ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କଲା, ଓଡ଼ିଶାରେ କ୍ଷତ ଛାଡ଼ିଗଲା ‘ଅମ୍ଫାନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂଘାତିକ ପବନ ସାଙ୍ଗକୁ ବର୍ଷା। ଆଖି ଯୁଆଡ଼େ ପାଉଥିଲା ସେଆଡ଼େ ତାଣ୍ଡବର ଚିତ୍ର। ଉପକୂଳରୁ ଉତ୍ତର ଓଡ଼ିଶା, ସବୁଠି ଉଗ୍ରରୂପ ଦେଖାଇଛି ବାତ୍ୟା ‘ଅମ୍ଫାନ’। ପଶ୍ଚିମବଙ୍ଗର ସୁନ୍ଦରବନକୁ ଲ୍ୟାଣ୍ଡଫଲ୍‌ ମୁହାଁ ହେବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ରଚିଛି ତାଣ୍ଡବ। କେଉଁଠି ଅଶାନ୍ତ ସମୁଦ୍ର କୂଳଲଂଘି ଛାନିଆ କରିଛି ତ ଆଉ କେଉଁଠି କ୍ଷୟକ୍ଷତିର ଗଭୀର କ୍ଷତ ଛାଡ଼ି ଯାଇଛି। ବାତ୍ୟା ‘ଅମ୍ଫାନ’ ବୁଧବାର ସକାଳ ୬ଟାରେ ସମୁଦ୍ର ଭିତରୁ […]

rain

rain

Manoranjan Sial
  • Published: Wednesday, 20 May 2020
  • Updated: 20 May 2020, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂଘାତିକ ପବନ ସାଙ୍ଗକୁ ବର୍ଷା। ଆଖି ଯୁଆଡ଼େ ପାଉଥିଲା ସେଆଡ଼େ ତାଣ୍ଡବର ଚିତ୍ର। ଉପକୂଳରୁ ଉତ୍ତର ଓଡ଼ିଶା, ସବୁଠି ଉଗ୍ରରୂପ ଦେଖାଇଛି ବାତ୍ୟା ‘ଅମ୍ଫାନ’। ପଶ୍ଚିମବଙ୍ଗର ସୁନ୍ଦରବନକୁ ଲ୍ୟାଣ୍ଡଫଲ୍‌ ମୁହାଁ ହେବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ରଚିଛି ତାଣ୍ଡବ। କେଉଁଠି ଅଶାନ୍ତ ସମୁଦ୍ର କୂଳଲଂଘି ଛାନିଆ କରିଛି ତ ଆଉ କେଉଁଠି କ୍ଷୟକ୍ଷତିର ଗଭୀର କ୍ଷତ ଛାଡ଼ି ଯାଇଛି।

ବାତ୍ୟା ‘ଅମ୍ଫାନ’ ବୁଧବାର ସକାଳ ୬ଟାରେ ସମୁଦ୍ର ଭିତରୁ ଅତି ଭୟଙ୍କର ରୂପ ଧରି ଜଗତସିଂହପୁର ଜିଲ୍ଲାକୁ ମାଡ଼ି ଆସିଲା। ପାରାଦୀପରେ ତାଣ୍ଡବ ରଚିଲା। ପ୍ରବଳ ବର୍ଷା ସାଙ୍ଗକୁ ଶହେରୁ ଅଧିକ କିଲୋମିଟର ବେଗରେ ପବନ ଆସିଥିଲା। ଫଳରେ ଛପର ଘର ଭାଙ୍ଗିଲା ଓ ଉଡ଼ାଇଲା। ପୁରୁଣା ଗଛ ସବୁ ଉପାଡ଼ି ରାସ୍ତାରେ ପକାଇଲା। ଏପରିକି ପାରାଦୀପ ରେଳ ଓ୍ୱାଗନ ମେଣ୍ଟେନାନ୍ସ ସେଡ୍‌ ଉଡାଇନେଲା। ପାରାଦୀପ ଭଳି କୁଜଙ୍ଗ ଓ ଏରସମା ଆଦି ସ୍ଥାନରେ ମଧ୍ୟ ପ୍ରଳୟ ରଚିଛି ‘ଅମ୍ଫାନ’।

ଜଗତସିଂହପୁର ଭଳି ସମାନ ଢଙ୍ଗରେ କାଳରୂପୀ ଝଡ଼ର ସାମ୍ନା କରିଥିଲା ପଡ଼ୋଶୀ କେନ୍ଦ୍ରାପଡ଼ା। ରାତି ପାହିଲା ବେଳକୁ କେନ୍ଦ୍ରାପଡ଼ା ସହରରେ ଆରମ୍ଭ ହୋଇଯାଇଥିଲା ଢୁ ଢୁ ବର୍ଷା ସାଙ୍ଗକୁ ଅସମ୍ଭାଳ ପବନ। ଝଡ଼ ବେଳେ ତାଳଚୁଆ ସାମୁଦ୍ରିକ ଥାନା ଦୁଆର ମୁହଁରେ ପିଟି ହେଇଥିଲା ଜଙ୍ଘେ ଉଚ୍ଚର ଜୁଆର। ‘ଅମ୍ଫାନ’ ସ୍ଥଳ ଭାଗରେ ପଶିବାରୁ ଲୋକେ ଛାନିଆ ହୋଇ ପଡିଥିଲେ। ସେପଟେ ଅଶାନ୍ତ ସମୁଦ୍ରରେ ହୁଲି ଡଙ୍ଗା ଓ ବୋଟ୍ ଗୁଡ଼ିକ ଯେଉଁଭଳି ଉତ୍ତାଳ ଢେଉରେ ପିଟି ହେଉଥିଲେ, ତାକୁ ଦେଖି ଛାତି ଥରି ଉଠୁଥିଲା। ଜିଲ୍ଲାର ରାଜନଗର, ସାତଭାୟା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମଧ୍ୟ ଅସମ୍ଭାଳ ଅବସ୍ଥା କରିଛି ବାତ୍ୟା ‘ଅମ୍ଫାନ’। ବାତ୍ୟା ଛାଡ଼ିବା ପରେ ସ୍ଥିତି ସ୍ୱଭାବିକ କରିବା ପାଇଁ ଲାଗି ପଡ଼ିଛନ୍ତି ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌।

ତେବେ ବାତ୍ୟା ଅମ୍ଫାନ ଉତ୍ତର ଓଡ଼ିଶା ଉପକୂଳରେ ଘସି ହୋଇ ପଶ୍ଚିମବଙ୍ଗ ମୁହାଁ ହେଉଥିବା ବେଳେ ଭଦ୍ରକ ଜିଲ୍ଲାରେ ବି ରଚିଛି ପ୍ରଳୟ। ଧାମରାରେ ଜୁଆରରେ ଉଛୁଳୁଥିଲା ସମୁଦ୍ର। ପବନ ସହ ମୂଷଳ ଧାରାରେ ବର୍ଷା ଧୂଆଁର ଭ୍ରମ ସୃଷ୍ଟି କରିଥିଲା ଧାମରା ମୁହାଣ ଅଞ୍ଚଳ। ଏଠି ବି ଧରାଶାୟୀ କରିଛି ଅନେକ ପୁରୁଣା ଗଛ ଓ ଭାଙ୍ଗିଛି କଚା ଘର।

ତେବେ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ ମୁହାଁ ହେବା ସମୟରେ ବାଲେଶ୍ୱର ଜିଲ୍ଲାରେ ଭୟଙ୍କର ରୂପ ଦେଖାଇଛି ଝଡ଼ବାତ୍ୟା ଅମ୍ଫାନ। ପ୍ରବଳ ବର୍ଷା ସାଙ୍ଗକୁ ଅତିପ୍ରବଳ ବର୍ଷାରେ ବେହାଲ କରିଛି ସମୁଦ୍ରକୂଳିଆ ଅଞ୍ଚଳକୁ। ବାହାନଗା, ବାଲିଆପାଳ, ଭୋଗରାଇ, ଚାନ୍ଦିପୁର ସବୁଠି ଉଗ୍ରରୂପ ଧରିଥିଲା ସମୁଦ୍ର। ଖଣ୍ଡପ୍ରଳୟ କରିଛି ଅଦିନ ଝଡ଼।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story