ଫାଲକନ୍‌ରେ ଗ୍ୟାସ୍‌ ଲିକ୍‌ ଘଟଣା: ଦାମ ଖୋଲିଲେ ଚିଙ୍ଗୁଡ଼ି ମାଫିଆଙ୍କ ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍‌କନ୍‌ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ୍‌। ସେ କହିଛନ୍ତି ଯେ, ଫାଲକନ୍ ଚିଙ୍ଗୁଡ଼ି କାରଖାନା ଦୁଘର୍ଟଣାର ଅସଲ କାରଣ ହେଉଛି କେନ୍ଦ୍ରୀୟ ଆଇନର ଖୋଲା ଉଲ୍ଲଙ୍ଘନ । ଅବାଧ ଚିଙ୍ଗୁଡ଼ିଚାଷର କୁପରିମାଣକୁ ରୋଧ କରିବାପାଇଁ ୨୦୦୫ ମସିହାରେ କେନ୍ଦ୍ର ସରକାର “କୋଷ୍ଟାଲ୍ ଆକ୍ୟୁା କଲଚର ଡେଲଭମେଣ୍ଟ ଅଥରିଟି’ ନାମରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ […]

Dama Rout

Dama Rout

Tapas Behera
  • Published: Saturday, 16 November 2019
  • Updated: 16 November 2019, 06:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍‌କନ୍‌ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ୍‌। ସେ କହିଛନ୍ତି ଯେ, ଫାଲକନ୍ ଚିଙ୍ଗୁଡ଼ି କାରଖାନା ଦୁଘର୍ଟଣାର ଅସଲ କାରଣ ହେଉଛି କେନ୍ଦ୍ରୀୟ ଆଇନର ଖୋଲା ଉଲ୍ଲଙ୍ଘନ । ଅବାଧ ଚିଙ୍ଗୁଡ଼ିଚାଷର କୁପରିମାଣକୁ ରୋଧ କରିବାପାଇଁ ୨୦୦୫ ମସିହାରେ କେନ୍ଦ୍ର ସରକାର "କୋଷ୍ଟାଲ୍ ଆକ୍ୟୁା କଲଚର ଡେଲଭମେଣ୍ଟ ଅଥରିଟି' ନାମରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଥିଲେ । ଏହି କେନ୍ଦ୍ରୀୟ ଆଇନଟି ଚିଙ୍ଗୁଡ଼ିଚାଷୀଙ୍କୁ ନିୟନ୍ତ୍ରଣ କରିବାପାଇଁ ଦେଶର ସବୁ ଉପକୂଳବର୍ତ୍ତୀ ରାଜ୍ୟ ପାଇଁ ପ୍ରଯୁଜ୍ୟ ହେଲା । ମାତ୍ର ପରିତାପର ବିଷୟ ଓଡ଼ିଶାରେ ଏହି କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରାଯାଉନାହିଁ ।

ଯାହା ଫଳରେ ବର୍ତ୍ତମାନ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ୩ ଲକ୍ଷ ରୁ ୪ଲକ୍ଷ ହେକ୍ଟର ଜମି ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ହୋଇ ପରିବେଶ ପ୍ରଦୂଷଣକୁ ବହୁଗୁଣିତ କରିବା ସଙ୍ଗେ ସଙ୍ଗେ ସମଗ୍ର ଉପକୂଳ ଅଞ୍ଚଳର ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ପୂର୍ବତନ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଏକ ପ୍ରେସ ବିବୃତିରେ ଏହା  କହିଛନ୍ତି । ସେ କହିଛନ୍ତି, ଉପରୋକ୍ତ କେନ୍ଦ୍ରୀୟ ଆଇନରେ ବ୍ୟବସ୍ଥା କରାଯାଇଛି ଯେ, ସମୁଦ୍ରର ସର୍ବୋଚ୍ଚ ଜୁଆର ସମୟରେ ପାଣି ଯେଉଁ ପର୍ଯ୍ୟନ୍ତ ମାଡିଆସେ ସେଠାରୁ ୨ କିଲୋମିଟର (୨କିଲୋମିଟର ଠାରୁ ହାଇ ଟାଇଡ଼ ଲେବୁଲ ) ଭିତରେ ଚିଙ୍ଗୁଡ଼ି ଚାଷ କରାଯାଇପାରିବ । ଯଦି ଏହି ସୀମିତ ଦୂରତା ଭିତରେ ଜନବସତି ଥିବ ତେବେ ଜନବସତି ଠାରୁ ୫ ଶହ ମିଟର ଦୂରରେ ଚିଙ୍ଗୁଡ଼ି ଘେରି ହୋଇପାରିବ ।

ଯଦି ୨ କିଲୋମିଟର ଭିତରେ ଧାନ ଜମିଥିବ, ତେବେ ସେ ଧାନକିଆରି ଠାରେ ଚିଙ୍ଗୁଡ଼ି ଘେରି ହୋଇପାରିବ ନାହିଁ । କିନ୍ତୁ କୌଣସି କ୍ଷେତ୍ରରେ ସମୁଦ୍ର ଜୁଆରଠାରୁ ୨ କିଲୋମିଟର ଟପି ଚିଙ୍ଗୁଡ଼ି ଚାଷ କରାଯାଇପାରିବ ନାହିଁ । ଯଦି କେହି ଏହି ଆଇନ ଉଲଙ୍ଘନ କରି ଚିଙ୍ଗୁଡ଼ି ଚାଷ କରନ୍ତି , ତେବେ ତାଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା କିମ୍ବା ୩ ମାସର ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଏହି କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ଦିଆଯାଇଛି ସଂପୃକ୍ତ ରାଜ୍ୟ ମତ୍ସ୍ୟ ବିଭାଗ ଶାସନ ସଚିବଙ୍କୁ । ସେ ହେଉଛନ୍ତି ଷ୍ଟେଟ୍‌ ଅଥରିଟି ଓ ମତ୍ସ୍ୟ ନିର୍ଦ୍ଦେଶକ ହେଉଛନ୍ତି ଆବାହକ । ଏଥିରେ ଜଳସେଚନ କୃଷି, ରାଜ୍ୟସ୍ୱ ବିଭାଗର ପଦାଧିକାରୀମାନେ ମଧ୍ୟ ଅଥରେଟିରେ ସଭ୍ୟ ରହିବେ । ସେହିଭଳି ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ଅଥରିଟି ଏବଂ ଜିଲ୍ଲାର କୃଷିଅଧିକାରୀ ହେଉଛନ୍ତି ଆବାହକ। ଏହି ଜିଲ୍ଲା ଅଥରିଟିରେ ଜିଲ୍ଲାପାଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସମେତ ରାଜସ୍ୱ ଜଳସେଚନ ଓ ମତ୍ସ୍ୟ ବିଭାଗର ପଦୋଧିକାରୀମାନେ ହେଉଛନ୍ତି ସଭ୍ୟ । ତେଣୁ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଅଥରିଟି ଓ ଜିଲ୍ଲା ଅଥରିଟିଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ମାତ୍ର ଆମ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେଉନାହିଁ । ୧୯୭୧ ମସିହାରେ ସଂଗଠିତ ମହାବାତ୍ୟାରେ ଲୁଣା ପ୍ଲାବନ ଘଟି ପ୍ରାୟ ୭ ହଜାର ଲୋକ ପ୍ରାଣ ହରାଇଥିଲେ କେନ୍ଦ୍ରାପଡ଼ା ଅଞ୍ଚଳରେ ।

ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ବର୍ଣ୍ଣାଲା ଓ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏକ ହେଲିକପ୍ଟର ଯୋଗେ ସୁବର୍ଣ୍ଣରେଖା ମୁହାଣରୁ ଗୋପାଳ ପୁର ମୁହାଣ ପର୍ଯ୍ୟନ୍ତ ଅଳ୍ପ ଉଚ୍ଚରୁ ସମଗ୍ର ଉପକୂଳକୁ ସର୍ଭେ କରିଥିଲେ । ପରବର୍ତ୍ତୀ କାଳରେ ଜାତୀୟ ଯୋଜନା କମିଶନର ଏକ ବୈଷୟିକ କମିଟି ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳକୁ ସର୍ଭେ କରିଥିଲେ । ଏହି ସର୍ଭେ ଜଣାପଡ଼ିଥିଲା ଯେ, ଗୋପାଳପୁର ମୁହାଣଠାରୁ ସୁବର୍ଣ୍ଣରେଖା ମୁହାଣ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୮୫ ହଜାର ହେକ୍ଟର ଚାଷଜମି ସମୁଦ୍ରର ଲୁଣାପାଣି ଏବଂ ଅତ୍ୟଧିକ ବର୍ଷାଜଳ ନିଷ୍କାସନ ଅଭାବରୁ ଏହି ବିପୁଳ ପରିମାଣର ଚାଷ ଜମି ପ୍ରତି ବର୍ଷ କ୍ଷତିଗ୍ରସ୍ତ ହେଉଛି । ସେଥିପାଇଁ ଯୋଜନା କମିଶନଙ୍କ ବୈଷୟିକ କମିଟିର ସୁପାରିଶ କ୍ରମେ ଲୁଣା ପ୍ଳାବନକୁ ପ୍ରତିରୋଧ କରିବାପାଇଁ ଜୁଆରିଆ ନଈର ଦୁଇ କଡ଼ରେ ପ୍ରାୟ ୪୫୦ କିମି ଲୁଣା ଘେରି ବନ୍ଧ ନିର୍ମାଣ କରାଯିବା ସଙ୍ଗେ ସଙ୍ଗେ ଶହ ଶହ କୋଟି ଟଙ୍କା ବିନିଯୋଗରେ ନନ୍‌-ରିଟ୍‌ନେବୁଲ୍ ସ୍ଲୁଇସ ଗେଟ୍ ନିର୍ମାଣ କରାଯାଇଥିଲା । ଏଥିରେ ଉଦ୍‌ବୃତ୍ତ ବର୍ଷା ଜଳ ସମୁଦ୍ରକୁ ନିଷ୍କାସିତ ହେବା ସଙ୍ଗେ ସଙ୍ଗେ ଲୁଣା ଜୁଆରକୁ ପ୍ରତିରୋଧ କରୁଥିଲା ।

ଏଥି ନିମିତ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଠାରେ ଏକ ସାଲାଇନ୍ ଡିଭିଜନ୍ କାମ କରୁଛି । ସେହିପରି ଜଗତ୍‌ସିଂହପୁର ଜିଲ୍ଲାର ଏରସ୍‌ମା ଠାରେ ଏକ ସାଲାଇନ୍‌ ସବ୍‌ଡ଼ିଭିଜନ୍ କାର୍ଯ୍ୟ କରୁଛି । ପ୍ରତି ବର୍ଷ ଏହି ସାଲାଇନ୍ ସବ୍‌ଡ଼ିଭିଜନ୍‌ରେ ଶହଶହ କୋଟି ଟଙ୍କା ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ବ୍ୟୟ କରାଯାଉଥିବାବେଳେ ଚିଙ୍ଗୁଡ଼ି ମାଫିଆମାନେ ବିନା ବାଧାରେ ଲୁଣାଘେରି ବନ୍ଧକୁ କାଟି, ସ୍ଲୁଇସ୍ ଗେଟ୍ ଭାଙ୍ଗି, ସମୁଦ୍ର ଜୁଆରଠାରୁ ୧୦ କିଲୋମିଟର ଊର୍ଦ୍ଧ୍ୱ ଅଂଚଳରେ ସମୁଦ୍ର ଲୁଣା ପାଣି ଯୋଗେ ଚିଙ୍ଗୁଡ଼ି ଚାଷ କରୁଛନ୍ତି । ଅବସ୍ଥା ଏପରି ହେଇଛି ଯେ, ଛୋଟ ଚାଷୀମାନେ ତାଙ୍କ ଜମିରେ ଧାନଚାଷ କରିବା ସମ୍ଭବ ହେଉନାହିଁ । ଏଥିଯୋଗୁଁ ଚିଙ୍ଗୁଡ଼ି ମାଫିଆମାନେ ବର୍ଷକୁ ଏକର ପିଛା ୧୫ରୁ ୨୦ ହଜାର ଟଙ୍କା ଚାଷୀଙ୍କୁ ଦେଇ ଲିଜ୍ ସୂତ୍ରରେ ତାଙ୍କ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି । ସେହି ଚିଙ୍ଗୁଡ଼ି ମାଫିଆମାନେ ଫାଲକନ୍ ଭଳି ଚିଙ୍ଗୁଡ଼ି ରପ୍ତାନିକାରୀ ସଂସ୍ଥାକୁ ଉଚ୍ଚାଦରରେ ବିକ୍ରି କରି କୋଟିପତି ପାଲଟୁଥିବାବେଳେ ବିଦେଶକୁ ଚିଙ୍ଗୁଡ଼ି ରପ୍ତାନି କରି ଫାଲକନ୍ ଭଳି କମ୍ପାନୀ ହଜାର ହଜାର କୋଟି ଟଙ୍କାର ମାଲିକ ପାଲଟୁଛନ୍ତି।

ଏହି କମ୍ପାନୀମାନେ ଶହ ଶହ ସଂଖ୍ୟାରେ ନାବାଳକ ଓ ନାବାଳିକା ମାନଙ୍କୁ ଶ୍ରମିକ ଭାବରେ ବ୍ୟବହାର କରୁଛନ୍ତି । ଯାହାର ପ୍ରତିଫଳନ ଏବେ ବାଲେଶ୍ୱରର ଖନ୍ତାପଡ଼ାଠାରେ ଥିବା ଫାଲକନ୍ ଚିଙ୍ଗୁଡ଼ି କମ୍ପାନୀରେ ଘଟିଛି । ଅବଶ୍ୟ ଘଟଣା ଘଟିବା ସଙ୍ଗେ ସଙ୍ଗେ ରାଜ୍ୟ ଶ୍ରମମନ୍ତ୍ରୀ ସରଜ୍‌ମିନ୍ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ମାତ୍ର ଏହାଦ୍ୱାରା କେନ୍ଦ୍ରୀୟ ଆଇନର ଖୋଲା ଉଲଙ୍ଘନକୁ ବନ୍ଦ କରିହେବ ନାହିଁ  ବୋଲି ଦାମ ରାଉତ୍‌ କହିଛନ୍ତି। ଉକ୍ତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ଘଟଣାରେ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହି ମାମଲାରେ ୭ ଅଧିକାରୀ ଗିରଫ ହୋଇଛନ୍ତି । ଫ୍ୟାକ୍ଟ୍ରିର ଜିଏମ୍, ପ୍ରଡକ୍ସନ ମ୍ୟାନେଜର, ଏଚ୍ଆର୍ ମ୍ୟାନେଜର, ସିଫ୍ଟ ଇନ୍‌ଚାର୍ଜ, ସେଫ୍ଟି ମ୍ୟାନେଜର୍ ଏବଂ ୨ ସୁପରଭାଇଜରଙ୍କୁ ଗିରଫ କରାଯାଇଛି । କେଉଁ କାରଣରୁ ଗ୍ୟାସ୍ ଲିକ୍‌ ହେଲା ସେ ନେଇ ତଦନ୍ତ ହେବ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story