ଗୋଡ଼ ଟେକି ବସିଛନ୍ତି ଦାମ, ବିଜେଡି ଅନାଗ୍ରହୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭବିଷ୍ୟତରେ ନିର୍ବାଚନରେ ପ୍ରାର୍ଥୀ ନହେବାକୁ ଘୋଷଣା କରି ସକ୍ରିୟ ରାଜନୀତିରୁ ଆଂଶିକ ସନ୍ନ୍ୟାସ ଘୋଷଣା କରିଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ। ବିଜୁ ପଟ୍ଟନାୟକଙ୍କ ନାଁକୁ ଢାଲ କରି ସୁବିଧାବାଦୀ ରାଜନୀତି କରି ଆସିଥିବା ଡାକ୍ତର ରାଉତ ପୁଣିଥରେ ବିଜେଡିକୁ ଫେରିବାକୁ ଚାହିଁଥିଲେ ମଧ୍ୟ ବିଜେଡି ତାଙ୍କୁ ନେବାକୁ ସାମାନ୍ୟତମ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, […]

dama-rout-1

dama-rout-1

Manoranjan Sial
  • Published: Saturday, 26 October 2019
  • Updated: 26 October 2019, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭବିଷ୍ୟତରେ ନିର୍ବାଚନରେ ପ୍ରାର୍ଥୀ ନହେବାକୁ ଘୋଷଣା କରି ସକ୍ରିୟ ରାଜନୀତିରୁ ଆଂଶିକ ସନ୍ନ୍ୟାସ ଘୋଷଣା କରିଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ। ବିଜୁ ପଟ୍ଟନାୟକଙ୍କ ନାଁକୁ ଢାଲ କରି ସୁବିଧାବାଦୀ ରାଜନୀତି କରି ଆସିଥିବା ଡାକ୍ତର ରାଉତ ପୁଣିଥରେ ବିଜେଡିକୁ ଫେରିବାକୁ ଚାହିଁଥିଲେ ମଧ୍ୟ ବିଜେଡି ତାଙ୍କୁ ନେବାକୁ ସାମାନ୍ୟତମ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡାକ୍ତର ରାଉତ ବିଜେପିରୁ ଇସ୍ତଫା ଦେବା ଅବା ନଦେବାକୁ ବିଜେଡି ନେତୃତ୍ୱ ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ୨୦୧୭ ଡିସେମ୍ବର ମାସରେ ଡାକ୍ତର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହ ଦଳର ଉପସଭାପତି ପଦରୁ ବିଦା କରାଯିବା ପରଠୁ ତାଙ୍କର ଗତିବିଧି ଯାହା ରହିଆସିଛି ତାକୁ ଆଧାର କରି ବିଜେଡି ନେତୃତ୍ୱ ତାଙ୍କୁ ପୁଣିଥରେ ଦଳରେ ସାମିଲ କରି କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। ଡାକ୍ତର ରାଉତ ନିଜର ସୁବିଧା ପାଇଁ ବିଜେପିରୁ ଇସ୍ତଫା ଦେଇଛନ୍ତି ଓ ପୁଣିଥରେ ବିଜେଡିର ସାଂଗଠନିକ ପଦପଦବୀରେ ରହିବାକୁ ଆଗ୍ରହୀ ଅଛନ୍ତି। ମାତ୍ର ଡାକ୍ତର ରାଉତଙ୍କୁ ପୁଣିଥରେ ସାଂଗଠନିକ ଭୂମିକାରେ ନିଆଗଲେ ତା’ର ପ୍ରତିକୂଳ ପ୍ରଭାବ ଜଗତସିଂହପୁର ଜିଲ୍ଲା ରାଜନୀତି ସହ ବିଜେଡି ସଂଗଠନ ଉପରେ ପଡ଼ିବାର ଆଶଙ୍କା ରହିଛି। ତା’ଛଡ଼ା ତାଙ୍କ ବିଧାୟକ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଜେଡିରେ ଯେଭଳି ବିରୋଧ ହେଉଛି, ତାକୁ ନେଇ ଡାକ୍ତର ରାଉତ ଚିନ୍ତିତ ଅଛନ୍ତି। ତେଣୁ ବିଜେଡି କାହିଁକି ତାଙ୍କୁ ତାଙ୍କର ଆବଶ୍ୟକତା ପାଇଁ ଦଳରେ ସାମିଲ କରିବ ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଡାକ୍ତର ରାଉତଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ପାରାଦୀପରେ ଏବେ ତାଙ୍କର ପୁଅ ସମ୍ବିତ ରାଉତରାୟ ବିଜେଡି ବିଧାୟକ ଅଛନ୍ତି। ପାରାଦୀପ ବିଜେଡିରେ ପ୍ରଭାବଶାଳୀ ନେତା ବସନ୍ତ ବିଶ୍ୱାଳ, ସନ୍ତୋଷ ପଟ୍ଟନାୟକ ଓ ସେମାନଙ୍କ ସମର୍ଥକମାନେ ଏବେ ସମ୍ବିତଙ୍କୁ ତୀବ୍ର ବିରୋଧ କରୁଛନ୍ତି । ଏପରିକି ଗତ ୪ ଦିନ ତଳେ ବସନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପାରାଦୀପର ବିଭିନ୍ନ ୱାର୍ଡରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ହୋଇଛି। ଯେଉଁଠି ସମ୍ବିତ କିମ୍ବା ତାଙ୍କ ସମର୍ଥକଙ୍କ ଦେଖା ମିଳିନଥିଲା। ଏକଦା ଡାକ୍ତର ରାଉତଙ୍କ ଘନିଷ୍ଠ ଭାବେ ବସନ୍ତ ଓ ତାଙ୍କ ସହଯୋଗୀମାନେ କାର୍ଯ୍ୟ କରୁଥିବାବେଳେ ବିଷ୍ଣୁ ଦାସଙ୍କ ସମର୍ଥକ ଭାବେ ସନ୍ତୋଷ ପଟ୍ଟନାୟକ ତାଙ୍କୁ କଡ଼ା ଟକ୍କର ଦେଉଥିଲେ। ଏବେ ବସନ୍ତ ଓ ସନ୍ତୋଷ ଉଭୟ ମିଶି ସମ୍ବିତଙ୍କୁ ବିରୋଧ କରୁଥିବାବେଳେ ବିଜେଡିର ଜଣେ ପ୍ରଭାବଶାଳୀ ସାଧାରଣ ସମ୍ପାଦକ ଏହି ଗୋଷ୍ଠୀକୁ ସମର୍ଥନ ଦେଉଛନ୍ତି। ଡାକ୍ତର ରାଉତ ବିଜେପିରେ ରହିଲେ ପାରାଦୀପରେ ତାଙ୍କ ବିଧାୟକ ପୁଅଙ୍କୁ ହେଉଥିବା ବିରୋଧକୁ ସମାଧାନ କରିବା ସମ୍ଭବପର ହୋଇନଥାନ୍ତା। ତେଣୁ ଡାକ୍ତର ରାଉତ ବିଜେପିରୁ ଇସ୍ତଫା ଦେଇ ଏବେ ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇ ପାରାଦୀପ ସଂଗଠନ ବ୍ୟାପାରରେ ମୁଣ୍ଡ ଖେଳାଇବା ଆରମ୍ଭ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବାକୁ ନିଜର ମସ୍ତବଡ଼ ଭୁଲ୍ ବୋଲି ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିବା ଡାକ୍ତର ରାଉତଙ୍କୁ ପାରାଦୀପ ବିଜେଡି ସଂଗଠନ କିଭଳି ଗ୍ରହଣ କରୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏପଟେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଅଘୋଷିତ ବୁଝାମଣାକୁ ଆକଳନ କରି ଡାକ୍ତର ରାଉତ ବିଜେପିରୁ ଇସ୍ତଫା ଦେବା ପଛରେ କୌଣସି ବିଜେପି ନେତାଙ୍କୁ ଦାୟୀ କରିନାହାନ୍ତି କି ସମାଲୋଚନା ମଧ୍ୟ କରିନାହାନ୍ତି।

ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ମାସରେ ବିଜେଡିରୁ ବହିଷ୍କୃତ ହେବାପରେ ଡାକ୍ତର ରାଉତ ସୂଚନା ଅଧିକାର ବ୍ୟାନରରେ ରାଜ୍ୟବ୍ୟାପୀ ବିଭିନ୍ନ ସଭାସମିତି କରି ବିଜେଡି ସରକାର, ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତାଙ୍କୁ ବ୍ୟକ୍ତିଗତ ଭାବେ କଟୁ ସମାଲୋଚନା କରିଥିଲେ। ୨୦୧୯ ମାର୍ଚ୍ଚରେ ବିଜେପିରେ ସାମିଲ ହୋଇ ଦଳୀୟ ଟିକେଟରେ ନିର୍ବାଚନ ଲଢ଼ି ପରାଜୟ ହେବାପରେ ଚଳିତମାସରେ ବିଜେପିରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story