- ଶେଷରେ ପୁରୀ ସହର ପାଖରେ ଲ୍ୟାଣ୍ଡଫଲ୍ କଲା ଫୋନି। ପୁରୀରେ ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ ବହୁଛି।
- ଫୋନି ଲ୍ୟାଣ୍ଡଫଲ୍ କରିବା ପରେ ସନ୍ଧ୍ୟା ଯାଏ ପ୍ରବଳ ବର୍ଷା ଓ ପବନ ଲାଗି ରହିବ। ସନ୍ଧ୍ୟା ବେଳକୁ ପବନ କମି ଘଣ୍ଟା ପ୍ରତି ଶହେ କିଲୋମିଟର ରହିବ।
- ଫୋନି ଲ୍ୟାଣ୍ଡଫଲ୍ କରିବାର ୪/୫ ଘଣ୍ଟା ଯାଏ ଏହାର ବିଭୀଷିକା ଲାଗି ରହିବ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବ ରହିବ।
- ଫୋନି ୪୦% ଲ୍ୟାଣ୍ଡଫଲ୍ କରିସାରିଲାଣି, ବାତ୍ୟାର ଆଖି ସ୍ଥଳଭାଗ ଛୁଇଁବାକୁ ଆଉ ଘଣ୍ଟାଏ ଲାଗିବ।
- ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ଭାଙ୍ଗି ଯାଇଛି ବହୁ ଗଛ
- ପୁରୀରେ ଏବେ ୧୪୫ରୁ ୧୭୫ କିମ ବେଗରେ ପବନ ବହୁଛି
- ପୁରୀରେ ଏବେ ଜୋର ବର୍ଷା ଓ ପବନ ହେଉଛି
- ଯେକୌଣସି ସମୟରେ ପୁରୀରେ ଲ୍ୟାଣ୍ଡଫଲ୍ କରିପାରେ ଫୋନି
- ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ; ପୁରୀରେ ୧୭୫ କିମି ବେଗରେ ବହୁଛି ପବନ
- ପୁରୀରେ ପ୍ରାୟ ୧୫୦ କିମି ବେଗରେ ପବନ ବହୁଛି
- ଗୋପାଳପୁରଠାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି
- ପୁରୀରେ ୧୦୦ ମିମି, ଭୁବନେଶ୍ୱରରେ ୫୦ ମିମି ବର୍ଷା ରେକର୍ଡ ହୋଇଛି
- ପୁରୀରେ ଲ୍ୟାଣ୍ଡଫଲ୍ ବେଳେ ଚିଲିକାରେ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ।
- ଚିଲିକାରେ ଘଣ୍ଟାପ୍ରତି ୯୦ କିମି ବେଗରେ ବହୁଛି ପବନ।
- ପୁରୀଠାରୁ ୭୦ କିମି ଦୂରରେ ରହିଛି ଫୋନି
- ଗୋପାଳପୁରେ ଘଣ୍ଟାପ୍ରତି ୧୦୫ କିମି ବେଗରେ ପବନ ବହୁଛି।
- ଗୋପାଳପୁରରେ ସର୍ବାଧିକ ୧୪୯ ମିମି ବର୍ଷା ରେକଡ, ପୁରୀରେ ୯୫ ମିମି ବର୍ଷା ହୋଇଛି
- ପୁରୀରେ ଦେଢ଼ ଲକ୍ଷ ଲୋକ ସ୍ଥାନାନ୍ତର
- ୧୦ ଲକ୍ଷ ଲୋକ ସ୍ଥାନାନ୍ତର, ଗଞ୍ଜାମରେ ସର୍ବାଧିକ ୩ ଲକ୍ଷ ସ୍ଥାନାନ୍ତର
- ପୁରୀଠାରୁ ୧୬୦ କିମି ଦୂରରେ ରହିଛି ବାତ୍ୟା ‘ଫୋନି’।
- ଆଜି ସକାଳ ସାଢେ ୮ଟା ବେଳେ ପୁରୀ ସହର ପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫୋନି’।
- ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିମିମିଟର ବର୍ଷା ହୋଇଛି।
- ପୁରୀରେ ୬୫ ଓ ଭୁବନେଶ୍ୱରରେ ୧୮ ମିଲିମିଟର ବର୍ଷା ହୋଇଛି।
- ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି।
- ଉତ୍ତର ପୁରୀ-ଦକ୍ଷିଣ ରମ୍ଭା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ‘ଫୋନି’ : IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର
- ‘ଫୋନି’ର ପ୍ରଭାବରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହେବ: IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର
- ‘ଫୋନି’ର ପ୍ରଭାବ ପୁରୀ ବ୍ୟତୀତ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପଡ଼ିବ: IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର
- ପୁରୀଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ଫୋନି।
- ଘଣ୍ଟାକୁ ୧୭ କିିମି ବେଗରେ ଓଡ଼ିଶା ମୁହାଁ ହେଉଛି ଫୋନି।
- ଫୋନି ପାଇଁ ପାରାଦୀପରେ ସମୁଦ୍ର ଅଶାନ୍ତ ରହିଛି।
- ସନ୍ଧ୍ୟା ପରେ ପାରାଦୀପର ସ୍ଥିତି ବିଗୁଡୁଛି।
- ଚିଲିକା କୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକେ ଘର ଛାଡ଼ୁ ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।