ମାଡ଼ି ଆସୁଛି ‘ବୁଲ୍‌ବୁଲ୍‌’, ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ବୁଲବୁଲ’ ଭୟଙ୍କର ରୂପଧାରଣ କରି ଘଣ୍ଟାପ୍ରତି ୧୭ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହା ସୁନ୍ଦରବନ ଉପତ୍ୟକାରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଉଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନ ବୋହିବା ଆରମ୍ଭ ହୋଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିବା ସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଶିକ୍ଷାନୁଷ୍ଠାନକୁ ଛୁଟି […]

weather

weather

Manoranjan Sial
  • Published: Friday, 08 November 2019
  • Updated: 08 November 2019, 09:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ବୁଲବୁଲ’ ଭୟଙ୍କର ରୂପଧାରଣ କରି ଘଣ୍ଟାପ୍ରତି ୧୭ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହା ସୁନ୍ଦରବନ ଉପତ୍ୟକାରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଉଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନ ବୋହିବା ଆରମ୍ଭ ହୋଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିବା ସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା ସହ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ତଥା ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି।

ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସାମୁଦ୍ରିକ ଝଡ଼ ‘ବୁଲବୁଲ’ ପ୍ରଭାବରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗର ସଦ୍ୟ ସୂଚନା ଅନୁଯାୟୀ "ବୁଲବୁଲ' ଘଣ୍ଟା ପ୍ରତି ୧୭ କିମି ବେଗରେ ଅଗ୍ରସର ହୋଇ ଆଜି ଅପରାହ୍ନ ସାଢ଼େ ୫ଟା ସମୟରେ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇରହିଛି । ଏହାର ତୀବ୍ରତା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ କ୍ରମଶଃ ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗକୁ ଅଗ୍ରସର ହେବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳସ୍ଥ ସୁନ୍ଦରବନ ତ୍ରିକୋଣଭୂମି ମଧ୍ୟଦେଇ ସ୍ଥଳଭାଗରେ ପ୍ରବେଶ କରିବ।

ସମ୍ଭାବ୍ୟ ପ୍ରବଳ ବୃଷ୍ଟିପାତ ଓ ଝଡ଼ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଜନିତ ଯେକୌଣି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟାଦ୍ୱାରା ପ୍ରଭାବିତ ହେବାକୁଥିବା ଜିଲ୍ଲା ବିଶେଷ କରି ଉପକୂଳ ଜିଲ୍ଲା ଗୁଡ଼ିକରେ କଚ୍ଚା ଘରେ ଏବଂ ଖାଲୁଆ ଅଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଏବଂ ସେମାନଙ୍କୁ ଆଶ୍ରୟସ୍ଥଳରେ ଆବଶ୍ୟକ ଖାଦ୍ୟ, ପାନୀୟଜଳ ଯୋଗାଇଦେବା ସହିତ ଆଶ୍ରୟସ୍ଥଳରେ ଆଲୋକ, ସ୍ୱାସ୍ୟ ଓ ପରିମଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି। ଏଥିପାଇଁ ସମ୍ପୃକ୍ତ ଜିଲ୍ଲା ଗୁଡ଼ିକରେଥିବା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଆବଶ୍ୟକୀୟ ସୁବିଧା ସହିତ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବାତ୍ୟାର ପ୍ରଭାବରେ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲାରେ ସ୍କୁଲ ଓ କଲେଜକୁ ୨ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।

ସେହିପରି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରଭାବିତ ହେବାକୁଥିବା ସମସ୍ତ ୧୦ଟି ଜିଲ୍ଲା ଯଥା- ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ୨ଟି ଲେଖାଏଁ ଓଡ୍ରାଫ ଟିମ ଆଗୁଆ ମୁତୟନ କରାଯାଇଥିବାବେଳେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ୬ଟି ଏନଡିଆରଏଫ ଟିମକୁ ମୁତୟନ କରାଯାଇଅଛି। ବାତ୍ୟା ଆଶଙ୍କା ଥିବା ଜିଲ୍ଲା ଗୁଡ଼ିକରେ ଆସନ୍ନ ବିପଦର ମୁକାବିଲା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଅଛି ଏବଂ ସମୁଦ୍ର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ୨ଟି ଲେଖାଏଁ ଅତିରିକ୍ତ ଅଗ୍ନିଶମ ବାହିନୀ ଟିମ୍ ପଠାଯାଇଛି । ସେହିପରି ରାଜ୍ୟସ୍ତରରେ ୬୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଅତ୍ୟାଧୁନିକ ଉପକରଣ ଓ ଗାଡ଼ି ସହିତ ଆବଶ୍ୟକସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ କରି ରଖାଯାଇଛି।

ବାତ୍ୟାଦ୍ୱାରା ବିଦ୍ୟୁତ୍ ସରବରାହ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ତଥା ସେସୁ ଓ ନେସ୍କୋ ଅଧିକାରୀମାନଙ୍କୁ ବିଦ୍ୟୁତ୍ ଲାଇନକୁ ତୁରନ୍ତ ମରାମତି ଓ ପୁନଃରୁଦ୍ଧାର କରିବା ପାଇଁ ଆଗୁଆ ପଦେକ୍ଷପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି, ଉପକରଣ ଏବଂ କୁଶଳୀ ଶ୍ରମିକଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ପରାମର୍ଶ ଦିଆଯାଇଅଛି । ତେବେ ବିଦ୍ୟୁତ୍ ସରବରାହ ବିଛିନ୍ନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଡାକ୍ତରଖାନା, ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ଅନୁଷ୍ଠାନମାନଙ୍କରେ ଜେନେରେଟର ବ୍ୟବସ୍ଥା କରିବା ସହିତ ଏଥିପାଇଁ ଯଥେଷ୍ଟ ପରିମାଣର ଡିଜେଲ ଓ ପେଟ୍ରୋଲ ମହଜୁଦ୍ ରଖିବା ପାଇଁ ଜିଲ୍ଳାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଅଛି।

ସେହିପରି ସମ୍ଭାବ୍ୟ ଝଡ଼ବାତ୍ୟାର ପ୍ରଭାବରେ ଯଦି ରାସ୍ତାଘାଟ ଗଛ ପଡ଼ି ବିଛିନ୍ନ ହୁଏ, ତେବେ ରାସ୍ତାରୁ ଗଛ ହଟାଇ ଗମନାଗମନକ୍ଷମ କରିବା ପାଇଁ ସମ୍ପୃକ୍ତ ବିଭାଗମାନେ ଆଗୁଆ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଅଛି। ଏହି କାର୍ଯ୍ୟରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ସହାୟତା କରିବେ।
ରାଜ୍ୟର ସମସ୍ତ ୧୯୬୫୩ ଟି ମାଛଧରା ଟ୍ରଲର ଓ ଡଙ୍ଗା ସମୁଦ୍ର କୂଳକୁ ଫେରିଆସିଛନ୍ତି। ପଶ୍ଚିମବଙ୍ଗର କଣ୍ଟାଇ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୩୨ ଟି ମାଛଧରା ଡଙ୍ଗା ଧାମରା ମାଛଧରା ବନ୍ଦରକୁ ଆଶ୍ରୟ ପାଇଁ ପହଞ୍ôଚଛନ୍ତି ଏବଂ ଆହୁରି କେତେକ ଡଙ୍ଗା ଆସୁଥିବା ଖବର ମିଳିଛି । ଜିଲ୍ଲାପାଳଙ୍କ ଦ୍ୱାରା ଉକ୍ତ ଡଙ୍ଗା ଗୁଡ଼ିକୁ ନିରାପଦରେ ରଖାଯିବା ସହିତ ସେଥିରେ ଥିବା ଲୋକମାନଙ୍କ ପାଇଁ ଆବଶ୍ୟକ ଆଶ୍ରୟ ଏବଂ ଖାଦ୍ୟ ଆଦି ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଇଅଛି। ସେହିପରି ପଶ୍ଚିମବଙ୍ଗରୁ ଆଉକିଛି ମାଛଧରା ଡଙ୍ଗା କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଠାରେ ପହଞ୍ôଚଥିବା ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କର ସହାୟତା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଅଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଚେତାବନୀ ଦିଆଯାଇଛି । ସମସ୍ତ ଜିଲ୍ଲା ଓ ବିଭାଗଗୁଡିକରେ ୨୪ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହୋଇଛି । ବାତ୍ୟା ସମୟରେ ଘରୁ ନବାହାରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story