ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କନ୍ୟା ଭ୍ରୂଣ ହତ୍ୟା ଘଟଣାକୁ ନେଇ ନୟାଗଡ଼ ଜିଲ୍ଲା ସମଗ୍ର ଦେଶରେ ବଦନାମ ହୋଇସାରିଥିବା ସତ୍ତ୍ୱେ ଏଠାରେ ଏପରି ଲଜ୍ଜାଜନକ ଘଟଣା ଥମିବାର ନାଁ ଧରୁନି । ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ଜିଲ୍ଲାର ଭାପୁର ବ୍ଲକ୍ ଫତେଗଡ଼ ଥାନା ଅଧୀନ କରବର ଗାଁରେ ଦେଖିବାକୁ ମିଳିଥିଲା। ଗାଁର ଏକ ପୋଖରୀରେ ଏକ ନବଜାତକର ମୃତଦେହ ଭେସୁଥିଲା, ଯାହାକୁ ପଲିଥିନରେ ବନ୍ଧା ଯାଇଥିଲା। ତେବେ କିଏ ଏଭଳି କାଣ୍ଡ ଭିଆଇଛି ତାହା ସ୍ପଷ୍ଟ ହୋଇନାହିଁ।
ଖବର ପାଇ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ୍ ନ ପହଞ୍ଚିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଗତ ୧୪ ତାରିଖରେ ମଧ୍ୟ ଖଣ୍ଡପଡ଼ା ଏନଏସିର ଦୁଇ ନମ୍ବର ୱାର୍ଡର ଏକ ମସଜିଦ ନିକଟରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁରମାନେ ଖାଉଥିବାର ଦେଖିବାକୁ ମିଳିଥିଲା ।
୪ ମାସ ପୂର୍ବେ ନୟାଗଡ଼ ସଦର ମହକୁମାର ଏକ କ୍ଲିନିକରେ ଭ୍ରୂଣ ହତ୍ୟା ହେଉଥିବା ଖବର ପାଇ ପ୍ରଶାସନ ଏହାକୁ ସିଲ୍ କରିଥିଲା। ଏହାସତ୍ତ୍ୱେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭାରତରେ ପଶିଲା ଚୀନ୍ ଭାଇରସ୍, ଗୋଟିଏ ଦିନରେ ୩ HMPV ମାମଲା ଚିହ୍ନଟ
ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି। ଆଜି ଗୋଟିଏ ଦିନରେ ବେଙ୍ଗାଲୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Crime
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ
୨୦୧୮ରେ ଘଟିଥିଲା ବହୁଚର୍ଚ୍ଚିତ ନାରାୟଣ ସତନାମୀ ହତ୍ୟାକାଣ୍ଡ। ଇରଶିଷଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ରୁଜୁ ହୋଇଥିଲା ମାମଲା।
Politics
ବିଜେଡିକୁ ଝଟ୍କା; ପୌରାଧ୍ୟକ୍ଷାଙ୍କ ବିରୋଧରେ ନିଜ ଦଳ ଆଣିଲା ଅନାସ୍ଥା
ପୌରାଧ୍ୟକ୍ଷା ହୋଇଥିଲେ ବିଜେଡିର ଯାଜ୍ଞସେନି ଓରାମ। ଅଭିଯୋଗରୁ ପ୍ରକାଶ, ପୌରାଧ୍ୟକ୍ଷା ହେବା ପରେ ଯାଜ୍ଞସେନି ଓରାମ ମନମୁଖୀ କାମ କରୁଛନ୍ତି। ଉନ୍ନୟନ ମୂଳକ କାମରେ କାଉନ୍ସିଲଙ୍କୁ ସହଯୋଗ କରୁନାହାନ୍ତି।
Crime
ଜେଜେମାଆ-ନାତୁଣୀଙ୍କୁ ଲୁଟିଲେ, ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ
ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛତ୍ରପୁର ମେଡ଼ିକାଲ୍ରୁ କୁନ୍ତଳାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍ କଲ ଆସିଥିଲା। କୁନ୍ତଳା ଓ ସ୍ୱିଟି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଚେତା ଫେରୁନି ବୋଲି ସୂଚନା ଦିଆଯାଇଥିଲା।
Miscellaneous
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ରାୟଗଡ଼ା ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏହି ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।