ପୁଣି ମେଡିକାଲ୍‌ରେ ଭର୍ତ୍ତି ହେଲେ ଯଲିଉଡ୍‌ର ଭିଲେନ୍‌ ଦାମ ପଣ୍ଡା

ବାଲେଶ୍ୱର(ରଣଜିତ ପାକଳ): କ୍ୟାନସରରୁ ଆରୋଗ୍ୟ ଲାଭ କରିଥିବା ଯଲିଉଡ୍‌ର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା ପୁଣି ଥରେ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଆଜି ଫକିରମୋହନ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ବାଲେଶ୍ୱରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଛାତି ଯନ୍ତ୍ରଣାରୁ ସାମାନ୍ୟ ଆସ୍ୱସ୍ତି ମିଳିଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ସେଥିପାଇଁ ଡାକ୍ତର କିଛି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିଲେ ଅସୁସ୍ଥର ପ୍ରକୃତ କାରଣ ଜଣାପଡ଼ିବ। ଗତ ସୋମବାର ବାଲେଶ୍ୱର ଗାନ୍ଧୀ […]

dama-panda

Manoranjan Sial
  • Published: Wednesday, 18 December 2019
  • , Updated: 18 December 2019, 10:23 PM IST

ବାଲେଶ୍ୱର(ରଣଜିତ ପାକଳ): କ୍ୟାନସରରୁ ଆରୋଗ୍ୟ ଲାଭ କରିଥିବା ଯଲିଉଡ୍‌ର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା ପୁଣି ଥରେ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଆଜି ଫକିରମୋହନ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ବାଲେଶ୍ୱରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଛାତି ଯନ୍ତ୍ରଣାରୁ ସାମାନ୍ୟ ଆସ୍ୱସ୍ତି ମିଳିଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ସେଥିପାଇଁ ଡାକ୍ତର କିଛି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିଲେ ଅସୁସ୍ଥର ପ୍ରକୃତ କାରଣ ଜଣାପଡ଼ିବ।

ଗତ ସୋମବାର ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ବାଲେଶ୍ୱର ନାଟ୍ୟକଳା ଅନୁଷ୍ଠାନ “ଆମେ ଶିଳ୍ପୀ” ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ବହୁ କଳାକାର ସାମିଲ ହୋଇଥିଲେ। ସେମାନଙ୍କ ସହିତ ଦାମ ପଣ୍ଡା ମଧ୍ୟ ଯୋଗଦେଇଥିଲେ। ଏହି ସମୟରେ କେତେକ କଳାକାର ତାଙ୍କଠାରୁ ଯାତ୍ରା ଡାଇଲଗ୍‌ ଶୁଣିବା ପାଇଁ ଅନୁରୋଧ କରିଥିଲେ। ଆଉ ସେମାନଙ୍କ ଅନୁରୋଧ ରକ୍ଷା କରି ଦାମ ପଣ୍ଡା ଯାତ୍ରା ଡାଇଲଗ୍‌ କହିଥିଲେ। କିଛି ସମୟ ପରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଛାତି ଯନ୍ତ୍ରଣା ହେବାରୁ ବେଶୀ ସମୟ ଷ୍ଟେଜ୍‌ ଉପରେ ରହିପାରିନଥିଲେ। ପରେ ନିଜ ଗାଁକୁ ଫେରି ଯାଇଥିଲେ। ଘରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଛାତି ଯନ୍ତ୍ରଣା ହେବା ସହିତ ପରିସ୍ରା କଲା ବେଳେ କଷ୍ଟ ଅନୁଭବ କରିଥିଲେ। ଶେଷରେ ପରିବାର ଲୋକେ ଆଜି ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ଗତବର୍ଷ କ୍ୟାନସରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ ଦାମ ପଣ୍ଡା। ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ। ଘରକୁ ଫେରିବା ପରେ ସେ ପରିବାର ଲୋକଙ୍କ ସହିତ ସମୟ ବିତାଉଥିଲେ। ପୁଣି ଥରେ ଯାତ୍ରାକୁ ଫେରିବା ପାଇଁ ଚେଷ୍ଟା କରୁଥିଲେ। ମାତ୍ର କୌଣସି ଯାତ୍ରା ପାର୍ଟି ତାଙ୍କୁ ନେବା ପାଇଁ ରିସ୍କ ନେବାକୁ ଚାହୁଁନଥିଲେ।

ଯଲିଉଡ୍‌ର ଏହି ଚର୍ଚ୍ଚିତ ଖଳନାୟକଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ରୀରାମପୁର ପଞ୍ଚାୟତର କଣ୍ଟାବଣିଆ ଗାଁରେ ହୋଇଛି। ପିଲାବେଳୁ ଯାତ୍ରା ପ୍ରତି ଥିଲା ଦୁର୍ବଳତା। ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ପାସ୍‌ କରିବା ପରେ ୧୯୭୭ ମସିହାରେ ଯଲିଉଡ୍‌ରେ ପ୍ରବେଶ କରିଥିଲେ। ଦୀର୍ଘ ୪୦ ବର୍ଷର ଯାତ୍ରା କ୍ୟାରିଅର୍‌ରେ ଅନେକ ସଫଳ ନାଟକରେ ଅଭିନୟ କରି ଦର୍ଶକଙ୍କ ତାଳି ସାଉଣ୍ଟିଛନ୍ତି। ‘ତୁଳସୀ ଗଣନାଟ୍ୟ’ର ‘ସୁର ସାର୍‌ଙ୍କ ସାନ ଝିଅ’ ନାଟକରେ ହାତଖଣ୍ଡି ତାପସୀ ମହାପାତ୍ର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଭିତରେ ବସା ବାନ୍ଧିଥିଲେ। ଏହି ଉଚ୍ଚ ଶିକ୍ଷିତ କଳାକାର ଜଲଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଖଳନାୟକ ଦୈତାରୀ ପଣ୍ଡାଙ୍କ ଭିଣୋଇ।

Related story