ରାଜ୍ୟ କର୍ମଚାରୀଙ୍କ ପାଇଁ ଖୁସି ଖବର: ସପ୍ତମ ବେତନ ପରେ ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗତକାଲି ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ମହଙ୍ଗା ଭତ୍ତାକୁ ୧ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହି ଏକ ପ୍ରତିଶତ ବୃଦ୍ଧି ପରେ ବର୍ତ୍ତମାନ ମହଙ୍ଗା ଭତ୍ତା ପରିମାଣ ୫ ପ୍ରତିଶତ ହୋଇଛି।  ଯେଉଁ ପେନସନ୍ଧାରୀମାନେ ସଂଶୋଧିତ ହାତରେ ପେନସନ ପାଉ ନ ଥିଲେ ସେମାନେ ମଧ୍ୟ ୩ […]

da

Rakesh Mallick
  • Published: Friday, 24 November 2017
  • , Updated: 24 November 2017, 01:41 AM IST

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗତକାଲି ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ମହଙ୍ଗା ଭତ୍ତାକୁ ୧ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହି ଏକ ପ୍ରତିଶତ ବୃଦ୍ଧି ପରେ ବର୍ତ୍ତମାନ ମହଙ୍ଗା ଭତ୍ତା ପରିମାଣ ୫ ପ୍ରତିଶତ ହୋଇଛି।  ଯେଉଁ ପେନସନ୍ଧାରୀମାନେ ସଂଶୋଧିତ ହାତରେ ପେନସନ ପାଉ ନ ଥିଲେ ସେମାନେ ମଧ୍ୟ ୩ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ପାଇବେ।  ପିଛିଲା ଭାବେ ଗତ ଜୁଲାଇ ୧ ତାରିଖରୁ ଏହି ମହଙ୍ଗା ଭତ୍ତା ଲାଗୁ ହେବ।

ପୂର୍ବରୁ ରାଜ୍ୟ ସରକାର ଗତ ଅଗଷ୍ଟ ୨୯ରେ ସପ୍ତମବେତନ କମିଶନ ଲାଗୁ କରିଥିଲେ। ଏଥିରେ ଜାନୁଆରୀ ପହିଲା ୨୦୧୬ରୁ ପିଛିଲା ଭାବେ  ବର୍ଦ୍ଧିତ ଦରମା ଲାଗୁ ହେବ ବୋଲି  ଘୋଷଣା କରାଯାଛି। ଏଥିରେ ସର୍ବନିମ୍ନ ଦରମା ୧୬ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତେବେ ଏହା ପରେ ପ୍ରଥମ କରି ଏହି ମହଙ୍ଗା ଭତ୍ତା ଲାଗୁ କରାଯାଇଛି।

Related story