ଏବେ ଡବଲ ଇଞ୍ଜିନ ହୋଇଗଲା: ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସଭା ନିର୍ବାଚନ ପାଇଁ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା ହେବା ଏବଂ ତାଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ପ୍ରତିକ୍ରିୟା ରଖିଛନ୍ତି। ଦାମ କହିଛନ୍ତି ଯେ, ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଛି। ନବୀନ ଗଠନ ମୂଳକ ସହଯୋଗ ଘୋଷଣା କରି ସମଦୂରତ୍ୱ ବ୍ୟାଖ୍ୟାକୁ ଭୁଲିଗଲେ। ଏହା ରାଜ୍ୟ ପାଇଁ ହିତକର। ଅଶ୍ୱିନୀ ହେଉଛନ୍ତି ଜଣେ  ପାରିବାର ଲୋକ। ଦିଲ୍ଲୀରେ ତାଙ୍କର ଭଲ ଲବି ଅଛି। […]

dama

dama

Tapas Behera
  • Published: Saturday, 22 June 2019
  • Updated: 22 June 2019, 05:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସଭା ନିର୍ବାଚନ ପାଇଁ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା ହେବା ଏବଂ ତାଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ପ୍ରତିକ୍ରିୟା ରଖିଛନ୍ତି। ଦାମ କହିଛନ୍ତି ଯେ, ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଛି। ନବୀନ ଗଠନ ମୂଳକ ସହଯୋଗ ଘୋଷଣା କରି ସମଦୂରତ୍ୱ ବ୍ୟାଖ୍ୟାକୁ ଭୁଲିଗଲେ। ଏହା ରାଜ୍ୟ ପାଇଁ ହିତକର। ଅଶ୍ୱିନୀ ହେଉଛନ୍ତି ଜଣେ  ପାରିବାର ଲୋକ। ଦିଲ୍ଲୀରେ ତାଙ୍କର ଭଲ ଲବି ଅଛି। ବିଜେଡି ସହ ଅଶ୍ୱିନୀଙ୍କର ଭଲ ସଂପର୍କ ଅଛି।

ଉଭୟଙ୍କ ହିତ ଓ ପାରସ୍ପରିକ ସୁବିଧା ପାଇଁ ତାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ । ସମଦୂରତ୍ୱ ଥିଓରୀକୁ ଭୁଲି ଏକାଠି ରହିବା ଥିଓରୀ ଗ୍ରହଣ କରିଛନ୍ତି ନବୀନ। ଲୋକେ ନକଲେ କ’ଣ ହେଲା, ଏବେ ତ’ ଡବଲ ଇଂଜିନ ହୋଇଯାଇଛି। ସବୁଠି ବ୍ୟୁରୋକ୍ରାଟଙ୍କ ପ୍ରାଧାନ୍ୟ ବଢ଼ୁଛି, ଲୋକ ପ୍ରତିନିଧି ନତମସ୍ତକ ରହୁଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଏଭଳି ଘଟଣା ଘଟୁଛି ବୋଲି ଦାମ କହିଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଶାରେ ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରଥମେ ୩ ଜଣଙ୍କ ନାମ ଘୋଷଣା କରିଥିଲା । ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଏବଂ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଥିଲା। ତେବେ  ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ସଂଶୟ ସୃଷ୍ଟି ହୋଇଥିଲା। ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ନବୀନ ଘୋଷଣା କରିବାର ୩୦ମିନିଟ ପୂର୍ବରୁ ତାଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେବା ପରେ ନବୀନ ପୁଣିଥରେ ସଫେଇ ଦେଇ କହିଥିଲେ ଯେ, ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଓ ବିଜେଡି ତାଙ୍କୁ ସମର୍ଥନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos