ରିଲିଫ୍‌ ପାଇଁ ରାସ୍ତାରୋକ କଲେ କ୍ଷତିଗ୍ରସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳୁନି ରିଲିଫ। ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଉହ୍ଲାଇଛନ୍ତି। ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକର ଶତାଧିକ ଲୋକ ଆଜି ଜଗତସିଂହପୁର-କନ୍ଦରପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏଥିପାଇଁ ପ୍ରଶାସନିକ ଉଦାସୀନତାକୁ ସେମାନେ ଦାୟି କରିଛନ୍ତି। ରିଲିଫ୍‌ ଦାବିରେ ଦୋଗଛିଆ, ଅଣଖିଆ, ବାଲିଆ, ବିରିଡ଼ି ଓ ହାଜିପୁର ଆଦି ୧୦ଟି ସ୍ଥାନରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଖବର ପାଇ ଜଗତସିଂହପୁର ଉପଜିଲ୍ଲାପାଳ, ସଦର ଏସ୍‌ଡିପିଓ, ବିରିଡ଼ି […]

jagatsinghpur

jagatsinghpur

Manoranjan Sial
  • Published: Monday, 06 May 2019
  • Updated: 06 May 2019, 07:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳୁନି ରିଲିଫ। ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଉହ୍ଲାଇଛନ୍ତି। ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକର ଶତାଧିକ ଲୋକ ଆଜି ଜଗତସିଂହପୁର-କନ୍ଦରପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏଥିପାଇଁ ପ୍ରଶାସନିକ ଉଦାସୀନତାକୁ ସେମାନେ ଦାୟି କରିଛନ୍ତି।

ରିଲିଫ୍‌ ଦାବିରେ ଦୋଗଛିଆ, ଅଣଖିଆ, ବାଲିଆ, ବିରିଡ଼ି ଓ ହାଜିପୁର ଆଦି ୧୦ଟି ସ୍ଥାନରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଖବର ପାଇ ଜଗତସିଂହପୁର ଉପଜିଲ୍ଲାପାଳ, ସଦର ଏସ୍‌ଡିପିଓ, ବିରିଡ଼ି ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ପ୍ରାୟ ଘଣ୍ଟାଏ ଧରି ଆଲୋଚନା କରିଥିଲେ। ପରେ ଉତ୍ତେଜନା ଥମିଥିଲା। ବାତ୍ୟା ପ୍ରଭାବିତଙ୍କୁ ଆସନ୍ତା ଦୁଇ ଦିନ ଭିତରେ ରିଲିଫ ମିଳିବା ନେଇ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ଗତକାଲି ମଧ୍ୟ ସମାନ ଦାବି ନେଇ ବିରିଡ଼ିର କିଛି ଲୋକ ବ୍ଲକ୍ ଓ ତସହିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏପଟେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ରିଲିଫ୍ ଦାବି କରି ଲୋକେ ରାସ୍ତାରୋକ କରିଥିଲେ। କୋଣାର୍କ ମେରାଇନ ଡ୍ରାଇଭରେ ବେଲେଶ୍ୱରଠାରେ ସ୍ଥାନୀୟ ଲୋକେ ଗଛଡାଳ ପକାଇ ରାସ୍ତାରୋକ କରିଥିଲେ।  ଫଳରେ ଦୀର୍ଘ ସମୟ ଧରି ଶହଶହ ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହନ ଅଟକି ରହିଥିଲା। ପରେ ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ପୁରୀ ବିଡିଓ ଓ ପୁଲିସ ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।  ଫଳରେ ରାସ୍ତାରୋକ ହଟିଥିଲା। ସେପଟେ ଆଜି ପୁରୀ ମାଟିଆପଡ଼ା ଲେବଲକ୍ରସିଂ ନିକଟରେ ମଧ୍ୟ ରିଲିଫ୍  ଦାବିରେ ଲୋକେ ରାସ୍ତାରୋକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos