ଫେଲ ମାରିଲା ଡକାୟତି ଉଦ୍ୟମ

ଖୋର୍ଦ୍ଧା (ବଳରାମ ଲେଙ୍କା) :ଡକାୟତି ଉଦ୍ୟମ ବେଳେ ପୁଲିସ ହାତରେ ଧରା ପଡିଲେ ୩ ଅଭିଯୁକ୍ତ। ଖୋର୍ଦ୍ଧା ସଦର ଥାନା ପୁଲିସର ପାଟ୍ରୋଲିଂ ବେଳେ ତାପଙ୍ଗ ଛକ ନିକଟ ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତି କରୁଥିବା ଏକ ଡକାୟତ ଦଳ ଉପରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣ ଅଭିଯୁକ୍ତ ଖସି ପଳାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସୋରଣର […]

578

Tapas Behera
  • Published: Thursday, 28 March 2019
  • , Updated: 28 March 2019, 07:32 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା) :ଡକାୟତି ଉଦ୍ୟମ ବେଳେ ପୁଲିସ ହାତରେ ଧରା ପଡିଲେ ୩ ଅଭିଯୁକ୍ତ। ଖୋର୍ଦ୍ଧା ସଦର ଥାନା ପୁଲିସର ପାଟ୍ରୋଲିଂ ବେଳେ ତାପଙ୍ଗ ଛକ ନିକଟ ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତି କରୁଥିବା ଏକ ଡକାୟତ ଦଳ ଉପରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣ ଅଭିଯୁକ୍ତ ଖସି ପଳାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସୋରଣର ସୁରେଶ ଦାସ ଓ ହଳଦିଆର ଗୁରୁବାରୀ ନାୟକ ଏବଂ ବାଲେଶ୍ୱର ଅଂଚଳର ରାକେଶ ମଣ୍ଡଳିଆ। ଏମାନଙ୍କ ନିକଟରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ , ଗୁଳି ଏବଂ ୨ଟି କଟୁରୀ ଜବତ କରିଛି।

Related story