Advertisment

ପଶ୍ଚିମବଙ୍ଗ ମୁହାଁ ‘ଜୱାଦ୍’, ପାରାଦୀପରେ ପ୍ରବଳ ଛେଚିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଜୱାଦ ଦୁର୍ବଳ ହେବ ପରେ ଓଡ଼ିଶା ଉପରୁ ବିପଦ ଟଳିଛି। ଦୁର୍ବଳ ହେବା ପରେ ବାତ୍ୟା ଜୱାଦ ଅବପାତରେ ପରିଣତ ହୋଇଛି। ପୁରୀର ଦକ୍ଷିଣପୂର୍ବରେ ରବିବାର ଅପରାହ୍ନ ପ୍ରାୟ ୨ଟା ୩୦ ସୁଦ୍ଧା ଅବପାତରେ ପରିଣତ ହୋଇଛି। ପୁନଶ୍ଚ ଉତ୍ତର ଉତ୍ତର-ପୂର୍ବକୁ ଗତି କରି ମଧ୍ୟରାତ୍ରି ସୁଦ୍ଧା ଅଧିକ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶାରୁ ବିପଦ ଟଳିବା ପରେ ଏବେ ବାତ୍ୟା ଜୱାଦ ପଶ୍ଚିମବଙ୍ଗ ମୁହାଁ […]

author-image
Ranjit Kumar Jena
ପଶ୍ଚିମବଙ୍ଗ ମୁହାଁ ‘ଜୱାଦ୍’, ପାରାଦୀପରେ ପ୍ରବଳ ଛେଚିଲା

rain

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଜୱାଦ ଦୁର୍ବଳ ହେବ ପରେ ଓଡ଼ିଶା ଉପରୁ ବିପଦ ଟଳିଛି। ଦୁର୍ବଳ ହେବା ପରେ ବାତ୍ୟା ଜୱାଦ ଅବପାତରେ ପରିଣତ ହୋଇଛି। ପୁରୀର ଦକ୍ଷିଣପୂର୍ବରେ ରବିବାର ଅପରାହ୍ନ ପ୍ରାୟ ୨ଟା ୩୦ ସୁଦ୍ଧା ଅବପାତରେ ପରିଣତ ହୋଇଛି। ପୁନଶ୍ଚ ଉତ୍ତର ଉତ୍ତର-ପୂର୍ବକୁ ଗତି କରି ମଧ୍ୟରାତ୍ରି ସୁଦ୍ଧା ଅଧିକ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶାରୁ ବିପଦ ଟଳିବା ପରେ ଏବେ ବାତ୍ୟା ଜୱାଦ ପଶ୍ଚିମବଙ୍ଗ ମୁହାଁ ହୋଇଛି।

Advertisment

ବାତ୍ୟା ଜୱାଦ କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରୁଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟା ପୁରୀ, ପାରାଦୀପ, ଚାନ୍ଦବାଲି ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଗତି କରୁଥିବାରୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଥିବା ଦେଖିବାକୁ ମଳିଛି। ପଶ୍ଚିମବଙ୍ଗରେ ପହଞ୍ଚିବା ବେଳେ ଜୱାଦ୍ ଲଘୁଚାପରେ କ୍ଷେତ୍ରରେ ପରିଣତ ହେବାକୁ ଥିବାରୁ ଏହାର ପ୍ରଭାବରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ସମୟରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି। ତେବେ ଆଜି ଅପରାହ୍ଣ ୫ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୨୦୧ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ସେହିଭଳି ଜଗତସିଂହପୁରର ଅନ୍ୟାନ୍ୟ ଅଞ୍ଚଳରେ ବି ବର୍ଷାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଏରସମାରେ ୧୮୮, କୁଜଙ୍ଗରେ ୧୧୪ ଓ ଜଗତସିଂହପୁରରେ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ୩୯, ଚାନ୍ଦବାଲିରେ ୩୫ ଓ ଅନୁଗୁଳରେ ୨୯ ମିଲିମିଟର ବର୍ଷା ହୋଇଛି। କେନ୍ଦ୍ରାପଡ଼ାରେ ୩୫, ଖୋର୍ଦ୍ଧାରେ ୩୩, ପୁରୀରେ ୨୫, ଭଦ୍ରକରେ ୨୧, କଟକରେ ୨୦, ଭୁବନେଶ୍ୱରରେ ୧୪ ବାଲେଶ୍ୱରରେ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Advertisment

ସେହିପରି ଜୱାଦ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ଅରେଞ୍ଜ୍, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପକ୍ଷରେ ବାତ୍ୟା ସିନା ଟଳିଗଲା, କିନ୍ତୁ ଏହାର ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କର ନାହିଁ ନଥିବା କ୍ଷତି କରିଛି। ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ଚାଷୀର ଅମଳ ଧାନ ଭାସି ଯାଇଛି। ଏହାଛଡ଼ା ମୁଗ, ବିରି, କୋବି, ବାଇଗଣ, ସବୁକୁ ନଷ୍ଟ କରିଦେଇଛି ‘ଜୱାଦ୍’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା। ଏବେ ଚାଷୀଙ୍କ ଫସଲ ଗୁଡ଼ିକ ଜଳବନ୍ଦୀରେ ରହିଛି। ତେବେ ଚାଷୀଙ୍କର କେତେ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ି ନାହିଁ। ବର୍ଷା ସଂପୂର୍ଣ୍ଣ ଛାଡ଼ିବା ପରେ କ୍ଷୟକ୍ଷତିର ପ୍ରକୃତ ଆକଳନ ହୋଇପାରିବ। ସପ୍ତାହେ ଭିତରେ ଫସଲହାନୀର ଆକଳନ କରି ସହାୟତା ଦିଆଯିବ ବୋଲି ଗତକାଲି SRC କହିଥିଲେ।