ନୂଆଦିଲ୍ଲୀ: ପୁଣି ଆସୁଛି ଆଉ ଏକ ବାତ୍ୟା। ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ଼) ଏବେ କବରଟ୍ଟୀ(ଲାକ୍ଷାଦ୍ୱୀପ)ର ଉତ୍ତର- ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହାର ନାଁ ‘ମହା’ ରଖାଯାଇଛି।
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଏହା ଲାକ୍ଷାଦ୍ୱୀପ ଦ୍ୱୀପ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ଆସନ୍ତା ୬ ଘଣ୍ଟା ମଧ୍ୟରେ ‘ମହା’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।
Cyclonic storm MAHA centered near lat 11.0°N and long 73.0°E 60 km north-northeast of Kavaratti (Lakshadweep). It will continue to move north-northwestwards across Lakshadweep Islands in next 12 hrs. It will intensify into a Severe CS during next 06 hrs over Lakshadweep area. pic.twitter.com/xWYkZwnQi7
— India Met. Dept. (@Indiametdept) October 31, 2019
ନଭେମ୍ବର ୨ ସୁଦ୍ଧା ‘ମହା’ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ କେରଳ, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ ଉପକୂଳ, ଦକ୍ଷିଣ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୋରରେ ପବନ ମଧ୍ୟ ବହିପାରେ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।