ଦାମ କହିଲେ ବାପି ସର୍ଖେଲ ଫେରାର; ବାପିଙ୍କ ଖଣ୍ଡନ

ଭୁବନେଶ୍ୱର: କଂଗ୍ରେସ ନେତା ବାପି ସର୍ଖେଲ ଓ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମୁହାଁମୁହିଁ ହୋଇଛନ୍ତି। ଏକ ଠକେଇ ମାମଲାରେ ବାପି ଫେରାର ହୋଇଯାଇଥିବା ଦାମ ଅଭିଯୋଗ କରିଛନ୍ତି। ପୋଲିସ ଜାଣତରେ  ସେ ଫେରାର ହୋଇଥିବା ଦାମ କହିଛନ୍ତି। ରାଉତ କହିଛନ୍ତି, “ବାପି ସାର୍ଖେଲ ଜଣେ ନାମାଜାଦା ଗୁଣ୍ଡା ଓ ଅପରାଧୀ। ଗୋଟିଏ ଜାଗାରେ ବାପି କୋଟିଏ ଟଙ୍କାର ଠକେଇ କରିଛନ୍ତି। କୋଲକାତାରୁ ତାଙ୍କ ନାଁରେ ୱାରେଣ୍ଟ ଆସିଛି। ୱାରେଣ୍ଟ ପରେ ତାଙ୍କର ଜଣେ ଗେରେଣ୍ଟର  ଗିରଫ […]

dam-bapi

Rakesh Mallick
  • Published: Wednesday, 30 March 2016
  • , Updated: 31 March 2016, 01:23 AM IST

ଭୁବନେଶ୍ୱର: କଂଗ୍ରେସ ନେତା ବାପି ସର୍ଖେଲ ଓ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମୁହାଁମୁହିଁ ହୋଇଛନ୍ତି। ଏକ ଠକେଇ ମାମଲାରେ ବାପି ଫେରାର ହୋଇଯାଇଥିବା ଦାମ ଅଭିଯୋଗ କରିଛନ୍ତି। ପୋଲିସ ଜାଣତରେ  ସେ ଫେରାର ହୋଇଥିବା ଦାମ କହିଛନ୍ତି।

ରାଉତ କହିଛନ୍ତି, “ବାପି ସାର୍ଖେଲ ଜଣେ ନାମାଜାଦା ଗୁଣ୍ଡା ଓ ଅପରାଧୀ। ଗୋଟିଏ ଜାଗାରେ ବାପି କୋଟିଏ ଟଙ୍କାର ଠକେଇ କରିଛନ୍ତି। କୋଲକାତାରୁ ତାଙ୍କ ନାଁରେ ୱାରେଣ୍ଟ ଆସିଛି। ୱାରେଣ୍ଟ ପରେ ତାଙ୍କର ଜଣେ ଗେରେଣ୍ଟର  ଗିରଫ ହୋଇ ଝାରପଡ଼ା ଜେଲରେ ଅଛି। ବାପି ଏବେ ଫେରାର ହୋଇଯାଇଛନ୍ତି।  ପୋଲିସ୍ ଜାଣତରେ ବାପି  ଫେରାର ହୋଇଛନ୍ତି।”

ଦାମଙ୍କ ଅଭିଯୋଗର ଜବାବ ରଖି ବାପି ସର୍ଖେଲ କହିଛନ୍ତି, “ମୁଁ ଫେରାର ହୋଇନାହିଁ।  ପୋଲିସ୍ ମୋତେ ଖୋଜୁ ନାହିଁ। ଦାମବାବୁ କୌଣସି ଜିନିଷ ଜାଣି ନାହାନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଦାମବାବୁ ଏମିତି କହୁଛନ୍ତି।”

ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି, “ବାପି  ସର୍ଖେଲ ଫେରାର ହେବା ବିଷୟରେ ଆମ ପାଖରେ କିଛି ଖବର ନାହିଁ। ବିଗତ ମହିଳା କଂଗ୍ରେସ ରାଲିରେ ସେ କଟକରେ ଯୋଗ ଦେଇଥିଲେ।”

ଅନ୍ୟପକ୍ଷରେ ନେତା–ଅପରାଧୀ ସମ୍ପର୍କ ନେଇ ବିଧାନସଭାରେ ଆଲୋଚନା ପାଇଁ ମୋସନ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏହି ମୋସନ ଉପରେ  କେବେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନି। ତେବେ ଗୃହ ବାହାରେ  ଦାମ ଓ ବାପିଙ୍କ ମଧ୍ୟରେ  ଆରୋପ ପ୍ରତ୍ୟାରୋପକୁ ନେଇ ଚର୍ଚ୍ଚା ହେଉଛି।

Related story