ଓଡ଼ିଶାରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା: ନବୀନଙ୍କୁ ପ୍ରଶଂସା କଲେ, କହିଲେ ଲଙ୍ଗେଷ୍ଟ ଚିଫ୍‌ମିନିଷ୍ଟର

Ordigital Desk
• Published: Monday, 20 November 2017
• , Updated: 20 November 2017, 03:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦଲାଇଲାମା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ପାଛୋଟି ନିଆଯାଇଥିଲା। ଗଜପତି ଜିଲ୍ଲାର ଚନ୍ଦ୍ରଗିରିରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଦଲାଇଲାମାଙ୍କୁ ସ୍ୱାଗତ କରିଥିଲେ।

ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଗୁରୁଙ୍କୁ ସ୍ୱାଗତ କରିଥିଲେ। ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଥିଲା।

ଆସନ୍ତାକାଲି ଭୁବନେଶ୍ୱରରେ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦଲାଇଲାମା ଯୋଗ ଦେବେ।

ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳପ କରି ଦଲାଇନାମା କହିଥିଲେ, “ସାଂପ୍ରତିକ ପରିସ୍ଥିତିରେ ଆଧୁନିକ ଶିକ୍ଷା ଓ ଜ୍ଞାନକୌଶଳର ବିକାଶ ସହ ଭାରତକୁ ଏହାର ପ୍ରାଚୀନ ଜ୍ଞାନ  ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।”

ଏହି ଅବସରରେ ଦଲାଇଲାମା ନବୀନଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ- “ଓଡ଼ିଶାରେ ଅନେକ ତିବ୍ଦତୀୟ ରହୁଛନ୍ତି। ମୁଁ ପୂର୍ବରୁ ଅନେକ ଥର ଓଡ଼ିଶା ଆସିଛି। ଏଠାକୁ ଆସିଲେ ବହୁତ ସମ୍ମାନ ମିଳିଥାଏ। ନୀବନ ଦୀର୍ଘଦିନ ହେବ ଶାସନ କରୁଛନ୍ତି। ତାଙ୍କ କାର୍ଯ୍ୟଶୈଳୀ ବହୁତ ଭଲ।”

ଚୀନ ସହ ସମ୍ପର୍କକୁ ନେଇ ସେ କହିଥିଲେ- “ଭଲ ସମ୍ପର୍କ ସୃଷ୍ଟି କରିବା ଉଭୟ ଭାରତ ଓ ଚୀନ ପାଇଁ ଆବଶ୍ୟକ। ଉଭୟ ଦେଶ ଭଲ ସଂପର୍କ ରଖନ୍ତୁ ଓ ପରସ୍ପରକୁ ସାହାଯ୍ୟ କର।

Related story