ଡେକାନ କ୍ରୋନିକିଲ ଉପାଧ୍ୟକ୍ଷ ଗିରଫ ଘଟଣା : ଚିତ୍ରା ଅଥୱାନୀଙ୍କୁ ସମନ ଜାରି

 ଭୁବନେଶ୍ୱର:  ଡେକାନ କ୍ରୋନିକିଲ ଉପାଧ୍ୟକ୍ଷ ପି. କେ. ଆୟାର ଭୁବନେଶ୍ୱରରୁ ଗିରଫ ହେବା ଘଟଣାରେ କମିଶନରେଟ ପୋଲିସ ଚିତ୍ରା ଅଥୱାନୀଙ୍କୁ ସମନ ଜାରି କରିଛି । ତାଙ୍କୁ ୧୪ ଦିନ ଭିତରେ ହାଜର ହେବାକୁ ସମନରେ ନିଦ୍ଦେର୍ଶ ଦିଆଯାଇଛି । ଚିତ୍ରାଙ୍କ ନାଁରେ ଭୁବନେଶ୍ୱରର ଏକ ହୋଟେଲ ରୁମ୍ ବୁକ୍ ହୋଇଥିଲା। ସେହି ରୁମରେ ଆୟାର ରହୁଥିବାରୁ ଚିତ୍ରାଙ୍କଚ ଏହି ମାମଲାରେ କମିଶନରେଟ ପୋଲିସ ପଚରାଉଚରା କରିବାକୁ ସମନ ଜାରି କରିଛି । ସୂଚନା ଅନୁଯାୟୀ, ଗତ ଫେବୃୟାରୀ […]

ddddd

ddddd

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 08:56 AM IST

Sports

Latest News

 ଭୁବନେଶ୍ୱର:  ଡେକାନ କ୍ରୋନିକିଲ ଉପାଧ୍ୟକ୍ଷ ପି. କେ. ଆୟାର ଭୁବନେଶ୍ୱରରୁ ଗିରଫ ହେବା ଘଟଣାରେ କମିଶନରେଟ ପୋଲିସ ଚିତ୍ରା ଅଥୱାନୀଙ୍କୁ ସମନ ଜାରି କରିଛି । ତାଙ୍କୁ ୧୪ ଦିନ ଭିତରେ ହାଜର ହେବାକୁ ସମନରେ ନିଦ୍ଦେର୍ଶ ଦିଆଯାଇଛି । ଚିତ୍ରାଙ୍କ ନାଁରେ ଭୁବନେଶ୍ୱରର ଏକ ହୋଟେଲ ରୁମ୍ ବୁକ୍ ହୋଇଥିଲା। ସେହି ରୁମରେ ଆୟାର ରହୁଥିବାରୁ ଚିତ୍ରାଙ୍କଚ ଏହି ମାମଲାରେ କମିଶନରେଟ ପୋଲିସ ପଚରାଉଚରା କରିବାକୁ ସମନ ଜାରି କରିଛି । ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୧୨ ତାରିଖ ରାତିରେ ଆୟାର ଓ ଚିତ୍ରା ଟ୍ରାଇଡେଣ୍ଟର ୧୧୪ ନମ୍ୱର ରୁମକୁ ଆସିଥିଲେ। ସେତେବେଳେ ରୁମଟି ହୋଟେଲର ଜେନେରାଲ ମ୍ୟାନେଜର ଅଭିମନ୍ୟୁ ଲୋଧାଙ୍କ ନାଁରେ ବୁକ୍ ହୋଇଥିଲା । ଚିତ୍ରା ସେଇ ରୁମରେ କିଛିଦିନ ରହିବା ପରେ ଚାଲି ଯାଇଥିଲେ । ତେବେ ମାର୍ଚ୍ଚ ୧୭ରେ ପୁଣି ହୋଟେଲର ୨୨୦ ନମ୍ୱର ରୁମ୍ ଚିତ୍ରାଙ୍କ ନାଁରେ ବୁକ୍ ହୋଇଥିଲା । ଏଠି ମଧ୍ୟ ଚିତ୍ରା କିଛିଦିନ ରହିବା ପରେ ଚାଲି ଯାଇଥିଲେ । ପରେ ସେଠି ରହି ଆସୁଥିଲେ ପି.କେ. ଆୟାର । ପୂର୍ବରୁ ଚିତ୍ରା କେତେଥର ଏହି ହୋଟେଲକୁ ଆସିଛନ୍ତି ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos