ଡାଲି ଦରକୁ ନେଇ ଦ୍ୱନ୍ଦ୍ୱ: ଦୋକାନ ସମ୍ମୁଖରେ ଲିଖିତ ଭାବେ ଡାଲି ଦର ଉଲ୍ଲେଖ କରିବାକୁ ଖାଦ୍ୟ ଓ ଯୋଗାଣ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଡାଲିଦରକୁ ନେଇ ଖାଉଟି ଦ୍ୱନ୍ଦ୍ୱରେ। ରାଜଧାନୀର ଖୁଚୁରା ବଜାରରେ ହରଡ଼ ଡାଲି କିଲୋ ପ୍ରତି ୧୪୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ହୋଲସେଲ୍ ପ୍ରାଇସରେ କିଲୋ ପ୍ରତି ୩୦ରୁ ୪୦ ଟଙ୍କା କମିଥିଲେ ମଧ୍ୟ ଖୁଚୁରା ବଜାରରେ ତାର ପ୍ରଭାବ ଦେଖିବାକୁ ମିଳୁନି। ଅନ୍ୟପକ୍ଷରେ ଓଡ଼ିଶା ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏକ ହୋଲସେଲ୍ ପ୍ରାଇସ୍ ଘୋଷଣା କରନ୍ତି। ଡାଲି […]

dal

Rakesh Mallick
  • Published: Friday, 23 October 2015
  • , Updated: 24 October 2015, 04:36 PM IST

ଭୁବନେଶ୍ୱର: ଡାଲିଦରକୁ ନେଇ ଖାଉଟି ଦ୍ୱନ୍ଦ୍ୱରେ। ରାଜଧାନୀର ଖୁଚୁରା ବଜାରରେ ହରଡ଼ ଡାଲି କିଲୋ ପ୍ରତି ୧୪୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ହୋଲସେଲ୍ ପ୍ରାଇସରେ କିଲୋ ପ୍ରତି ୩୦ରୁ ୪୦ ଟଙ୍କା କମିଥିଲେ ମଧ୍ୟ ଖୁଚୁରା ବଜାରରେ ତାର ପ୍ରଭାବ ଦେଖିବାକୁ ମିଳୁନି। ଅନ୍ୟପକ୍ଷରେ ଓଡ଼ିଶା ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏକ ହୋଲସେଲ୍ ପ୍ରାଇସ୍ ଘୋଷଣା କରନ୍ତି। ଡାଲି କିଲୋପ୍ରତି ୨୦୦ରୁ ୨୨୦ ଟଙ୍କା ହୋଇଯାଇଥିଲା। ଏବେ ୧୭୦ ରୁ ୧୮୦କୁ ଖସି ଆସିଛି। ଆଉ ୧୫ ଦିନ ପରେ ଏହା ୧୩୦ ରୁ ୧୪୦କୁ ଖସି ଆସିବ। ଆସନ୍ତା ମାସ ଶେଷ ବେଳକୁ ଡାଲି ଦର ପୁଣି ସାଧାରଣ ହୋଇଯିବ।

ଏପଟେ କେତେ ଟଙ୍କ।ରେ ଡାଲି ବିକ୍ରି ହେଉଛି ତାହା ଦୋକାନ ସମ୍ମୁଖରେ ଲିଖିତ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛି ଖାଦ୍ୟ ଓ ଯୋଗାଣ ବିଭାଗ। ତା’ ସହିତ ବ୍ୟବସାୟୀ, ଡିଲର୍ ଏବଂ ହୋଲସେଲର ଦର ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ  ସଂଜୟ ଦାସବର୍ମା କହିଛନ୍ତି ଯେ ସମସ୍ତ ଡିଲର, ଷ୍ଟକର ଓ ହୋଲସେଲର ଡାଲି ଦର ଲିଖିତ ଭାବେ ପ୍ରଦର୍ଶିତ କରିବେ। ଏହାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଏକ ଡାଲି ଗୋଦାମରେ ଚଢ଼ାଉ କରିବା ସହ ଗୋଦାମକୁ ସିଲ୍ କରିଛି ଖାଦ୍ୟ ଓ ଯୋଗାଣ ବିଭାଗ। ଖୋର୍ଦ୍ଧା ଓ ଜଟଣୀରେ ଥିବା ୨ଟି ଡାଲି ମିଲ୍ ଉପରେ ମଧ୍ୟ ଯୋଗାଣ ବିଭାଗ ଚଢାଉ କରିଛି।

ଓଡ଼ିଶା ଡାଲି ପାଇଁ ବିହାର, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଉପରେ ନିର୍ଭର କରୁଛି। ବର୍ଷକୁ ପ୍ରାୟ ୪ ଲକ୍ଷ ଟନ୍ ଡାଲି ଅନ୍ୟ ରଜ୍ୟରୁ ଆମାଦାନି ହୋଇଥାଏ।

Related story