ଫସଲ ପୋଡ଼ି କ୍ଷତିପୂରଣ ବିବାଦ: ମହେଶ୍ୱରଙ୍କ ମନ୍ତବ୍ୟ ଉପରେ ଏମିତି ରିଆକ୍ସନ ଦେଲେ ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫସଲ ପୋଡ଼ିଥିବା ଚାଷୀ କ୍ଷତିପୂରଣ ପାଇବେ କି ନାହିଁ ତାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ତେବେ ଫସଲ ଫୋଡି ଦିଆଯାଇଥିବାରୁ ଏହାକୁ କେମିତି ଆକଳନ କରାଯିବ ଓ କ୍ଷତିପୂରଣ ଦିଆଯିବ ତାହା ଏବେ ପ୍ରଶ୍ନବାଚୀ ଛିଡା କରୁଛି। ଏହି ବିବାଦକୁ ନେଇ ଶାସକ ଦଳର କୃଷିମନ୍ତ୍ରୀ ଦାମୋଦର ରାଉତ ଓ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ମଧ୍ୟରେ ଲାଗିଛି ଟଣାଓଟରା। ଫସଲ ପୋଡ଼ିଲେ କ୍ଷତିପୂରଣ ଆକଳନରେ ଅସୁବିଧା ହେବ ବୋଲି ପୂର୍ବରୁ ଦାମ କହିଥିଲେ। ତେବେ ଫସଲ ପୋଡ଼ିଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ପରେ କହିଥିଲେ ମହେଶ୍ୱର ମହାନ୍ତି। ଆଉ ଆଜି ଦାମ କହିଛନ୍ତି, ଯିଏ କ୍ଷତିପୂରଣ ଦେବା କଥା କହିଛି, ସିଏ ଦେଉ। ମୁଁ ଯେତେବେଳେ ଏକଥା କହୁଥିଲି ସେ ସମୟରେ କେହି ସମର୍ଥନ କଲେ ନାହିଁ। ଫସଲ ପୋଡ଼ିଗଲେ ଅଫିସର କେମିତି କ୍ଷୟକ୍ଷତି ଆକଳନ କରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ରାଜସ୍ୱ ମନ୍ତ୍ରୀ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ବି କ୍ଷତି ଆକଳନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାରୀ କର୍ମଚାରୀଙ୍କୁ ସଠିକ୍ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହାକୁ ନେଇ ଦାମ ଓ ମହେଶ୍ୱର କ’ଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓ।

Ordigital Desk
• Published: Wednesday, 08 November 2017
• Updated: 08 November 2017, 09:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫସଲ ପୋଡ଼ିଥିବା ଚାଷୀ କ୍ଷତିପୂରଣ ପାଇବେ କି ନାହିଁ ତାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ତେବେ ଫସଲ ଫୋଡି ଦିଆଯାଇଥିବାରୁ ଏହାକୁ କେମିତି ଆକଳନ କରାଯିବ ଓ କ୍ଷତିପୂରଣ ଦିଆଯିବ ତାହା ଏବେ ପ୍ରଶ୍ନବାଚୀ ଛିଡା କରୁଛି। ଏହି ବିବାଦକୁ ନେଇ ଶାସକ ଦଳର କୃଷିମନ୍ତ୍ରୀ ଦାମୋଦର ରାଉତ ଓ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ମଧ୍ୟରେ ଲାଗିଛି ଟଣାଓଟରା। ଫସଲ ପୋଡ଼ିଲେ କ୍ଷତିପୂରଣ ଆକଳନରେ ଅସୁବିଧା ହେବ ବୋଲି ପୂର୍ବରୁ ଦାମ କହିଥିଲେ। ତେବେ ଫସଲ ପୋଡ଼ିଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ପରେ କହିଥିଲେ ମହେଶ୍ୱର ମହାନ୍ତି। ଆଉ ଆଜି ଦାମ କହିଛନ୍ତି, ଯିଏ କ୍ଷତିପୂରଣ ଦେବା କଥା କହିଛି, ସିଏ ଦେଉ। ମୁଁ ଯେତେବେଳେ ଏକଥା କହୁଥିଲି ସେ ସମୟରେ କେହି ସମର୍ଥନ କଲେ ନାହିଁ। ଫସଲ ପୋଡ଼ିଗଲେ ଅଫିସର କେମିତି କ୍ଷୟକ୍ଷତି ଆକଳନ କରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ରାଜସ୍ୱ ମନ୍ତ୍ରୀ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ବି କ୍ଷତି ଆକଳନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାରୀ କର୍ମଚାରୀଙ୍କୁ ସଠିକ୍ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହାକୁ ନେଇ ଦାମ ଓ ମହେଶ୍ୱର କ’ଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos