଂ କରି କରୁଛନ୍ତି ଶୋଷଣ। କେବଳ ସେତିକି ନୁହେଁ ଟଙ୍କା ନଦେଲେ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି। ଏଭଳି କିଛି ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲାରୁ। ସୁନ୍ଦରଗଡ ଡେଙ୍ଗିଭାଡିର ଯୁବ ବ୍ୟବସାୟୀ ମହମ୍ମଦ ଖୁର୍ସିଦ। ସେ ଜଣେ ଟ୍ରକ୍‌ ମାଲିକ। […]

cyber loot

Madhupriya Mistry
  • Published: Wednesday, 20 July 2022
  • , Updated: 20 July 2022, 12:21 PM IST

ସୁନ୍ଦରଗଡ (ବିଜୟ ବରୁଆ): ମାତିଛନ୍ତି ସାଇବର ଠକ। ନୂଆ ଢ଼ଙ୍ଗରେ ଲୋକଙ୍କ ଠାରୁ କରୁଛନ୍ତି ଲୁଟ୍‌। ପ୍ରଥମେ ଲୋନ୍‌ ଦେଉଛନ୍ତି। ଟଙ୍କା ସୁଝିବା ପରେ ବି ଲୋକଙ୍କୁ ଅଶ୍ଳୀଳ ଫଟୋ ଭାଇରାଲ କରିଦେବି କହି ବ୍ଲାକମେଲିଂ କରି କରୁଛନ୍ତି ଶୋଷଣ। କେବଳ ସେତିକି ନୁହେଁ ଟଙ୍କା ନଦେଲେ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି। ଏଭଳି କିଛି ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲାରୁ।

ସୁନ୍ଦରଗଡ ଡେଙ୍ଗିଭାଡିର ଯୁବ ବ୍ୟବସାୟୀ ମହମ୍ମଦ ଖୁର୍ସିଦ। ସେ ଜଣେ ଟ୍ରକ୍‌ ମାଲିକ। ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ସେ ଲୋନ୍‌ ନେବାକୁ ଭାବିଥିଲେ। ଏଥିପାଇଁ ସେ ମୋବାଇଲ୍‌ର ଲୋନ୍‌ ଆପ୍ଲିକେସନକୁ ଡାଉନଲୋଡ୍‌ କରି ଲୋନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ସାଇବର ଠକ ମାନେ ପ୍ରଥମେ ୫ହଜାରରୁ ୭ ହଜାର ଟଙ୍କା ଯାଏଁ  ମହମ୍ମଦ ଖୁର୍ସିଦଙ୍କୁ ଲୋନ ପ୍ରଦାନ କରିଥିଲେ। ସପ୍ତାହକ ମଧ୍ୟରେ ତାକୁ ପରିଶୋଧ କରିବାକୁ ବାଧ୍ୟ କରିଥିଲେ। ଏହାପରେ ସେହି ଲୋନ ଆପ୍‌ରେ ତାଙ୍କୁ ବଡ ଧରଣର ଲୋନ ମିଳିବ ବୋଲି ନୋଟିଫିକେସନ ଆସିଥିଲା। ପାଖାପାଖି ୩ଲକ୍ଷ ୫୦ହଜାର ଟଙ୍କା ଲୋନ ନୋଇଥିଲେ ମହମ୍ମଦ।

ଏହି ଲୋନ୍‌ ବାବାଦକୁ ପ୍ରାୟ ୩ମାସ ରେ ମହମ୍ମଦଙ୍କ ଠାରୁ ପାଖାପାଖି ୧୦ ଲକ୍ଷ ଟଙ୍କା ନେଇ ସାଇବର ଠକମାନେ ଲୋନ୍‌ ଶେଷ ହୋଇଗଲା ବୋଲି କହିଥିଲେ। କିନ୍ତୁ ୧୫ ଦିନ ଚୁପ ରହିବା ପରେ ଖୁର୍ସିଦଙ୍କ ମୋବଇଲକୁ ହ୍ୟାକ କରାଯାଇଥିଲା। ତାଙ୍କ ଅଶ୍ଳୀଳ ଏଡିଟିଂ ଫଟୋଗୁଡିକ ସମ୍ପର୍କୀୟଙ୍କ ପାଖକୁ ପଠାଇ ଖୁର୍ସିଦଙ୍କୁ ଆହୁରି ଟଙ୍କା ଦେବାକୁ କହିଥିଲେ। ଟଙ୍କା ନ ଦେବାରୁ ସାଇବର ଠକମାନେ ଖୁର୍ସିଦଙ୍କୁ ଫୋନ୍‌ କରି ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏ ସବୁ ଘଟଣା ଘର ଲୋକ ଜାଣିବା ପରେ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

କିଛି ଦିନ ପୂର୍ବରୁ ଓଡିଶା ପୁଲିସର ସାଇବର ସେଲ୍ ଏକ ଲୁକଆଉଟ୍‌ ଆଡଭାଇଜରି ଜାରି କରିଥିଲା। ଦେଶରେ ଏବେ ଏକ ନୂଆ ସାଇବର ଠକ ମାତିଛନ୍ତି। ମୋବାଇଲରେ ଲୋନ ଆପ୍ଲିକେସନ ଜରିଆରେ ଅତି ସହଜରେ ଲୋନ ପ୍ରଦାନ କରିବା ସହିତ ଏମାନେ ଅଧିକରୁ ଅଧିକ ଟଙ୍କା ଲୁଟ କରୁଛନ୍ତି। ଆଉ ଏହି ଆପ୍ ମାଧ୍ୟମରେ ମୋବାଇଲର ସମସ୍ତ ତଥ୍ୟ ଓ କନଟାକ୍ଟ ଲିଷ୍ଟକୁ ନେଇ ନିଜ ବନ୍ଧୁ ପରିଜନଙ୍କୁ ଅଶ୍ଳୀଳ ମ୍ୟାସେଜ, ଫଟୋ ଦେଇ ଲୋନ ନେଇଥିବା ଲୋକଙ୍କୁ ବ୍ଲାକମେଲିଂ କରି ଶୋଷଣ କରୁଥିବା ପୁଲିସ କହିଥିଲା। ଏହାଉପରେ ନଜର ରଖିବା ପାଇଁ ରାଜ୍ୟର ସମସ୍ତ ପୁଲିସ ଥାନା ଓ ସାଇବର ଥାନାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Related story