ଡାଲିର ଅଭାବ :୨୫୦୦ ଟନ୍ ଡାଲି ଆମଦାନୀ କରିବେ ସରକାର
ଭୁବନେଶ୍ୱର: ହୁ ହୁ ହୋଇ ବଢୁଥିବା ପିଆଜ ଦରକୁ ପଛରେ ପକାଇ ଦେଇଛି ଡାଲି। ତେବେ ରାଜ୍ୟରେ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ନାଫେଡ୍ ମାଧ୍ୟମରେ ରାଜ୍ୟକୁ ୨୫ଶହ ମେଟ୍ରିକ ଟନ୍ ଡାଲି ମଗାଯାଉଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଶନିବାର ସୂଚନା ଦେଇଛନ୍ତି। ତା’ସହ ଡାଲିର କଳାବଜାରୀ ଓ ଦର ନିୟନ୍ତ୍ରଣ ଲାଗି ଖୁଚୁରା ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। […]
ଭୁବନେଶ୍ୱର: ହୁ ହୁ ହୋଇ ବଢୁଥିବା ପିଆଜ ଦରକୁ ପଛରେ ପକାଇ ଦେଇଛି ଡାଲି। ତେବେ ରାଜ୍ୟରେ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ନାଫେଡ୍ ମାଧ୍ୟମରେ ରାଜ୍ୟକୁ ୨୫ଶହ ମେଟ୍ରିକ ଟନ୍ ଡାଲି ମଗାଯାଉଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଶନିବାର ସୂଚନା ଦେଇଛନ୍ତି। ତା’ସହ ଡାଲିର କଳାବଜାରୀ ଓ ଦର ନିୟନ୍ତ୍ରଣ ଲାଗି ଖୁଚୁରା ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଆସନ୍ତା ୧୫ ଦିନ ଭିତରେ ସ୍ଥିତି ସୁଧୁରିବା ନେଇ ମନ୍ତ୍ରୀ ଆଶା ରଖିଛନ୍ତି।